ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗତ ଆର୍ଥିକ ବର୍ଷରେ, ୬୪ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି ତିନୋଟି ବଡ଼ ଆଇଟି କମ୍ପାନୀ

Image source: NDTV

ନୂଆଦିଲ୍ଲୀ,୨୦/୦୪: ବୈଶ୍ବିକ ସ୍ତରରେ ଦୁର୍ବଳ ଚାହିଦା ହେତୁ ଦେଶର ତିନୋଟି ବୃହତ ଆଇଟି କମ୍ପାନୀ ଟିସିଏସ୍, ଇନଫୋସିସ୍ ଏବଂ ୱିପ୍ରୋ ୨୦୨୩-୨୪ ଆର୍ଥିକ ବର୍ଷରେ ୬୪ ହଜାର କର୍ମଚାରୀଙ୍କୁ ଛୁଟେଇ କରିଛନ୍ତି। ଶୁକ୍ରବାର ମାର୍ଚ୍ଚ ତ୍ରୈମାସିକ ଫଳାଫଳ ଘୋଷଣା କରିଥିବା ୱିପ୍ରୋରେ କର୍ମଚାରୀଙ୍କ ସଂଖ୍ୟା, ପୂର୍ବ ବର୍ଷ ଅବଧିରେ ୨,୫୮,୫୭୦ ରୁ ୨,୩୪,୦୫୪ କୁ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। 

ଦୀର୍ଘ ଅବଧିରେ, ଯେଉଁଭଳି ଭାବେ କମ୍ପାନୀଗୁଡିକ ଅଧିକ ଆଇପି ଆଧାରିତ ପ୍ଲାଟଫର୍ମ ଏବଂ ଏଆଇ ଆଡ଼କୁ ଗତି କରିବ, ସେହିପରି ଭାବେ କର୍ମଚାରୀଙ୍କ ସଂଖ୍ୟାରେ ହେବାକୁ ଥିବା ବୃଦ୍ଧିରେ ହ୍ରାସ ଘଟିବ। ଭାରତର ଆଇଟି ସେବା ଶିଳ୍ପ ମୂଲ୍ୟ ୨୫୪ ବିଲିୟନ ଡ଼ଲାର ଅଟେ ଏବଂ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ଏବଂ ଭୌଗୋଳିକ ପରିବର୍ତ୍ତନ ସହିତ ମୁକାବିଲା କରୁଛି।

ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି ସେବା ରପ୍ତାନିକାରୀ ଇନଫୋସିସର ମୋଟ କର୍ମଚାରୀଙ୍କ ସଂଖ୍ୟା ମାର୍ଚ୍ଚ ୨୦୨୪ ରେ ୩,୧୭,୨୪୦ କୁ ହ୍ରାସ ପାଇ ଗତ ବର୍ଷ ସମାନ ଅବଧିରେ ୩,୪୩,୨୩୪ କର୍ମଚାରୀଙ୍କ ଠାରୁ ୨୫,୯୯୪ ହ୍ରାସ ପାଇଛି। କମ୍ପାନୀ ସିଏଫଓ ଜୟଶ ସାଙ୍ଘରାଜକା କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ନିଯୁକ୍ତି ମଡେଲରେ ପରିବର୍ତ୍ତନ ଆସିଛି। କ୍ୟାମ୍ପସ ନିଯୁକ୍ତି ସମୟରେ ଆମେ ବର୍ତ୍ତମାନ ଅଧିକ ସତର୍କ ମଡେଲ ବ୍ୟବହାର କରୁଛୁ। ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ, ଟିସିଏସ୍‌ରେ ୧୩,୨୪୯ କର୍ମଚାରୀଙ୍କ ହ୍ରାସ ରେକର୍ଡ କରାଯାଇଛି । ମାର୍ଚ୍ଚ ଶେଷରେ ଏହାର ମୋଟ କର୍ମଚାରୀ ସଂଖ୍ୟା ୬,୦୧,୫୪୬ ଥିଲା।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.