ନୀଳଗିରି ୧୪।୮: ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ସରକାରୀ ବାବୁ । ନୀଳଗିରି ଡେପୁଟି କଲେକ୍ଟର ପରକ୍ଷୀତ ଜେନାଙ୍କ ଘରେ ଚଢାଉ।ନୀଳଗିରି ବାଳିଗୋହିରୀ ଘରେ ଚଢାଉ ଚାଲିଥିବା ବେଳେ ଭଦ୍ରକ ସ୍ଥିତ ନିଜସ୍ୱ ଘର ଓ ମୟୁରଭଞ୍ଜରେ ଥିବା ଘରେ ମଧ୍ୟ ରେଡ଼ ଚାଲିଥିବାର ସୂଚନା ରହିଛି। ଏକକାଳୀନ ୧୨ଟି ସ୍ଥାନରେ ଚଢାଉ ଜାରି ରହିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ ହୋଇଥିବା ଜଣାପଡିଛି । ପରବର୍ତ୍ତୀ ସମୟରେ ତାଙ୍କର କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯିବା ନେଇ ସୂଚନା ରହିଛି।
ତେବେ ମୟୁରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକରେ ପରକ୍ଷୀତ ଜେନା ବିଡିଓ ଥିବାବେଳେ ସେ ମିନେରାଲ ବିଏରିଂ ଏରିଆ ଡେଭଲପମେଣ୍ଟ ପାଇଁ ୧.୦୧ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ସେହିପରି ୨୦୨୧-୨୨ ଓ ୨୨-୨୩ ମସିହାରେ ବିଡ଼ିଓ ଥିବା ବେଳେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପରୀକ୍ଷିତ ଏବେ ନୀଳଗିରିରେ ଡେପୁଟି କଲେକ୍ଟର ଅଛନ୍ତି। ଆଜି ଭିଜିଲାନ୍ସ ବିଭାଗର ୬ ଜଣିଆ ଭିଜିଲାନ୍ସ ଟିମ, ୨ ଜଣ ଆଡିସନାଲ ଏସପି,୪ ଜଣ ଡ଼ିଏସପି,୬ ଜଣ ଇନିସପେକ୍ଟର,୭ ଜଣ ଏଏସଆଇ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି।