ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ମା ଓ ଝିଅଙ୍କୁ ଛୁରାମାଡ଼ କରି ପଡୋଶୀ ଫେରାର୍, ଜମିବାଡ଼ି ବିବାଦ ସନ୍ଦେହ

ସମ୍ବଲପୁର, ୧୪/୦୬ : ସମ୍ଵଲପୁରରେ ଚାଞ୍ଚଲ୍ୟ। ମା ଓ ଝିଅଙ୍କୁ ଛୁରାମାଡ଼। ଅଇଁଠାପାଲି ଥାନା ଅନ୍ତର୍ଗତ ଗୋପାଲମାଳରେ ଏଭଳି ଘଟଣା ଘଟିଛି। ମା ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ସମ୍ଵଲପୁର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି। ଛୁରାମାଡ଼ କରି ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ଆକ୍ରମଣର କାରଣ ଜଣାପଡ଼ି ନାହିଁ। ଜମିବାଡ଼ି ବିବାଦ ଯୋଗୁଁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଛୋଟ ଟେଲରିଂ ଦୋକାନ କରିଥିବା ଦାନୀପାଲିର ଇନ୍ଦୁ ଓ ତାଙ୍କ ଝିଅ ପାୟଲଙ୍କୁ ପଡୋଶୀ ଛୁରୀ ଭୂଷି ଦେଇଛନ୍ତି। ଆହତ ଅବସ୍ଥାରେ ମା ଓ ଝିଅଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇନ୍ଦୁଙ୍କ ସ୍ଵାମୀ ଜଣେ ମୋଜାଇକ ମିସ୍ତ୍ରୀ। ହେଲେ ଅସୁସ୍ଥତା ହେତୁ ସେ ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହଁନ୍ତି। ଏମାନଙ୍କ ଦୁଇ ଝିଅ, ଓ ଗୋଟିଏ ପୁଅ। ବଡ଼ ଝିଅକୁ ବାରକୋଟର ଏକ ବ୍ୟବସାୟୀ ପରିବାରର ସଦସ୍ୟ ଆଦର୍ଶ ବିବାହ କରିଛନ୍ତି। ପୁଅ ପାଠ ପଢ଼ୁଛନ୍ତି। ମା ଝିଅ ପରିଶ୍ରମ କରି ବଡ଼ କଷ୍ଟରେ ଜମି ଖଣ୍ଡିଏ କିଣି ଧାର ଉଧାର କରି ଦାନୀପାଲିରେ ଘରଟିଏ କରିଛନ୍ତି। ତେବେ ପଡୋଶୀ ଜମି ବିବାଦ ଯୋଗୁଁ ଶତ୍ରୁତା ଲାଗି ରହିଥିଲା। ବହୁବାର ଥାନାକୁ ମାମଲା ଯାଇଥିଲା। ଶୁକ୍ରବାର ପଡୋଶୀ ଜଣଙ୍କ ମା ଓ ଝିଅ ଉପରକୁ ଆକ୍ରମଣ କରି ଫେରାର୍ ହୋଇଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.