ପ୍ରମୁଖ ଖବର
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ବିଜେପିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ, ବିଜେଡିରେ ମିଶିବା ନେଇ ଚର୍ଚ୍ଚା !

ନୀଳଗିରି, ୨୯/୩ : ବିଜେପିରୁ ଇସ୍ତଫା ଦେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ। ଶୁକ୍ରବାର ସେ ବିଧିବଦ୍ଧ ଭାବେ ଦଳ ଛାଡିଛନ୍ତି। ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ସୂଚନା ଦେଇଛନ୍ତି।

ଇଂ ସୁକାନ୍ତ ନାୟକ ଗତ ୨୦୧୯ ମସିହାରେ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସହିତ ମନୋମାଳିନ୍ୟ କାରଣରୁ ବିଜେଡି ଛାଡି ବିଜେପିରେ ମିଶିଥିଲେ। ବିଜେପି ଦଳରୁ ବିଧାୟକ ପ୍ରାର୍ଥୀ ହୋଇ ଜିତିଥିଲେ। ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ସହକର୍ମୀମାନଙ୍କ ମଧ୍ୟରେ ତାଳମେଳ ରହୁ ନଥିବାରୁ ସର୍ବଦା ବିବାଦ ଲାଗି ରହୁଥିଲା। ଯାହାଫଳରେ ସେ ଆଜି ରାଜ୍ୟ ସଭାପତିଙ୍କୁ ଇସ୍ତଫା ଦେଇଛନ୍ତି। ତେବେ ସେ କେଉଁ ଦଳରେ ଯୋଗଦେବେ ବୋଲି କିଛି କହି ନଥିବା ବେଳେ ଆଗକୁ ସୂଚନା ଦେବେ ବୋଲି କହିଛନ୍ତି। ଗତ ନିର୍ବାଚନରେ ବିଜେଡି ଦଳରୁ ସନ୍ତୋଷ ଖଟୁଆ ଟିକେଟ ପାଇ ମାତ୍ର ୧୫୭୭ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ଯଦି ସୁକାନ୍ତ ବିଜେଡିରେ ଯୋଗଦେବେ ତାହେଲେ ବିଜେଡି ସୁପ୍ରିମୋ କାହା ଉପରେ ଆସ୍ଥା ରଖୁଛନ୍ତି ତାହା ଉପରେ ନଜର ରହିଛି। ସେପଟେ ଯାହାର ଟିକେଟ କଟେ ହୁଏତ ତାଙ୍କୁ ବାଲେଶ୍ଵର ସାଂସଦ ଭାବେ ଟିକେଟ ମିଳିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.