ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଦୀ କରି ମାସେ ପର୍ଯ୍ୟନ୍ତ ମହିଳାଙ୍କୁ ଦୁଷ୍କର୍ମ, ପାଟିରେ ଲଙ୍କାଗୁଣ୍ଡ ପୁରାଇ ଓଠରେ ଅଠାଇ ଲଗାଇ ଅଭିଯୁକ୍ତ ଦେଉଥିଲା ନିର୍ଯାତନା

ଗୁନା,୧୯।୪: ମଧ୍ୟପ୍ରଦେଶର ଗୁନା ଜିଲ୍ଲାରୁ ଆସିଛି ଏକ ଲଜ୍ଜାଜନକ ଓ ଅମାନବୀୟ ଘଟଣା। ଜଣେ ମହିଳାଙ୍କୁ ତାଙ୍କ ପଡୋଶୀ ଏକ ମାସ ପର୍ଯ୍ୟନ୍ତ ଘରେ ବନ୍ଦୀ କରି ରଖିବା ସହ ଦୁଷ୍କର୍ମ କରିଛି। ଅଭିଯୁକ୍ତ ଏଭଳି କରିବା ପଛର କାରଣ ହେଉଛି ସେ ମହିଳାଙ୍କ ପୈତୃକ ସମ୍ପତ୍ତି ବା ଘର ଖଣ୍ଡକୁ ହଡପ କରିବାକୁ ଚାହୁଁଥିଲା। ପୀଡିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। 

ଆୟାନ ପଠାନ ନାମକ ଜଣେ ଯୁବକ ପଡୋଶୀ ମହିଳାଙ୍କୁ ଦୁଷ୍କର୍ମ କରିଛି। ଅଭିଯୁକ୍ତ ମହିଳାଙ୍କୁ ବନ୍ଦୀ କରିବା ପରେ ତାଙ୍କୁ ଖୁବ୍ ମାଡ ମାରିଥିଲା। ଏହାପରେ ପାଟି ଭିତରେ ଲଙ୍କାଗୁଣ୍ଡ ପୁରା ଓଠକୁ ଫେଭିକ୍ବିକ୍ ଅଠାରେ ବନ୍ଦ କରିଦେଇଥିଲା। ନିଜ ଉପରେ ଘଟିଥିବା  ଅମାନବୀୟ ଘଟଣାର ଖୁଲାସା ପୀଡିତ ପୋଲିସ ନିକଟରେ କରିଛନ୍ତି।

ପୋଲିସ ଗୁରୁବାର ଘଟଣା ସମ୍ପର୍କରେ ସୂଚନା ଦେଇ କହିଛି, ଗୁନାର ୨୩ ବର୍ଷୀୟ ଜଣେ ମହିଳାଙ୍କୁ ତାଙ୍କ ପଡୋଶୀ ଏକ ମାସ ପର୍ଯ୍ୟନ୍ତ ବନ୍ଦୀ କରି ରଖିବା ସହ ଦୁଷ୍କର୍ମ କରିଥିଲା। ପୀଡିତା କହିଛନ୍ତି, ଅଭିଯୁକ୍ତ ବଳପୂର୍ବକ ବିବାହ କରି ତାଙ୍କ ପୈତୃକ ସମ୍ପତ୍ତିର କାଗଜ ପତ୍ରରେ ଦସ୍ତଖତ କରାଇ ସମ୍ପତ୍ତି ନେଇ ଯିବାକୁ ଚାହୁଁଥିଲା। ପୀଡିତା ନିଜ ମା’ ସହିତ ବାହାରେ ଏକ ଗାଁରେ ରହୁଥିଲେ। ମାସେ ତଳେ ଅଭିଯୁକ୍ତ ତାଙ୍କୁ ବନ୍ଦୀ କରି କରି ଦୁଷ୍କର୍ମ କରିଥିଲା। ହେଳେ ଗତ ମଙ୍ଗଳବାର ରାତିରେ କୌଶଳକ୍ରମେ ମହିଳା ଜଣକ ଖସି ଆସିବାରେ ସଫଳ ହୋଇଥିଲେ। ମହିଳାଙ୍କୁ ମୁହଁ ଓ ଆଖି ଫୁଲି ଯାଇଥିବା ବେଳେ ପୁରା ଶରୀରରେ ଆଘାତ ଚିହ୍ନ ରହିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.