ପ୍ରମୂଖ ଖବର
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ଜମି ବାଡ଼ିକୁ ନେଇ ହତ୍ୟାକାଣ୍ଡ, ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ

ରାସଗୋବିନ୍ଦପୁର, ୧୬/୬ : ଜମି ବାଡ଼ିକୁ ନେଇ ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ l ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ନୁଣଚାଟି ଗ୍ରାମରେ l ଘଟଣା ଅନୁଯାୟୀ, ଉକ୍ତ ଗ୍ରାମର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବାବେଳେ ଉକ୍ତ ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚି ଉଗ୍ର ରୂପ ଧାରଣା କରିଥିଲା l ଆଜି ସକାଳ ୮ଟା ସମୟରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ଼ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ଼ ମାରପିଟ ହୋଇଥିଲା l ତେବେ ହଠାତ୍ ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲା । ଫଳରେ ସେ ଏକ ଧାରୁଆ ତରୁଆଲ(ମାରାଣାସ୍ତ୍ର)ରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଜୟନ୍ତ ଘଟଣାସ୍ଥଳରେ ଟଳି ପଡ଼ିଥିଲେ l ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନ ପଡିବାରୁ ସେ ଉକ୍ତ ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଜୟନ୍ତଙ୍କ ମୃତ୍ୟୁ ଘଟିଥିଲା l ଖବରପାଇ, ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ଓ଼ ତାଙ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.