ପ୍ରମୂଖ ଖବର
  • ଅପେକ୍ଷାର ହେଲା ଅନ୍ତ, ଖୋଲିଲା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର, ଭିତର ଭଣ୍ଡାର ଖୋଲିବାକୁ ଚାଲିଛି ପକ୍ରିୟା
  • ||
  • ଶ୍ରୀମନ୍ଦିରକୁ ପ୍ରବେଶ କଲେ ୧୧ ଜଣ ସଦସ୍ୟ, ଦିନ ୧ଟା ୨୮ରେ ଶୁଭ ମୁହୂର୍ତ୍ତରେ ଫିଟିବ ଭିତର ଭଣ୍ଡାର ତାଲା
  • ||
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ନବାଜୁଦ୍ଦିନ ଶିକାର ହୋଇଥିଲେ ଭେଦଭାବର, ଛଡ଼ାଇ ନିଆଯାଇଥିଲା ଫିଲ୍ମ ? ଅଭିନେତା କହିଲେ ଏଭଳି କିଛି ...

ନୂଆଦିଲ୍ଲୀ,୨୬/୬ :  ଅଭିନେତା ନବାଜୁଦ୍ଦିନ ସିଦ୍ଦିକି ଛୋଟ ଛୋଟ ଭୂମିକାରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଆଜି ତାଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ । ନବାଜୁଦ୍ଦିନ ଉତ୍ତରପ୍ରଦେଶର ଏକ ଛୋଟ ଗାଁରୁ ଆସନ୍ତି କିନ୍ତୁ ଫ୍ୟାନ୍ସ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଯେଉଁଥିପାଇଁ ସେ ଫ୍ୟାନ୍ସମାନଙ୍କ ପାଖରେ ଅନୁଗ୍ରହ । ନବାଜ କୁହନ୍ତି କି ଯଦି ଆପଣଙ୍କ ଇଛା ଅଛି ତ ଧର୍ମ ଏବଂ ଅଞ୍ଚଳ ଭଳି କିଛି ଜିନିଷ ଆପଣଙ୍କ ସଫଳତା ଆଗରେ ଆସି ନଥାନ୍ତି ।

କେତେକ ଥର ଅଭିନେତା ଖୁଲାସା କରିଛନ୍ତି କି ଧର୍ମ ବିଶେଷ ହେବା ଫଳରେ ତାଙ୍କୁ କାମ ମିଳିବାରେ ବହୁ ଅସୁବିଧାର ଶିକାର ହେବାକୁ ପଡ଼ିଛି । ତାଙ୍କ ହାତରୁ ପ୍ରୋଜେକ୍ଟ କାଢି ନିଆଯାଇଛି । ତାଙ୍କ ସହ ଭେଦଭାବ କରାଯାଇଛି । ଏକ ସାକ୍ଷାତକାରରେ ନବାଜୁଦ୍ଦିନ ନିଜ ଧର୍ମ ବିଶେଷ ହେବା ଉପରେ କଥା ହୋଇଥିଲେ ଏବଂ କହିଥିଲେ କି କ’ଣ କେବେ ସେ ବି କିଛି ଏଭଳି ଫେସ କରିଥିଲେ । କାରଣ ସେ ମୁସଲିମ୍ ଧର୍ମରୁ ଆସିଥାନ୍ତି ଏବଂ କ’ଣ କେବେ ତାଙ୍କ ସହ କୌଣସି ଭେଦଭାବ କରାଯାଇଛି ।

ନବାଜୁଦ୍ଦିନ କହିଛନ୍ତି କି , ଆଦୌ ନୁହେଁ । ବରଂ ସମାଜକୁ ବଲିଉଡ଼ରୁ ଶିଖିବା ଜରୁରୀ । କ’ଣ ଆପଣ ଜାଣନ୍ତି କି ଯେତେ ପର୍ଯ୍ୟନ୍ତ ଅଭିନୟର କଥା କହିବା ତେବେ‌ ଅନୁପମ ଖେର ନସୀରୁଦ୍ଦିନ ଶାହଙ୍କୁ ବହୁତ ସମ୍ମାନ କରିଥାନ୍ତି ? ମୁଁ ଖାଲି ଏତିକି କହିପାରିବି ସାମ୍ପ୍ରଦାୟିକ ରାଜନୀତି ଏଭଳି ଜିନିଷ ନୁହେଁ ଯାହା ମୁଁ...’କହିବାକୁ ଯାଇ ସେ ଅଟକି ଯାଇଥିଲେ । ପରେ ଏହା ପଚରାଯିବା ପରେ କ’ଣ ଆପଣ ନିଜ ମୁସଲିମ୍ ପରିଚୟ ଲାଗି ଭେଦଭାବର ସାମ୍ନା କରିବାକୁ ପଡ଼ିଲା ନବାଜ କହିଛନ୍ତି କି କେବେ ନୁହେଁ । 

ଅଭିନେତା ଆଗକୁ କହିଛନ୍ତି କି ମୁଁ ଏହି ଇଣ୍ଡଷ୍ଟ୍ରିର ଭାଗିଦାରୀ ଅଟେ । ମୋ ଦେଶ ବହୁତ ସୁନ୍ଦର ଅଟେ । ମୋତେ ଏଠାରେ ଯେଉଁ ଭଲ ପାଇବା ଏବଂ ସମ୍ମାନ ମିଳୁଛି , ତାହା ମୋତେ ଆଉ କେଉଁଠି ମିଳିପାରିବ ନାହିଁ । ମୁଁ ସାଧାରଣ ଲୋକଙ୍କ ମଧ୍ୟରେ ଯାଇ ବହୁତ ଖୁସି ଅଛି କାରଣ ସେମାନେ ମୋତେ ଭଲପାଇବା ଦେଇଥାନ୍ତି, ତାଙ୍କର ବ୍ୟାକଗ୍ରାଉଣ୍ଡ ଯାହାବି ହୋଇଥାଉ । ଆପଣଙ୍କୁ ବିଶ୍ବରେ ଏଭଳି କେଉଁଠି ଆଉ ଦେଖିବାକୁ ମିଳିବ ନାହିଁ । ମୁଁ ଦେଶର କୋଣଅନୁକୋଣ ବୁଲି ସାରିଛି, ମୋତେ ଜଣାନାହିଁ ନ୍ୟୁଜରେ କ’ଣ ଦେଖାଉଛି, କିନ୍ତୁ ଆମ ଦେଶର ଲୋକ ବହୁତ ସୁନ୍ଦର ଅଟନ୍ତି ଏବଂ ବହୁ ସରଳ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.