ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ନ୍ୟୁୟର୍କରେ ଭଙ୍ଗାଯିବ କ୍ରିକେଟ ଷ୍ଟାଡିୟମ, ଭାରତ ସେଠାରେ ଜିତିଛି ହ୍ୟାଟ୍ରିକ୍ ମ୍ୟାଚ୍, ଜାଣନ୍ତୁ କାହିଁକି

Published By : Prameya | June 13, 2024 5:07 PM

ନୂଆଦିଲ୍ଲୀ,୧୩/୬ :  ଟି-୨୦ ବିଶ୍ବକପ ଇତିହାସର ସବୁଠାରୁ ଚର୍ଚ୍ଚିତ ଏବଂ ରହସ୍ୟମୟ ପିଚ ମଧ୍ୟରୁ ଗୋଟିଏ ହେଲା ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ପିଚ୍ । ଯାହା ନ୍ୟୁୟର୍କରେ ଅଛି । ଏହି ଷ୍ଟାଡିୟମକୂ ସବୁବେଳେ କମ୍ ସ୍କୋର ଏବଂ ବୋଲିଂ ଲାଗି ମନେ ପକାଯିବ । ଏହା ଏଥିଲାଗି କାରଣ ଟି-୨୦ ବିଶ୍ବକପ୍ ୨୦୨୪ର ୨୫ତମ ମ୍ୟାଚରେ ଭାରତ ବନାମ ୟୁଏସଏ ମ୍ୟାଚ୍ ପରେ ତୁରନ୍ତ ଏହାକୁ ଧ୍ବଂସ କରିବାର କାମ ଆରମ୍ଭ କରି ଦିଆଯାଇଛି ।

ବୁଧବାର ଷ୍ଟାଡିୟମକୁ ହଟାଇବାର କାମ ଆରମ୍ଭ ହୋଇଯାଇଛି । ଏହି ଅସ୍ଥାୟୀ ଷ୍ଟାଡିୟମ ନ୍ୟୁୟର୍କର ଆଇଜନହାଓ୍ବର ପାର୍କରେ କରାଯାଇଥିଲା । ଏହି ପାର୍କକୁ ଖେଳ ଏବଂ ଦର୍ଶକଙ୍କ ଲାଗି ସୁରକ୍ଷିତ ଷ୍ଟାଡିୟମର ରୂପ ଦିଆଯାଇଥିଲା । ପୂର୍ବ ଦୁଇ ସପ୍ତାହ ହେବ ଏହି ପାର୍କକୁ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଥିଲା ଏବେ ଏଥିରେ ପ୍ରବେଶ କରିବା ସହଜ ହୋଇଯିବ । ୬ସପ୍ତାହରେ ଏହି ଷ୍ଟାଡିୟମ ଗାୟବ ହୋଇଯିବ ।

ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଯିବ । ଏହି ଷ୍ଟାଡିୟମକୁ ପ୍ରାୟ ୧୦୬ଦିନରେ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିଲା । ୩୪,୦୦୦ସିଟର ଏହାର ଗ୍ରାଣ୍ଡଷ୍ଟାଣ୍ଡ ପ୍ରଥମେ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଏବଂ ଫର୍ମୁଲା ଓ୍ବାନର ଲାସ ବେଗାସ ଗ୍ରାଣ୍ଡ ପ୍ରିକ୍ସ ଭଳି ଆୟୋଜନ ଲାଗି ବ୍ୟବହାର କରାଯାଇଥିଲା । ୩୦ମିଲିୟନ ଡଲାରରେ ନିର୍ମିତ ଏହି ପିଚ୍‌ର ନିର୍ମାଣ ୮ମାସରେ ହୋଇଥିଲା । ଯେଉଁଥିପାଇଁ ଟୁର୍ଣ୍ଣାମେଣ୍ଟ ଲାଗି ଅଷ୍ଟେ୍ରଲିଆର ଆଡିଲେଟ ଓବଲ ଷ୍ଟାଡିୟମରୁ ବିଶେଷ ମାଟି ଅଣାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.