ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

‘ମୋତେ ଜଣାଅଛି ବହୁ ଦିନ ହୋଇ ଗଲାଣି ...’ କମବ୍ୟାକ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲେ ମହମ୍ମଦ ଶାମି

ନୂଆଦିଲ୍ଲୀ – ଭାରତର ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଭାରତୀୟ ଟିମ୍‌ରେ ନିଜର କମବ୍ୟାକ୍‌କୁ ନେଇ ବଡ଼ ଅପଡେଟ୍‌ ଦେଇଛନ୍ତି। ଗତ କିଛି ସପ୍ତାହ ହେଲା ଅନେକ ରିପୋର୍ଟ ସାମନାକୁ ଆସିଥିଲା , ଯେଉଁଥିରେ କୁହାଯାଇ ଥିଲା ଯେ, ମହମ୍ମଦ ଶାମି ଆସନ୍ତା ମାସରେ ନ୍ୟୁଜିଲ୍ୟାଣ୍ଡ ବିରୋଧରେ ହେବାକୁ ଥିବା ଟେଷ୍ଟ ସିରିଜରେ ଫେରି ପାରନ୍ତି। ହେଲେ ଶାମିଙ୍କ କହିବାନୁସାରେ , ଯେପର୍ଯ୍ୟନ୍ତ ସେ ସଂପୂର୍ଣ୍ଣ ଫିଟ୍‌ ହୋଇ ନାହାନ୍ତି , ସେପର୍ଯ୍ୟନ୍ତ ସେ ଫେରିବା କଥା ଭାବି ନାହାନ୍ତି।

ମହମ୍ମଦ ଶାମି ଗତ ବର୍ଷ ୱାନଡେ ବିଶ୍ୱକପ୍ ୨୦୨୩ରେ ଆହତ ହେବା ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ ବାହାରେ ଅଛନ୍ତି। ଶାମିଙ୍କ ଗୋଇଠିରେ ଆଘାତ କାରଣରୁ ମୁସ୍କିଲର ସାମନା କରିବାକୁ ପଡ଼ିଥିଲା ଏବଂ ତାଙ୍କର ସର୍ଜରୀ ହୋଇଥିଲା। ମହମ୍ମଦ ଶାମି ନିକଟରେ ନେଟ୍ସରେ ବୋଲିଂ ପ୍ରାକ୍ଟିସ କରିବା ଆରମ୍ଭ କରିଛନ୍ତି , କିନ୍ତୁ ତାଙ୍କର ଫେରିବାକୁ ନେଇ ବିସିସିଆଇ କୌଣସି ଅପଡେଟ୍‌ ଦେଇ ନାହିଁ।

ମହମ୍ମଦ ଶାମି କହିଛନ୍ତି ,ମୁଁ ଯେତେ ଶୀଘ୍ର ହୋଇ ପାରିବ କମବ୍ୟାକ୍‌ କରିବାକୁ ଚେଷ୍ଟା କରୁଛି। କାରଣ ମୋତେ ଜଣା ଯେ, ମୁଁ ଅନେକ ଦିନରୁ ଖେଳ ଠାରୁ ଦୂରରେ। କିନ୍ତୁ ମୁଁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ଚାହୁଁଛି କି ଯେବେ ମୁଁ ଫେରିବି ତ ମୋ ମନରେ ଯେମିତି କୌଣସି ସନ୍ଦେହ ନଥିବ। ମୁଁ ଯେତେ ମଜବୁତ ହୋଇ ଫେରିବି , ମୋ ପାଇଁ ସେତିକି ଭଲ ହେବ ଏବଂ ମୋର ଆଉ ଥରେ ଆଘାତ ହେବାର ସମ୍ଭାବନା ସେତିକି କମ୍‌ ହେବ। 

ଏଥିପାଇଁ ଏଥିରେ କୌଣସି ଫରକ ପଡ଼ିବ ନାହିଁ କି ମୁଁ ବାଂଲାଦେଶ, ନ୍ୟୁଜିଲ୍ୟାଣ୍ଡ ବା ଅଷ୍ଟ୍ରେଲିଆ ସିରିଜ ପାଇଁ ଫେରୁଛି ନା ନାହିଁ। ମୁଁ ବୋଲିଂ ଆରମ୍ଭ କରି ଦେଇଛି। କିନ୍ତୁ ଯେମିତି କି ମୁଁ କହିଲି , ମୁଁ କୌଣସି ରିସ୍କ ନେବାକୁ ଚାହୁଁନି। ଯେତେବେଳେ ମୁଁ ୧୦୦ ପ୍ରତିଶତ ଫିଟ୍‌ ଅନୁଭବ କରୁନାହିଁ, ମୁଁ ଫେରିବା ପାଇଁ ସହମତ ହେବି ନାହିଁ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.