ପ୍ରମୂଖ ଖବର

ଡାକ୍ତରଙ୍କ ଅନୁପସ୍ଥିତିରୁ ମିଳିପାରିଲାନି ଚିକିତ୍ସା, ନବଜାତକ ମୃତ

ବରଗଡ଼, ୦୨/୧୧ : ଡାକ୍ତରଙ୍କ ଅନୁପସ୍ଥିତିରୁ ମିଳିପାରିଲା ନାହିଁ ଚିକିତ୍ସା। ଫଳରେ ଜନ୍ମ ହେଉ ହେଉ ଆଖି ବୁଜିଦେଲା ଶିଶୁ। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବାରମ୍ବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳା ହୋଇ ଆସୁଥିବା ବେଳେ ଡାକ୍ତରଙ୍କ ଦେଖା ମିଳୁନାହିଁ ବୋଲି ମୃତ ଶିଶୁର ବାପା ଅଭିଯୋଗ କରିଛନ୍ତି l

ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ତାଳମେଣ୍ଡା ପଞ୍ଚାୟତ ପାତରପାଲି ଗାଁର ସୁରେନ୍ଦ୍ର ଖେତିଙ୍କ ସ୍ତ୍ରୀ ବୈଜନ୍ତି ଖେତିଙ୍କ ପ୍ରସବ ବେଦନା ହୋଇଥିଲା। ଗତକାଲି ରାତି ୧୦ଟାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେହି ସମୟରେ ହସ୍ପିଟାଲରେ କୌଣସି ଡାକ୍ତର ନଥିଲେ। ଚିକିତ୍ସା ଅଭାବରୁ ସକାଳୁ ବୈଜନ୍ତି ଏକ ଶିଶୁକୁ ଜନ୍ମ ଦେଲାପରେ ଶିଶୁଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.