ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ବ୍ଲଡ୍ ମନି କଣ , ଯାହା ଦ୍ୱାରା ୟେମେନରେ ରୋକି ହେବ ଭାରତୀୟ ନର୍ସଙ୍କର ଫାଶୀ ?

ନୂଆଦିଲ୍ଲୀ  - କେନ୍ଦ୍ର ସରକାର ୟେମେନରେ ଫସି ରହି ଥିବା ଭାରତର ନିମିଷା ପ୍ରିୟଙ୍କର ଜୀବନ ବଞ୍ଚାଇବା ବଦଳରେ ମନି ବା ଅର୍ଥ ଦେବାକୁ ନିଷ୍ପତ୍ତି ନେଇଛନ୍ତି। କେରଳର ପଲକ୍କଡରେ ରହୁଥିବା  ନିମିଷା ପେଶାରେ ଜଣେ ନର୍ସ । ତାଙ୍କ ଉପରେ ୟେମେନ ନାଗରିକଙ୍କୁ ହତ୍ୟା କରିବାର ଅଭିଯୋଗ ରହିଛି, ଯେଉଁଥି ପାଇଁ ତାଙ୍କୁ ଫାଶୀର ସଜା ଶୁଣା ଯାଇଛି। ହେଲେ ପୀଡ଼ିତ ପରିବାରକୁ ବ୍ଲଡ୍‌ ମନି ଦେଇ ନିମିଷାଙ୍କର ଫାଶୀ ରୋକା ଯାଇପାରେ। ଆସନ୍ତୁ ଜାଣିବା ବ୍ଲଡ୍ ମନି କଣ ହୋଇଥାଏ ଏବଂ ଏହାକୁ ଦେଇ କେମିତି ଭାରତୀୟ ନାଗରିକଙ୍କର ଜୀବନ  ବଞ୍ଚାଯାଇ ପାରେ। 

ନିମିଷାଙ୍କୁ ବଞ୍ଚାଇବା ପାଇଁ ତାଙ୍କର ପରିବାର ‘ ସେଭ୍‌ ନିମିଷା ପ୍ରିୟା ଆକ୍ସନ କାଉନ୍ସିଲ ’ ଗଠନ କରିଛନ୍ତି। କାଉନ୍ସିଲ ମୁତାବିକ,  ମୁକ୍ତି ନେଇ କଥାବାର୍ତ୍ତା ଆରମ୍ଭ କରିବାକୁ ପ୍ରଥମେ ୪୦,୦୦୦ଡଲାର( ୩୩,୩୮ ଲକ୍ଷ ଟଙ୍କା ) ଦିଆ ଯିବ। ପ୍ରିୟାଙ୍କୁ ସଂପୂର୍ଣ୍ଣ ରୂପେ ସଜାରୁ ବଞ୍ଚାଇବା ପାଇଁ ପାଖାପାଖି ୩ରୁ ୪ ଲକ୍ଷ ଡଲାର (୩.୩୪ କୋଟି ଟଙ୍କା) ଆଉ ଭରିବାକୁ ହେବ। ଟଙ୍କା ଏକାଠି ହେବା ପରେ ତାଙ୍କୁ ଭାରତୀୟ ବିଦେଶ ମନ୍ତ୍ରଣାଳୟ ମାଧ୍ୟମରେ ସନା ( ୟମନର ରାଜଧାନୀ) ସ୍ଥିତ ଭାରତୀୟ ଦୂତାବାସକୁ ଟ୍ରାନ୍ସଫର କରାଯିବ। 

ନିମିଷା ପ୍ରିୟାଙ୍କର ପୂରା ମାମଲା କଣ ? 

ନିମିଷା ଏକ ଦଶକ ପୂର୍ବେ ନିଜ ପରିବାର ସହ ୟେମେନ ଯାଇଥିଲେ। ସେଠାରେ ସେ ୟେମେନର ନାଗରିକ ତଲାଲ ଅବଦୋ ମେହଦୀଙ୍କ ସହ ଏକ ହସ୍ପିଟାଲ ଆରମ୍ଭ କରି ଥିଲେ। ୨୦୧୪ରେ ତାଙ୍କ ସ୍ୱାମୀ ଓ ଝିଅ ଭାରତ ଫେରି ଆସି ଥିଲେ। କିନ୍ତୁ କାମ କାରଣରୁ ନିମିଷା ଆଉ ଫେରି ପାରି ନଥିଲେ। କିଛି ଦିନ ପରେ ତଲାଲ ଓ ନିମିଷାଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଗଲା। ତଲାଲ ନିମିଷାଙ୍କ ପାସପୋର୍ଟ ଛଡ଼େଇ ନିଜ ପାଖରେ ରଖିଲେ। ଯେବେ ନିମିଷା ଏହି ଅଭିଯୋଗ ସେଠାର ଅଥୋରିଟିରେ କଲେ ତ ତଲାଲ ତାଙ୍କୁ କହିଲେ କି ସେ ନିମିଷାଙ୍କ ସ୍ୱାମୀ । ଅଥୋରିଟି ପୁଣି ଏଥିରେ ହସ୍ତକ୍ଷେପ କଲେ ନାହିଁ।

