ଭୁବନେଶ୍ୱର ୧୨/୦୮ : ସୋମବାରଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାତି ୮ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା କାର୍ଯ୍ୟକ୍ରମ ରହିଛି।
ସୂଚନା ମୁତାବିକ, ରେଳ ପ୍ରକଳ୍ପ ପରେ ଜାତୀୟ ରାଜପଥ ଓ ସଡକ ପଥ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଫୋକସ୍ । ଏହି କ୍ରମରେ ସୋମବାର ପୁଣି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଗସ୍ତରେ ସଡ଼କ ପଥ ପ୍ରକଳ୍ପ ଉପରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ।ଏହାସହିତ ଏନ୍ଏଚ୍ କର୍ତ୍ତୃପକ୍ଷଙ୍କ ସହ ଓଡିଶା ରାଜପଥ ସଂପର୍କରେ ଆଲୋଚନା କରିବେ । ରାଜ୍ୟକୁ ନୂତନ ପ୍ରକଳ୍ପ ଏବଂ କୋଷ୍ଟାଲ୍ ହାଇଓ୍ୱେ ସଂପର୍କରେ କେନ୍ଦ୍ର ମନ୍ତ୍ରୀଙ୍କ ସହ ସବିଶେଷ ଆଲୋଚନା କରିବେ । ସେହିପରି ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଭାରତ ମଣ୍ଡପମରେ କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।