ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆତଙ୍କବାଦୀ ଆକ୍ରମଣ ପରେ ୟୁକ୍ରେନର ଶୀର୍ଷ ନେତୃତ୍ବଙ୍କୁ ରୁଷ୍ ପୂର୍ବତନ ରାଷ୍ଟ୍ରପତିଙ୍କ ଚେତାବନୀ, କହିଲେ ଯଦି କ୍ବିଭ୍‌ର ନାମ ଆସେ ତାହାଲେ...

ନୂଆଦିଲ୍ଲୀ: ରୁଷ୍‌ର ରାଜଧାନୀ ମସ୍କୋର ଏକ ବଡ କନସର୍ଟ ହଲ୍‌ରେ ସେନା ପୋଷାକରେ ଆତଙ୍କବାଦୀ ମାନେ ପ୍ରବେଶ କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଆକ୍ରମଣରେ ୭୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪୫ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏହି ୫ ଜଣ ଆତଙ୍କବାଦୀ ଖୋଲାଖୋଲି ଭାବେ ଗୁଳି ଚଳାଇଥିଲେ ଏବଂ ବୋମା ବର୍ଷା କରିଥିଲେ । ତେବେ ସବୁଠାରୁ ବଡକଥା ହେଉଛି ଯେ, ଭ୍ଲାଦିମିର ପୁଟିନ ପଞ୍ଚମ ଥର ରାଷ୍ଟ୍ରପତି ହେବାର ଦୁଇ ଦିନ ପରେ ରୁଷରେ ଏହି ଘଟଣା ଘଟିଛି।

ଏହି ପ୍ରସଙ୍ଗରେ ରୁଷର ପୂର୍ବତନ ରାଷ୍ଟ୍ରପତି ମେଡଭେଡେଭ ୟୁକ୍ରେନକୁ ଧମକ ଦେଇ କହିଛନ୍ତି ଯେ, ମସ୍କୋ କନସର୍ଟ ହଲ ଆକ୍ରମଣରେ ଯଦି କ୍ବିଭ୍ ଶାସନର ନାମ ଆସେ, ତେବେ ଆତଙ୍କବାଦୀଙ୍କ ପରି ୟୁକ୍ରେନର ଶୀର୍ଷ ନେତୃତ୍ୱଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯିବ । ଆଉ ଏଭଳି ସମୟରେ ୟୁକ୍ରେନର ରାଷ୍ଟ୍ରପତିଙ୍କ ପରାମର୍ଶଦାତା ଉତ୍ତର ଦେଇଛନ୍ତି ଯେ ମସ୍କୋରେ ହୋଇଥିବା ଆକ୍ରମଣ ସହିତ କ୍ବିଭ୍‌ର କୌଣସି ସମ୍ପର୍କ ନାହିଁ । 

ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ISIS-K ନିଜକୁ ଦାୟୀ କରିଛି । ସେ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛନ୍ତି ଯେ,, “ଇସଲାମିକ୍ ଷ୍ଟେଟ୍ ଯୋଦ୍ଧାମାନେ ରୁଷର ରାଜଧାନୀ ମସ୍କୋର କ୍ରାସ୍ନୋଗୋରସ୍କରେ ଅବସ୍ଥିତ କ୍ରୋକସ୍ ସିଟି ହଲ୍ (କନସର୍ଟ ହଲ୍) ରେ ଖ୍ରୀଷ୍ଟିଆନ ମାନଙ୍କର ଏକ ବିଶାଳ ସମାବେଶ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଶହ ଶହ ଲୋକ ପ୍ରାଣ ହରାଇବା ସହ ଆହତ ମଧ୍ୟ ହୋଇଛନ୍ତି ଏବଂ ସେଠାରେ ବ୍ୟାପକ ଧ୍ୱଂସ ହୋଇଛି । 

ଏଥି ସହିତ ଆମେରିକାର ଗୁପ୍ତଚର ସଂସ୍ଥାର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ଆସୋସିଏଟେଡ୍ ପ୍ରେସ (ଏପି) କୁ କହିଛନ୍ତି ଯେ ଆମେରିକାର ଗୁପ୍ତଚର ଏଜେନ୍ସି ମାନେ ସୂଚନା ପାଇଛନ୍ତି ଯେ ଆଫଗାନିସ୍ତାନର ଏହି ଗୋଷ୍ଠୀର ଏକ ଶାଖା ମସ୍କୋରେ ଆକ୍ରମଣ ଯୋଜନା କରୁଛି । ସେ ଏହି ସୂଚନାକୁ ରୁଷର ଅଧିକାରୀଙ୍କ ସହ ମଧ୍ୟ ସେୟାର କରିଛନ୍ତି । ଆମେରିକା କହିଛି ଯେ ଆଇଏସ୍ଆଇଏସ-କେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିରୋଧ କରୁଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଏହା ପୁଟିନଙ୍କୁ ଏହାର ପ୍ରଚାରରେ ସମାଲୋଚନା କରୁଥିବା ଦେଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.