ୟେମେନରୁ ଯିବା ପାଇଁ ନିମିଷାଙ୍କୁ ପାସପୋର୍ଟର ଆବଶ୍ୟକ ଥିଲା। ଏଥିରେ ସେ ତାଙ୍କ ଠାରୁ ଜୁଲାଇ ୨୦୧୭ରେ ତଲାଲଙ୍କୁ ଚେତାଶୂନ୍ୟର ଇଞ୍ଜେକ୍ସନ ଦେଇ ପାସପୋର୍ଟ ପୁଣି ଫେରି ପାଇବା କଥା ଭାବିଲେ। ହେଲେ ଏଥିରେ  ତଲାଲଙ୍କ ମୃତ୍ୟୁ ହୋଇଗଲା। ନିମିଷା ଆଉ ଜଣେ ବ୍ୟକ୍ତିଙ୍କ ସାହାଯ୍ୟରେ ତଲାଲଙ୍କର ମୃତଦେହକୁ ଲୁଚାଇ ଦେଲେ। କିନ୍ତୁ କିଛି ଦିନ ପରେ ମାମଲାର ଖୁଲାସା ହୋଇଗଲା। ନିମିଷାଙ୍କୁ ଗିରଫ କରାଗଲା ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଗଲା।ତାଙ୍କର ସହଯୋଗୀଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଗଲା। ସେବେଠାରୁ ଏହି ମାମଲା ଚାଲୁ ରହିଛି।

ୟେମେନର ସମ୍ୱିଧାନରେ ଇସଲାମକୁ ରାଜ୍ୟ ଧର୍ମ ଘୋଷିତ କରାଯାଇଛି। ଏଠାର ଆଇନ ପ୍ରକ୍ରିୟା ଇସଲାମୀ ଆଇନ୍ ସିଦ୍ଧାନ୍ତ ଉପରେ ଆଧାରିତ । ଏଥିରେ ବ୍ଲଡ୍‌ ମନି କଥା କୁହାଯାଇଛି। ଇସଲାମୀକ ଆଇନ୍‌ ଅନୁସାରେ , ଅପରାଧର ପୀଡିତଙ୍କୁ  ଏହା ସ୍ଥିର କରିବାର ଅଧିକାର ରହିଛି କି ଅପରାଧୀଙ୍କୁ କେମତି ଦଣ୍ଡିତ କରାଯିବ। ଦଣ୍ଡ ଦେବାର ଏକ ବିକଳ୍ପ କିସାସ ଓ ଅନ୍ୟଟି ଦିୟାହ ( ଯାହାକୁ ବ୍ଲଡ ମନି କୁହାଯାଏ)। କିସାସର ଅର୍ଥ ଜୀବନ ବଦଳରେ ଜୀବନ  ହୋଇଥାଏ । ଏହି ଅନୁସାରେ , ହତ୍ୟା  ମାମଲାରେ , ପୀଡ଼ିତ ପରିବାର ଅପରାଧୀକୁ ମୃତ୍ୟୁ ଦେବାର ସଜା ବାଛି ପାରନ୍ତି। 

ହେଲେ ମୃତକ ପରିବାର ଦୋଷୀର ପରିବାର ଠାରୁ ଅର୍ଥ ନେଇ ନେଇ ଅପରାଧିକୁ କ୍ଷମା ଦେଇ ପାରିବେ। ଏହାକୁ ବ୍ଲଡ ମନି କୁହାଯାଏ । ନିମିଷାଙ୍କର ମାଆ ବ୍ଲଡ୍ ମନି ଦେଇ ସେଟଲମେଣ୍ଟ କରିବାକୁ ଚାହାନ୍ତି। ରିପୋର୍ଟ ମୁତାବିକ , ଯଦି ଉଭୟ ପକ୍ଷରେ ବୁଝାମଣା ହୋଇଯାଏ ତ ଏହାର ସୂଚନା ସେଠାର କୋର୍ଟକୁ ଆଫିଡେଭିଟ୍‌  ମାଧ୍ୟମରେ ଦିଆଯାଏ। ଏହାପରେ କୋର୍ଟ ଦୋଷୀକୁ ମୁକ୍ତ କରିବାର ଆଦେଶ ଦେଇଥାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.