ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରହସ୍ୟମୟ ସମୂଦ୍ର, ଯେଉଁଥିରେ ଚାହିଁଲେ ବି ବୁଡିପାରିବେନି

ନୂଆଦିଲ୍ଲୀ ୧୭/୦୪: ପୃଥିବୀରେ ଅନେକ ଅଜବ ସ୍ଥାନ ମଧ୍ୟରେ ଇସ୍ରାଏଲ ଓ ଜୋର୍ଡାନ  ମଧ୍ୟରେ ସ୍ଥିତ ମୃତ ସାଗର ବା ଡେଡ୍‌ ସି ଅନ୍ୟତମ । ଅନେକ  ବିଶେଷତ୍ୱ ପାଇଁ ଏହା ପର୍ଯ୍ୟଟକଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟତା  ହାସଲ କରିଛି । ଡେଡ୍‌ ସି’ର ସବୁଠୁ ବଡ଼ ବିଶେଷତ୍ୱ ହେଉଛି  ଏଥିରେ କେହି ବୁଡ଼ନ୍ତି ନାହିଁ । ଏହି ସମୁଦ୍ର ପାଣିରେ ଲବଣ ମାତ୍ରା  ଏତେ ଅଧିକ ଯେ ଏଥିରେ ଶୋଇଲେ ବି ବୁଡ଼ିବେ ନାହିଁ । ଗୋଟିଏ ପଟେ ଇସ୍ରାଏଲ, ଅନ୍ୟପଟେ ଜୋର୍ଡାନର ମନୋରମ   ପାହାଡ଼ ଦ୍ୱାରା ପରିବେଷ୍ଟିତ ଡେଡ୍‌ ସି’ର ଦୃଶ୍ୟ ଅତ୍ୟନ୍ତ ମନଲୋଭା ।  ମୃତ ସାଗର ପୃଥିବୀର ସବୁଠୁ ନିମ୍ନରେ ଅବସ୍ଥିତ ଜଳାଶୟ ।  ଏହା ସମୁଦ୍ର ପତ୍ତନଠୁ ୪୦୦ ମିଟର ତଳେ ଅବସ୍ଥିତ । ସମୁଦ୍ରର   ନାଁ ମୃତ ସାଗର ହେବାର କାରଣ ଏଥିରେ କୌଣସି ଜୀବ ବା  ଉଦ୍ଭିଦ ଜୀବିତ ରହିପାରନ୍ତି ନାହିଁ । 

ଏଥିରେ ଲବଣ ମାତ୍ରା ପ୍ରାୟ  ୩୫ ପ୍ରତିଶତ । ଏଥିରେ କୌଣସି ମାଛ ବି ବଞ୍ଚିପାରନ୍ତି ନାହିଁ ।  ସାଧାରଣ ସାମୁଦ୍ରିକ ଜଳଠୁ ଏହା ୧୦ ଗୁଣ ଅଧିକ ଲୁଣିଆ । ମୃତ ସାଗରର ଲବଣ ଏହାର ବାଲି ଓ ମାଟିରେ ବି ପରସ୍ତ  ପରସ୍ତ ହୋଇ ଜମା ହୋଇଛି । ସୋଡିୟମ୍‌ କ୍ଲୋରାଇଡ୍‌ର ଉପସ୍ଥିତି  ଯୋଗୁ ଏହା ଚିକ୍‌ମିକ୍‌ କରେ । ପର୍ଯ୍ୟଟକ ଏହି ସମୁଦ୍ରରେ କୌଣସି  ସାମଗ୍ରୀ ବିନା ଭାସନ୍ତି । ମୃତ ସମୁଦ୍ର ମାଟିରେ ତ୍ୱଚା ପାଇଁ ଲାଭକରୀ   ହାଇଆଲ୍ୟୁରୋନିକ ଏସିଡ୍‌ ଓ ଅନେକ ଖଣିଜ ଥାଏ । ଏଠାକୁ  ଆସୁଥିବା ଲୋକେ ଏହି ମାଟିର ଲେପ ଲଗାଇ ଖରାରେ ବସନ୍ତି ।

 

 

 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.