ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ପାର୍କରେ ନବବିବାହିତ ଦମ୍ପତିଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ହିସାର: ନବବିବାହିତ ଦମ୍ପତିଙ୍କୁ ଗୁଳି କରି ହତ୍ୟା । ପରିବାରର ସହମତି ବିନା ଦୁଇ ମାସ ପୂର୍ବରୁ ସେମାନଙ୍କ ବିବାହ ହୋଇଥିଲା।  ହେଲେ ଆଜି ହରିୟାଣାର ହିସାର ଜିଲ୍ଲା ଅନ୍ତର୍ଗତ ହଂସି ସହରରେ ଥିବା ଏକ ପାର୍କରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଆଜି ସକାଳେ ଲାଲା ହୁକୁମ ଚାନ୍ଦ ଜୈନ ପାର୍କରେ ସେମାନଙ୍କୁ ହତ୍ୟା କରାଯାଇଥିବା ନେଇ ହଂସି ଡିଏସପି ଧିରଜ କୁମାର ସୂଚନା ଦେଇଛନ୍ତି । ତେଣୁ ଏହି ମାମଲାରେ ‘ଅନର କିଲିଂ’ ଦୃଷ୍ଟିକୋଣରୁ ପୋଲିସ ତଦନ୍ତ କରୁଛି ବୋଲି ସେ କହିଛନ୍ତି ।

 ମୃତକମାନେ ହେଉଛନ୍ତି  ହିସାରର ବଦଲା ଗାଁର ତେଜବୀର ସିଂହ ଏବଂ ହଂସିର ସୁଲତାନପୁର ଗାଁର ମୀନା । ସେମାନଙ୍କ ବୟସ ୨୦ ବର୍ଷରୁ କମ୍ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ସେମାନଙ୍କ ଜାତି ସମାନ ହୋଇଥିବା ବେଳେ ଦୁହିଁଙ୍କ ପରିବାର ମଧ୍ୟରେ ସଂପର୍କ ରହିଛି । ମୋଟର ସାଇକେଲରେ ଆସି ଦମ୍ପତିଙ୍କୁ ପାର୍କରେ ଗୁଳି କରିଥିଲେ ଦୁର୍ବୃତ୍ତ । ଏନେଇ ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।ପୋଲିସକୁ ମୃତଦେହ ପାଖରୁ ବାଇକ୍‌ ଚାବି ମିଳିଛି । 

ମୃତକଙ୍କ ପରିବାରକୁ ଖବର ଦିଆଯାଇଛି । ଏହା ସହ ଯେଉଁମାନେ ବିବାହାକୁ ବିରୋଧ କରୁଥିବା ସେମାନଙ୍କୁ ପୋଲିସ ପଚରା ଉଚରା କରିବ ବୋଲି ଜଣାପଡ଼ିଛି । ପାର୍କକୁ ସିଲ୍‌ କରାଯିବା ସହ ମୃତକଙ୍କ ସଂପର୍କୀୟଙ୍କ ବୟାନ ରେକର୍ଡ କରାଯାଇଛି । ଏହା ସହ ମୃତଦେହକୁ ପୋଷ୍ଟମର୍ଟମ କରିବାକୁ ପଠାଯାଇଛି ବୋଲି ଡିଏସପି ଧିରଜ କୁମାର ସୂଚନା ଦେଇଛନ୍ତି । 

 

  • Haryana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.