ପ୍ରମୂଖ ଖବର

ନୀଳଗିରି ବିଜେପିର ମିଶ୍ରଣ ପର୍ବ, ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ବିଜେପିରେ ମିଶିଲେ ଶତାଧିକ ଯୁବକର୍ମୀ

ନୀଳଗିରି, ୩୧/୫ : ରାତି ପାହିଲେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ପ୍ରଚାର ଗତକାଲି ସନ୍ଧ୍ୟାଠାରୁ ବନ୍ଦ ହେଲାଣି। ତଥାପି ଅନ୍ୟ ଦଳ ଛାଡି ଶତାଧିକ ଯୁବ କର୍ମୀ ଦଳ ପ୍ରତି ଆକୃଷ୍ଟ ହୋଇ ବିଜେପିରେ ଆଜି ମିଶିଥିବା ଜଣାପଡିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେପିର ମହାମିଶ୍ରଣ ପର୍ଵ ବିଜେପି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। 

ବିଜେପି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ନେତୃତ୍ୱରେ ୧୦୦ରୁ ଅଧିକ ଯୁବକର୍ମୀ ଅନ୍ୟଦଳ ଛାଡି ବିଜେପିରେ ମିଶିଛନ୍ତି। ମିଶିବା ପରେ ବିଜେପିର ନୀତି ଆଦର୍ଶ ତଥା ସନ୍ତୋଷ ଖଟୁଆଙ୍କ ବରିଷ୍ଠ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜେପି ଦଳରେ ମିଶିଥିବା କହିଛନ୍ତି। ତେବେ ଦଳକୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଶତାଧିକ କର୍ମୀ ମିଶିଥିବାରୁ ଦଳ ବହୁ ମଜବୁତ ହେବ ବୋଲି ସନ୍ତୋଷ ଖଟୁଆ କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.