ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ମୋ ଜୀବନ ଦେଶ ପାଇଁ ସମର୍ପିତ’, ଗିରଫ ହେବାପରେ କେଜ୍ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ,୨୨।୩: ଅବକାରୀ ଦୁର୍ନୀତିରେ ଗିରଫ ହେବାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆସିଛି ପ୍ରଥମ ପ୍ରତିକ୍ରିୟା। ସେ କହିଛନ୍ତି, ମୋ ଜୀବନ ଦେଶ ପାଇଁ ସମର୍ପିତ। ଭିତରେ ରହେ କିମ୍ବା ବାହାରେ।’ ଉଲ୍ଲେଖନୀୟ ଯେ, ଗୁରୁବାର ଅର୍ଥାତ ୨୧ ମାର୍ଚ୍ଚରେ ଇଡି ତାଙ୍କୁ ପଚରା ଉଚରା କରିବାକୁ ତାଙ୍କ ଘରୁ ଗିରଫ କରିଥିଲା।  

ଶୁକ୍ରବାର କେଜ୍ରିୱାଲଙ୍କୁ ଇଡି ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରିଛି। କେଜ୍ରିୱାଲଙ୍କୁ ରିମାଣ୍ଡରେ ନେଇ ପଚରା ଉଚରା କରିବା ପାଇଁ ବହୁ ଦଲିଲ ଦିଆଯାଇଛି। ତଦନ୍ତକାରୀ ଏଜେନ୍ସି କହିଛି, ତାଙ୍କ ପାଖରେ ମନି ଟ୍ରେଲର ସାକ୍ଷୀ ଅଛନ୍ତି,ଯିଏକି ଏହା କହିଛନ୍ତି ଯେ, ମଦ ନୀତି ଦୁର୍ନୀତିରେ ୧୦୦ କୋଟିରୁ ଅଧିକ ଲାଞ୍ଚ ନିଆଯାଇଛି। କୋର୍ଟକୁ ଇଡି କହିଛି ଯେ, ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଦୁର୍ନୀତିର କିଙ୍ଗପିନ୍‌ ।

ମଦ ଦୁର୍ନୀତି ଟଙ୍କାର ବ୍ୟବହାର ଗୋଆ ଓ ପଞ୍ଜାବ ନିର୍ବାଚନରେ ହୋଇଛି। ତଦନ୍ତକାରୀ ଏଜେନ୍ସି କୋର୍ଟଙ୍କୁ କହିଛନ୍ତି, ଗୁରୁବାର ରାତିରେ ଯେତେବେଳେ ତାଙ୍କ ଘରର ତଲାସୀ ନିଆଯାଇଥିଲା ସେ ତଦନ୍ତରେ ସହଯୋଗ କରୁନଥିଲେ। ଏହି ଦୁର୍ନୀତି ୧୦୦ ନୁହେଁ ବଂର ୬୦୦ କୋଟି ଟଙ୍କାରୁ ଅଧିକ। ମନି ଟ୍ରେଲର ଚାଟ୍ ଥିବା ପ୍ରମାଣ ଓ କଥାବାର୍ତ୍ତାର ସିଡିଆର ଆମ ପାଖରେ ରହିଛି।’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.