ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ତାଲିବାନ, ବିଏଲଏ ଆଉ ଏବେ ଇସଲାମିକ୍ ଷ୍ଟେଟ୍‌, ପାକିସ୍ତାନ ଉପରେ ଏବେ ଭାରି ପଡୁଛନ୍ତି ଆତଙ୍କୀ ସଂଗଠନ

ନୂଆଦିଲ୍ଲୀ,୧୬।୯: ଭାରତରେ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବା ଲକ୍ଷ୍ୟରେ ପାକିସ୍ତାନ ଦୀର୍ଘ ଦିନ ଧରି ଆତଙ୍କବାଦୀଙ୍କୁ ଶରଣ ଦେଇ ଆସୁଛି। ବହୁ ଆତଙ୍କବାଦୀ ସଂଗଠନ ପାକିସ୍ତାନ ମାଟିରେ ବଢିଛନ୍ତି। କିନ୍ତୁ ଏବେ କଟ୍ଟରପନ୍ଥୀ ଓ ଆତଙ୍କୀ ସଂଗଠନ ପାକିସ୍ତାନ ପାଇଁ ଅଡୁଆ ସୃଷ୍ଟି କରିବା ଆରମ୍ଭ କରିଦେଲେଣି। ଏବେ ଏଥିରେ ଇସଲାମିକ୍ ଷ୍ଟେଟ୍‌ର ନାଁ ଯୋଡି ହୋଇ ଯାଇଛି,ଯାହାକି ନିକଟରେ ଘଟିଥିବା ଏକ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଏହି ଆକ୍ରମଣରେ ଦୁଇ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା। ଇସଲାମିକ ଷ୍ଟେଟ୍‌ ଆଫଗାନିସ୍ତାନରେ ମଧ୍ୟ ଖୁବ୍ ସକ୍ରିୟ ଅଛି। ଏହାଛଡା ପାକିସ୍ତାନ ସୀମାନ୍ତରେ ଏହାର ପ୍ରଭାବ ବଢିବାରେ ଲାଗିଛି।

ପାକିସ୍ତାନ ପାଇଁ ଏହା ଚିନ୍ତାର କଥା, କାରଣ ଇସଲାମିକ୍ ଷ୍ଟେଟ୍ ସେହି ବେଲୁଚିସ୍ତାନରେ ଆକ୍ରମଣ କରିଛି, ଯେଉଁଠି ପୂର୍ବରୁ ବିଏଲଏ ଅର୍ଥାତ ବଲୁଚ ଲିବରେସନ୍ ଆର୍ମିର ଆକ୍ରମଣ ହେଉଥିଲା। ଏଭଳି ସ୍ଥିତିରେ ଏବେ ଇସଲାମିକ୍ ଷ୍ଟେଟ୍‌ର ମଧ୍ୟ ସେଠାରେ ସକ୍ରିୟ ହେବା ତା’ ପାଇଁ ଚିନ୍ତାର କାରଣ ପାଲଟିଛି। 

ଏବେ ବେଲୁଚିସ୍ତାନରେ ଇସଲାମିକ୍ ଷ୍ଟେଟ୍‌ ବିସ୍ତାର ପାଇବା ବିପଦଜନକ ହୋଇଛି। କୁହାଯାଉଛି ଯେ, ବହୁ ସ୍ଥାନରେ ବେଲୁଚିସ୍ତାନ ଲିବରେସ୍ ଆର୍ମି ଓ ଇସଲାମିକ୍ ଷ୍ଟେଟ୍ ଭିତରେ ସମନ୍ବୟ ମଧ୍ୟ ରହିଛି। ତେଲ ଓ ଗ୍ୟାସ୍ ସମ୍ପଦ ଦୃଷ୍ଟିରୁ ସମୃଦ୍ଧ ବେଲୁଚିସ୍ତାନର ଜନତା ବହୁ ଦର୍ଶକ ଧରି ଅସନ୍ତୁଷ୍ଠ ଅଛନ୍ତି। ବେଲୁଚିଙ୍କ ବିଚ୍ଛିନ୍ନବାଦୀ ଆନ୍ଦୋଳନ ୧୯୪୭ ରୁ ଚାଲୁଛି। ସେମାନଙ୍କ କହିବା ଅନୁସାରେ, ପାକିସ୍ତାନ ମିଛ ପ୍ରତିଶୃତି ଦେଇ ତା’ ସହ ଆମକୁ ମିଶାଇ ଦେଇଛି। ଏହା ପୂର୍ବରୁ ପାକିସ୍ତାନରେ କୌଣସି ଆକ୍ରମଣ ହେଲେ ବେଲୁଚିସ୍ତାନ ଲିବରେସନ୍ ଆର୍ମି ନିଜକୁ ଦାୟୀ କରୁଥିଲା। କିନ୍ତୁ ଇସଲାମିକ୍ ଷ୍ଟେଟ୍‌ ନିଜକୁ ଦାୟୀ କରିବା ପାକସ୍ତାନ ପାଇଁ ଆହୁରି ଗମ୍ଭୀର ସ୍ଥିତି ସୃଷ୍ଟି କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.