ନୂଆଦିଲ୍ଲୀ - କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର। ନରେନ୍ଦ୍ର ମୋଦି ସରକାର ନିଜର ନୂଆ କାର୍ଯ୍ୟକାଳରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଦେଇ ପାରନ୍ତି ବଡ଼ ଉପହାର । ସରକାର ରାଷ୍ଟ୍ରୀୟ ପେନସନ ପ୍ରଣାଳୀ (ଏନପିଏସ) ଅନୁସାରେ, କେନ୍ଦ୍ରୀୟ କର୍ମଚାରୀଙ୍କ ପେନସନରେ ବଡ଼ ପରିମାଣର ବୃଦ୍ଧି କରିବାର ଯୋଜନା କରୁଛନ୍ତି। ଏହି ଅନୁସାରେ କର୍ମଚାରୀଙ୍କୁ ପେନସନ ଭାବେ ଅନ୍ତିମ ମୂଳ ବେତନର ୫୦ ପ୍ରତିଶତ ଯାଏ ଗାରେଣ୍ଟି ମିଳିବ। ସହଜ ଭାଷାରେ କହିବାକୁ ଗଲେ , ଅବସର ନେବା ପୂର୍ବରୁ କର୍ମଚାରୀଙ୍କର ଯାହା ବି ଅନ୍ତିମ ବେସିକ୍ ସାଲାରୀ ହେବ,ଏହାର ୫୦ ପ୍ରତିଶତ ମାସିକ ବେତନ ଭାବେ ଦିଆଯିବ।
ଉଲ୍ଲେଖନୀୟ ଯେ, ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳ ବେଳେ ମାର୍ଚ୍ଚ ୨୦୨୩ ରେ ଅର୍ଥ ସଚିବ ଟି ଭି ସୋମନାଥନଙ୍କର ଅଧ୍ୟକ୍ଷତାରେ ଏକ ପ୍ୟାନେଲର ଗଠନ କରାଯାଇ ଥିଲା। ଏହି ପ୍ୟାନେଲର ଗଠନ ଓଲ୍ଡ ପେନସନ ସିଷ୍ଟମ (ଓପିଏସ)କୁ ନଫେରି ସରକାରୀ କର୍ମଚାରୀଙ୍କ ପାଇଁ ଏନପିଏସ ଅନୁସାରେ, ପେନସନର ବୃଦ୍ଧି କରିବାର ପରାମର୍ଶ ପାଇଁ କରାଯାଇଛି। ସରକାର ଏହି ନିଷ୍ପତ୍ତି ଏମିତି ସମୟରେ ନେଇଛନ୍ତି ଯେବେ ଅନେକ ରାଜ୍ୟରେ ଏନପିଏସକୁ ଛାଡ଼ି ଓପିଏସରେ ପୁଣି ଫେରିବା ଆରମ୍ଭ କରି ଦେଇଛି।
ଫାଇନାନ୍ସିଆଲ ଏକ୍ସପ୍ରେସ୍ର ଖବର ଅନୁସାରେ, ପ୍ୟାନେଲ ମେ ମାସେ ସରକାରକୁ ନିଜର ରିପୋର୍ଟ ପ୍ରଦାନ କରିଛି। ଏହି ରିପୋର୍ଟରେ ବଡ଼ ସ୍ତରରେ ୨୦୨୩ରେ ଲାଗୁ ହୋଇଥିବା ଆନ୍ଧ୍ର ପ୍ରଦେଶ ଏନପିଏସ ମଡେଲର ପ୍ରଭାବ ରହିଛି। ଏହାକୁ ପୁରୁଣା ଓ ନୂଆ ପେନସନ ସ୍କିମର ମିଶ୍ରିତ ମଡେଲ କରି ପାରିବା। ଆନ୍ଧ୍ର ପ୍ରଦେଶ ଗାରେଣ୍ଟେଡ୍ ପେନସନ ସିଷ୍ଟମ (ଏପିଜିପିଏସ) ଅଧିନିୟମ, ୨୦୨୩ ଅନୁସାରେ ସରକାରୀ କର୍ମଚାରୀଙ୍କୁ ତାଙ୍କର ଅନ୍ତିମ ଦରମାର ୫୦ ପ୍ରତିଶତ, ମାସିକ ପେନସନ ଭାବେ ଦିଆଯିବ। ଏଥିରେ ମହଙ୍ଗାର ଆଶ୍ୱସ୍ତି ଅର୍ଥାତ୍ ଡିଆର ମଧ୍ୟ ସାମିଲ ହେବ। ଏହାର ଅତିରିକ୍ତ ମୃତ କର୍ମଚାରୀଙ୍କ ପତି ବା ପତ୍ନୀଙ୍କୁ ଗାରେଣ୍ଟି ରାଶିର ୬୦ ପ୍ରତିଶତ ମାସିକ ପେନସନର ଗାରେଣ୍ଟି ଦିଆଯାଏ।
ନୂଆ ପ୍ରସ୍ତାବ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀଙ୍କୁ ଅନ୍ତିମ ମୂଳ ବେତନର ୫୦ପ୍ରତିଶତ ଯାଏ ପେନସନର ଗ୍ୟାରେଣ୍ଟି ମିଳିବ। ଗ୍ୟାରେଣ୍ଟେଡ୍ ପେନସନ ରାଶିକୁ ପୂରା କରିବା ପାଇଁ ଆବଶ୍ୟକ ପେନସନ କୋଷରେ କୌଣସି ବି ଅଭାବକୁ କେନ୍ଦ୍ର ସରକାରଙ୍କ ବଜେଟରୁ କଭର କରାଯିବ। ଏଥରେ ପାଖାପାଖି ୮.୭ ମିଲିୟନ କେନ୍ଦ୍ରୀୟ ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଫାଇଦା ମିଳି ପାରେ।