ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ନେପାଳ ଭୂମିକମ୍ପରେ ବଢ଼ୁଛି ମୃତ୍ୟୁ ସଂଖ୍ୟ; ବର୍ତ୍ତମାନ ସୁଦ୍ଧା ଗଲାଣି ୭୨ ଜୀବନ, ମଧ୍ୟରାତ୍ରୀରେ ଥରିଉଠିଲା ଦିଲ୍ଲୀରୁ ବିହାର

କାଠମାଣ୍ଡୁ,୦୪/୧୧: ପଶ୍ଚିମ ନେପାଳରେ ହୋଇଥିବା ଭୂକମ୍ପରେ ଏପର୍ଯ୍ୟନ୍ତ ୭୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ ଆହତ ହୋଇଛନ୍ତି। ଭୂକମ୍ପରେ ଅନେକ ଘର ଭୁଶୁଡ଼ି ପଡ଼ିଛି। ନେପାଳୀ ଅଧିକାରୀମାନେ କହିଛନ୍ତି ଯେ, ରୁକୁମ୍ ୱେଷ୍ଟରେ ୩୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜାଜରର୍କୋଟ ଜିଲ୍ଲାରେ ଏପର୍ଯ୍ୟନ୍ତ ୩୪ ଜଣଙ୍କର ମୃତ୍ୟୁ ହୋଇଛି। ଭୂକମ୍ପ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୂଚନାଥାଉକି, ଶୁକ୍ରବାର ରାତି ପ୍ରାୟ ୧୧.୩୦ ରେ ନେପାଳର ପଶ୍ଚିମ ଅଞ୍ଚଳରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିଲା। ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୪ ମାପ କରାଯାଇଛି। ଏହା ଏତେ ତିବ୍ର ଥିଲା ଯେ, ଏହାର ପ୍ରଭାବ ଦିଲ୍ଲୀ ଏନ୍‌ସିଆର୍‌ ଠାରୁ ବିହାର ପର୍ଯ୍ୟନ୍ତ ଥରିଉଠିଥିଲା ଧରିତ୍ରୀ। 

୪୦ ସେକେଣ୍ଡ ପର୍ଯ୍ୟନ୍ତ ‌ଲାଗିଥିଲା ଝଟ୍‌କା: 

ନେପାଳର ଜାତୀୟ ଭୂକମ୍ପ ମାପ କେନ୍ଦ୍ରର ଅଧିକାରୀଙ୍କ ଅନୁଯାୟୀ, ରାତି ୧୧.୪୭ ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ‌ଜଜାରକୋଟର ୧୦ କିଲୋମିଟର ଗଭୀରରେ ରହିଥିଲା। ଏହି ଭୂକମ୍ପର ପ୍ରଭାବ ଭାରତ ଏବଂ ଚାଇନାରେ ମଧ୍ୟ ଅନୁଭୂତ ହୋଇଥିଲା। ଭାରତରେ ମଧ୍ୟ ପ୍ରାୟ ୪୦ ସେକେଣ୍ଡ ପାଇଁ କମ୍ପନ ଅନୁଭୂତ ହୋଇଥିଲା। 

ଏଥି ସହିତ ନେପାଳର ରାଜଧାନୀ କାଠମାଣ୍ଡୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଏହି ଶକ୍ତିଶାଳୀ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା। ଜଜାରକୋଟ କାଠମାଣ୍ଡୁ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଅବସ୍ଥିତ। ଭୂକମ୍ପ ଅନୁଭୂତ ହେବା ମାତ୍ରେ କାଠମାଣ୍ଡୁର ଲୋକମାନେ ଘରୁ ବାହାରକୁ ଆସିଥିଲେ। ଏହି ସମୟରେ ଲୋକମାନେ ରାସ୍ତାରେ ଭୟଭୀତ ହୋଇଥିବାର ଦେଖାଯାଇଥିଲା। 

ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଭୂକମ୍ପ ଯୋଗୁଁ ଧନଜୀବନ କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ନେପାଳର ପିଏମଓ ଟ୍ୱିଟ୍ କରି କହିଛନ୍ତି, ଶୁକ୍ରବାର ରାତି ୧୧.୪୭ ସମୟରେ ଜଜାରକୋଟର ରାମିଦାଣ୍ଡାରେ ଘଟିଥିବା ଭୂମିକମ୍ପ ଯୋଗୁଁ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର ପାଇଁ ସମସ୍ତ ତିନୋଟି ସୁରକ୍ଷା ଏଜେନ୍ସି ନିୟୋଜିତ କରାଯାଇଛି।

 

Copyright © 2022 - Summa Real Media Private Limited. All Rights Reserved.