ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଳବୈଶାଖୀ ପ୍ରଭାବରେ ଗଛପଡି ଭାଙ୍ଗିଗଲା ଘର, ପର ଘରେ ଆଶ୍ରୟ ନେଇଛନ୍ତି ନିରଞ୍ଜନଙ୍କ ପରିବାର, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତ

ଫିରିଙ୍ଗିଆ, ୩/୬ : କାଳବୈଶାଖୀ ପ୍ରଭାବରେ ଘର ଉପରେ ଗଛ ପଡି ସମ୍ପୂର୍ଣ୍ଣ ଭାଙ୍ଗିଗଲା। ଦୁଇ ଦିନ ହେଲା ବେସାହାରା ହୋଇପଡିଛନ୍ତି ଗୋଟିଏ ପରିବାରର ୫ ସଦସ୍ୟ। ସେପଟେ କେବଳ ଗୋଟିଏ ପଲିଥିନ୍ ଦେଇ କାମ ତୁଟାଇ ଦେଇଛି ତହସିଲ କାର୍ଯ୍ୟାଳୟ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଶଶୀପଦର ଗାଁରେ ଘଟିଛି ଏଭଳି ଘଟଣା। ଗାଁର ନିରଞ୍ଜନ ବେହେରାଙ୍କ ଘର ଉପରେ ଗଛ ପଡି ଆସବାବପତ୍ର ନଷ୍ଟ ହୋଇଯାଇଛି। ଏବେ ପରଘରେ ଆଶ୍ରୟ ନେଇଛନ୍ତି ନିରଞ୍ଜନଙ୍କ ପରିବାର। 

ସୂଚନା ଅନୁସାରେ, ଗତ ଶନିବାର ଅପରାହ୍ନରେ କାଳବୈଶାଖ ପ୍ରଭାବରେ ଶଶୀପଦର ଠାରେ ଥିବା ପୂର୍ତ୍ତବିଭାଗ ଡାକ ବଙ୍ଗଳା ସମ୍ମୁଖରେ ଏକ ବିରାଟ ଗଛ ଉପୁଡି ଯାଇ ସେହି ଗାଁର ନିରଞ୍ଜନ ବେହେରାଙ୍କ ଘର ଉପରେ ପଡିଯାଇଥିଲା। ଗଛ ପଡି ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏହାର ଖବର ପାଇ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ପହଞ୍ଚି ଗଛକୁ କାଟି ସଫା କରିଥିଲେ। ଏହା ସହ ଫିରିଙ୍ଗିଆ ରାଜସ୍ୱ ନିରୀକ୍ଷକ ପହଞ୍ଚି କେବଳ ଗୋଟିଏ ପଲିଥିନ ପ୍ରଦାନ କରିଥିଲେ। ତେବେ ଘଟଣା ପରେ ବିଭିନ୍ନ ମହଲରୁ ସ୍ଥାନୀୟ ବିଡ଼ିଓଙ୍କୁ ଏହି ଗରିବ ପରିବାରର ସାହାୟତା ଯୋଗାଇବା ପାଇଁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ବିଡ଼ିଓ ଅନୁପ ଅଭିଷେକ ବେହେରା ଘଟଣା ସ୍ଥଳକୁ ଯିବାତ ଦୂରର କଥା ଏହି ଅସହାୟ ଗରିବ ପରିବାରକୁ ଟଙ୍କାଟିଏ ମଧ୍ୟ୍ୟ ସାହାଯ୍ୟ କଲେ ନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଅସନ୍ତୋଷ ମଧ୍ୟ ଦେଖାଦେଇଛି। ଅନ୍ୟପଟେ ସ୍ଥାନୀୟ ବିଡ଼ିଓଙ୍କ ଏଭଳି ଅସହଯୋଗକୁ ନିନ୍ଦା କରାଯାଇଛି। ଅନ୍ୟପଟେ ଏହି ଗରିବ ଅସହାୟ ପରିବାରକୁ ଯେତେ ଶୀଘ୍ର ହେବ ସରକାରୀ ସାହାୟତା ଯୋଗାଇ ଦେବାପାଇଁ ଦାବି ଜୋର ଧରିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.