ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

କୁକୁର ପାଇଁ ସାହାଯ୍ୟ ଲୋଡିଲେ ରତନ ଟାଟା, ସୋସିଆଲ ମିଡିଆରେ କଲେ ପୋଷ୍ଟ ସେୟାର

ନୂଆଦିଲ୍ଲୀ,୨୭/୬:ସାହାଯ୍ୟ ଲୋଡିଛନ୍ତି ବିଶିଷ୍ଟ ଶିଳ୍ପପତି ରତନ ଟାଟା। ନିକଟରେ ଇନଷ୍ଟାଗ୍ରାମ ଜରିଆରେ ମୁମ୍ବାଇ ବାସିନ୍ଦାମାନଙ୍କ ନିକଟରୁ ଏକ ସାହାଯ୍ୟ ଲୋଡ଼ିଛନ୍ତି। ସେ ତାଙ୍କର ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ଜରିଆରେ ଏକ କୁକରର ଚିକିତ୍ସା ପାଇଁ ରକ୍ତ ଆବଶ୍ୟକତା ସଂପର୍କରେ ସୂଚନା ଦେଇଛନ୍ତି। ସେ ମୁମ୍ବାଇରେ ଥିବା ତାଙ୍କ ଛୋଟ  ପ୍ରାଣୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଏକ କୁକୁର ପାଇଁ ଜଣେ ରକ୍ତଦାତା ଖୋଜିବାକୁ ମୁମ୍ବାଇର ଲୋକଙ୍କୁ ନିବେଦନ କରିଛନ୍ତି। ଗୁରୁତର ପରିସ୍ଥିତିରେ ୭ ମାସର କୁକୁରଟି  ଜ୍ୱର ଏବଂ  ରକ୍ତହୀନତାରେ ପୀଡିତ ଥିବାରୁ ତା’ର ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି।

ଟାଟା ତାଙ୍କ ପୋଷ୍ଟରେ ରକ୍ତ ଦାତାଙ୍କର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଅସୁସ୍ଥ କୁକୁରର ଚିତ୍ର ସହିତ ଦାତା କୁକୁରମାନଙ୍କ ମଧ୍ୟରେ କି ପ୍ରକାରର ଯୋଗ୍ୟତା ଥିବ ତାହାକୁ ଉଲ୍ଲେଖ କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ‌ଷ୍ଟୋରିରେ ‘‘ମୁମ୍ବାଇ, ମୋର ସାହାଯ୍ୟ ଦରକାର।’’ ବୋଲି ଲେଖିଛନ୍ତି। ତେବେ ପଶୁମାନଙ୍କ ପ୍ରତି ରତନ ଟାଟାଙ୍କ ଭଲପାଇବା ସଂପର୍କରେ ଆମେ ସମସ୍ତେ ଜାଣନ୍ତି। ବିଶେଷ କରି କୁକୁର ପ୍ରତି ତାଙ୍କର ପ୍ରେମ ଖୁବ୍ ଅଧିକ। ସେ ପ୍ରାୟତଃ କୁକୁରମାନଙ୍କର ଫଟୋ ପୋଷ୍ଟ କରନ୍ତି ଏବଂ ସେମାନଙ୍କ ଅଧିକାର ପାଇଁ ଦାବି କରନ୍ତି। 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.