ଜଗତସିଂହପୁର, ୦୮/୧୧ : ତିର୍ତୋଲ ଥାନା ସାଇଲୋ ହିତରଣା ଗ୍ରାମରେ ବିଭତ୍ସ ହତ୍ୟା l ଗାଁର ବିନୋଦ ଦାସ (୫୭ ବର୍ଷ)ଙ୍କୁ କଟୁରୀରେ ହାଣି ହତ୍ୟା କଲା ମାନସିକ ବିକାରଗ୍ରସ୍ତ ଯୁବକ। ହତ୍ୟାକାରୀକୁ ପୋଲିସ କାବୁ କରିଛି।
ସୂଚନାନୁଯାୟୀ, ବିନୋଦ ଦାସ ବୁଧବାର ସକାଳେ କ୍ଷୀର ଧରି ଷ୍ଟୋରକୁ ଯିବା ସମୟରେ ସେହି ଗାଁର ସୁବୋଧ ନାମକ ଜଣେ ଯୁବକ ଅତର୍କିତ ଭାବେ ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲେ। ଏହା ସହ ଅନ୍ୟ ଜଣଙ୍କ କାନ୍ଧକୁ ହାଣି ଦେଇଥିଲେ। ତେବେ ପୋଲିସ ହତ୍ୟାକାରୀକୁ କାବୁ କରିଛି।