ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରାମପୁରରେ ଡୁନ୍‌ ଏକ୍ସପ୍ରେସକୁ ଲାଇନଚ୍ୟୁତ କରାଇବାକୁ ଚେଷ୍ଟା , ଟ୍ରାକ୍‌ରେ ରଖା ଯାଇଥିଲା ୭ମିଟର ଲମ୍ୱର ରଡ୍‌

ରାମପୁର( ୟୁପି) : ଉତ୍ତର ପ୍ରଦେଶରେ ପୁଣିଥରେ ଟ୍ରେନ୍‌କୁ ଲାଇନଚ୍ୟୁତ କରିବାକୁ ହୋଇଛି ପ୍ରୟାସ। ରାମପୁରରେ ରେଲୱେ ଟ୍ରାକ୍‌ରେ ୭ ମିଟର ଲମ୍ୱର ଏକ ରଡ୍‌ ରଖି କାଠଗୋଦାମ-ଡେରାଦୁନ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଡିରେଲ କରେଇବାକୁ ଚେଷ୍ଟା କରାଯାଇଛି। ସୌଭାଗ୍ୟବତଃ ଲୋକୋ ପାଇଲଟ ଦୂରରୁ ଖମ୍ୱକୁ (ରଡ୍‌)କୁ ଦେଖି ପାରି ଥିଲେ ଏବଂ ଏମର୍ଜେନ୍ସି ବ୍ରେକ୍‌ ଲଗାଇ ଗାଡ଼ିକୁ ରୋକି ନେଇଥିଲେ।

ମାମଲା ବିଷୟରେ ଜଣାପଡ଼ିଲା ପରେ ଭୟର ବାତାବରଣ ଖେଳିଯାଇ ଥିଲା। ରଡ୍‌କୁ ହଟାଇବା ପରେ ଟ୍ରେନ ପ୍ରସ୍ଥାନ କରିଥିଲା। ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଅଧିକ୍ଷକ ତଥା ଜିଆରପି ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିରୀକ୍ଷଣ କରିଥିଲେ।

ଉଲ୍ଲେଖନୀୟ ଯେ , ଏହା ପୂର୍ବରୁ ଗାଜିପୁରରେ ଏକ କାଠର ବୋଟ୍‌ ଟ୍ରାକ୍‌ରେ ରଖି ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର ରଚା ଯାଇଥିଲା। କାନପୁରରେ ସିଲିଣ୍ଡର ଓ ପେଟ୍ରୋଲ ଭର୍ତ୍ତି ବୋତଲ ରଖା ଯାଇ ଥିଲା। ଲଗାତାର ହେଉଥିବା ଏସବୁ ଘଟଣାରେ ପୁଲିସ ଆଲର୍ଟ ମୋଡକୁ ଆସିଛି। 

କୁହାଯାଉଛି କି , ରୁଦ୍ରପୁର ବର୍ଡର ନିକଟସ୍ଥ ଅଞ୍ଚଳରେ ବଳୱନ୍ତ ଏନକ୍ଲେଭ କଲୋନୀର ପଛ ଦେଇ ଯାଉଥିବା ରେଲୱେ ଲାଇନରେ ପୋଲ୍‌ ସଂଖ୍ୟା ୪୫/ ୧୦ଓ ୧୧ ମଧ୍ୟରେ , ବୁଧବାର ରାତିରେ ଲୁହାର ଏକ ବଡ଼ ବିଦ୍ୟୁତ୍‌ ପୋଲ୍‌ କେହି ଟ୍ରାକ୍‌ରେ ରଖି ଦେଇ ଥିଲା। ଏହି ସମୟରେ ଗାଡ଼ି ସଂଖ୍ୟା ୧୨୦୯୧ କାଠଗୋଦାମ ଡେରାଦୁନ ଏକ୍ସପ୍ରେସ୍‌ ଡେରାଦୁନରୁ କୋଠଗୋଦାମ ଅଭିମୁଖେ ସେହି ଟ୍ରାକ୍‌ରେ ଯାଉ ଥିଲା। ଟ୍ରେନ୍‌ର ଲୋକ ପାଇଲଟ ରେଲୱେ ଲାଇନ୍‌ରେ ବିଦ୍ୟୁତ୍‌ ପୋଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତତ୍କାଳ ଏମର୍ଜେନ୍ସି ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ରୋକି ଥିଲେ ଏବଂ ମାମଲାର ସୂଚନା ଅଧିକାରୀଙ୍କୁ ଜଣାଇ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.