ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ସଫା ହେଉନି ଅଳିଆ...ବଢ଼ିବାରେ ଲାଗିଛି ଆବର୍ଜନାର ପାହାଡ଼; ଅନେକ ରାଜ୍ୟରେ ନାଁକୁ ମାତ୍ର ହୋଇଛି କାମ

ନୂଆଦିଲ୍ଲୀ,୨୯/୦୯: ସହରଗୁଡିକରେ ଆବର୍ଜନାର ପାହାଡ଼କୁ ହଟାଇବା ପାଇଁ କେନ୍ଦ୍ର ସରକାର ତିନି ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଯୋଜନା ଆରମ୍ଭ କରିଥିଲେ। ଆଶା ଥିଲା ଯେ, ଯଦି ସମସ୍ତେ ସମାନ ଭାବେ ସହଯୋଗ କରନ୍ତି, ତେବେ ଏହି ଅଳିଆଗଦା ଗୁଡ଼ିକ ଆଉ ରହିବ ନାହିଁ। କିନ୍ତୁ ଏହି ଯୋଜନା ଅଛି ହେଳେ ଅଳିଆ ସଫା ହଉନି। ରାଜ୍ୟଗୁଡ଼ିକରେ ଅଧିକାରୀ ଓ କର୍ମଚାରୀମାନଙ୍କା ଅଳସୁଆପଣ ଯୋଗୁ ଏବେ ଦେଶର ବିଭିନ୍ନ ସହରରେ ଏହି ଆବର୍ଜନାର ପାହାଡ଼ ବଢ଼ିବାରେ ଲାଗିଛି। 

ସ୍ବଚ୍ଛ ଭାରତ ମିଶନ ମାଧ୍ୟମରେ ଲକ୍ଷ ରଖାଯାଇଥିଲା ଯେ, ବିଭିନ୍ନ ରାଜ୍ୟର ସବୁ ସହରଗୁଡ଼ିର ଅଳିଆ ଆବର୍ଜନାଗଦାକୁ ହଟାଇବା। କିନ୍ତୁ ଉଦ୍‌ବେଗଜନକ ବିଶୟ ହେଉଛି, ବର୍ତ୍ତମାନ ସୁଦ୍ଧା ସହର ଗୁ‌ଡ଼ିକରେ ମାଳ ମାଳ ଅଳିଆ ଗଦା ରହିଥିବା ବେଳେ ଏବେ ଏସବୁ ଏକ ପର୍ବତ ସଦୃଶ ହେଲାଣି ପଛେ ଏହାକୁ କିପରି ଜାଳିପୋଡ଼ି କିମ୍ବା ପୋତି ସଫା କରାଯିବ, ସେଥିପ୍ରତି କାହାର ନିଘା ନାହିଁ। ବଡ଼ ଚିନ୍ତାଜନକ ବିଷୟ ହେଉଛି ଏସବୁକୁ ସଫା ନକରାଯିବା କାରଣରୁ, ଏସୁବୁ ପରିବେଶ ପ୍ରଦୂଷଣ କରିବାରେ ଏକ ପ୍ରମୁଖ କାରଣ ପାଲଟିଛି। କେବଳ ଏତିକି ନୁହେ ବରଂ ବର୍ଷା ହେବା ସମୟରେ ଏହି ସବୁ ଅଳିଆ ଆବର୍ଜନା ଧୋଇ ହୋଇ ଆଖପାଖ ଅଞ୍ଚଳରେ ପ୍ରବେଶ କରିବା ଯୋଗୁ ଧନଜୀବନ ମଧ୍ୟ ପ୍ରଭାବିତ ହେଉଛି। 

୨ ଅକ୍ଟୋବର ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ ହୋଇଥିଲା। ତେବେ ଏହା ଅଧିନରେ ଦେଶରୁ ଅଳିଆ ଆବର୍ଜନାକୁ ସମ୍ପୁର୍ଣ୍ଣ ଭାବେ ହଟାଇବାକୁ ଏକ ବିଧିବଦ୍ଧ ଯୋଜନା କରାଯାଇଥିଲା। ଏ ତମାମ ପଦକ୍ଷେପ ଯଦିଓ ଲାଗୁ ହୋଇଥିଲା, ତଥାପି ମେ' ୨୦୨୧ରୁ ଏନେଇ ଏକ ବୈଠକ କରାଯାଇ ସବୁ ରାଜ୍ୟର ସବୁ ସହରରୁ ଅଳିଆ ଆବର୍ଜନା ସଫା କରିବାକୁ ଆଲୋଚନା ହୋଇଥିଲା। କିନ୍ତୁ ବର୍ତ୍ତମାନର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.