ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପେଣ୍ଟସ୍ ଶିଳ୍ପ ପାଇଁ ନିବେଶ ହବ୍‌ ପାଲଟୁଛି ଓଡ଼ିଶା, ରାଜ୍ୟକୁ ଆସିଲେଣି ବର୍ଜର ସହ ୪ ପ୍ରମୁଖ କମ୍ପାନି

ଭୁବନେଶ୍ୱର, ୪।୯: ଏବେ ଓଡ଼ିଶା କେମିକାଲ କ୍ଷେତ୍ରରେ ଶିଳ୍ପଗୁଡ଼ିକୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ସମ୍ଭାବନାକୁ ପରଖୁଛି  । ରାଜ୍ୟର ଭୌଗାଳିକ ଅବସ୍ଥିତି, ଦୃଢ଼ ଭିତ୍ତିଭୂମି, ନିବେଶକ ଉପଯୋଗୀ ନୀତି ନିବେଶକଙ୍କୁ ରାଜ୍ୟରେ ନିବେଶ କରିବାକୁ ଆକୃଷ୍ଟ କରୁଛି । ପେଣ୍ଟ୍‌ସ ଶିଳ୍ପ ପାଇଁ ନିବେଶର ହବ୍‌ ପାଲଟିବାକୁ ଯାଉଛି ରାଜ୍ୟ । ପ୍ରମୁଖ ବ୍ରାଣ୍ଡ ବର୍ଜର ସମେତ ୪ଟି କମ୍ପାନି ଓଡ଼ିଶାରେ ନିବେଶ ନେଇ ହୋଇଛନ୍ତି ଆଗଭର । ୨୮ ଶହ କୋଟିର ନିବେଶ ଏବଂ ୨୬୦୦ ନିଯୁକ୍ତି ସୁଯୋଗ ଏହା ଦ୍ୱାରା ସୃଷ୍ଟି ହେବା ନେଇ ଆକଳନ କରାଯାଇଛି । କଞ୍ଚମାଲ ସଂଗ୍ରହରେ ସୁବିଧା, ଯୋଗାଯୋଗ ବ୍ୟବସ୍ଥା, ଜମି ଯୋଗାଣ ଦିଗରେ ପଦକ୍ଷେପ ଯୋଗୁ ପେଣ୍ଟସ କମ୍ପାନିଗୁଡିକ ରାଜ୍ୟରେ ଶିଳ୍ପ ସ୍ଥାପନ କରିବାକୁ ବେଶ୍‌ ଉତ୍ସାହିତ ହେଉଛନ୍ତି । ଶିଳ୍ପ ବିଭାଗ ସୂଚନା ମୁତାବକ, ପ୍ରମୁଖ କମ୍ପାନି ବର୍ଜର ପେଣ୍ଟ୍‌ସ ଏବେ ଖୋର୍ଦ୍ଧାରେ ଏକ ବିନିର୍ମାଣ ୟୁନିଟ୍‌ ବସାଉଛି । 

ଏହି ପ୍ରକଳ୍ପ ଲାଗି ବିଭାଗ ୮ ଏକର ଜମି ଯୋଗାଇ ଦେଇଛି । ପେଣ୍ଟସ ନିବେଶରେ ଏହା ପ୍ରଥମ କମ୍ପାନି ଭାବେ ରାଜ୍ୟରେ ୧୪୫୮ କୋଟି ଟଙ୍କାର ନିବେଶ ଯୋଜନା ରଖିଛି । ଏହି ୟୁନିଟ୍‌ କାର୍ଯ୍ୟକ୍ଷମ ହେଲେ ୧୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ୟୁନିଟ ୨.୨୮ ମେଟ୍ରିକ ଟନ୍‌ ଜଳଭିତ୍ତିକ ପେଣ୍ଟ୍‌ସ, ୭୨ ହଜାର ମେଟ୍ରିକ ଟନ୍‌ ସଲଭେଣ୍ଟ ଭିତ୍ତିକ ପେଣ୍ଟସ, ୬୮,୪୦୦ ମେଟ୍ରିକ ଟନ୍‌ ପଲିମର ଇଲ୍ୟୁଜନ ଏବଂ ସଲଭେଣ୍ଟ ଭିତ୍ତିକ ପେଣ୍ଟସ ଲାଗି ୪୧,୬୦୦ ମେଟ୍ରିକ ଟନ୍‌ ରେଜିନ୍‌ ଉତ୍ପାଦନ କରିବ । ସେହିଭଳି ଖୋର୍ଦ୍ଧାର କୁଶପାଳରେ ରୁଙ୍ଗ୍‌ଟା ପେଣ୍ଟ୍‌ସ ଏକ ବୃହତ୍‌ ମାନୁଫାକଚରିଂ ୟୁନିଟ୍‌ ସ୍ଥାପନ କରିବାକୁ ଯାଉଛି । ଏହି ପ୍ରକଳ୍ପଟିକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଥିରେ ୯୯୧ କୋଟି ଟଙ୍କାର ନିବେଶ ହେବ । ଯାହାଦ୍ୱାରା ୭୦୦ ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ଆସିବ । ଏହି ଫାସିଲିଟି ୩.୩୫ ଲକ୍ଷ ମେଟ୍ରିକ ଟନ୍‌ ପେଣ୍ଟ୍‌ସ ଏବଂ ଆନୁଷଙ୍ଗିକ ଉତ୍ପାଦ ସହ ୧ ଲକ୍ଷ ମେଟ୍ରିକ ଟନ୍‌ର ଇଣ୍ଟରମିଡିଆରୀ ଉତ୍ପାଦନ କରିବ । 

ବାଲେଶ୍ୱରରେ ଆସିବାକୁ ଯାଉଛି ସାଲିମାର ପେଣ୍ଟସ ଲିମିଟେଡର ୟୁନିଟ୍‌ । ଏହି ୟୁନିଟରେ ୧୩୫ କୋଟି ଟଙ୍କା ନିବେଶ ହେବ । ୨୦୦ ନିଯୁକ୍ତି ସୁଯୋଗ ସହ ଏହି ୟୁନିଟ ୪୦ ହଜାର କିଲୋଲିଟର ପେଣ୍ଟସ, ବାର୍ଣ୍ଣିସ ଏବଂ ଅନୁଷଙ୍ଗିକ ଉତ୍ପାଦ ଉତ୍ପାଦନ କରିବ । ସେହିଭଳି ଖୋର୍ଦ୍ଧାରେ ଏସ୍‌ଏସ୍‌ଆଇଏଲ୍‌ ପେଣ୍ଟ୍‌ସ ଇଣ୍ଡଷ୍ଟ୍ରିଜକୁ ଶିଳ୍ପ ସ୍ଥାପନ ଲାଗି ମଞ୍ଜୁରୀ ମିଳିଛି । ଏହି କମ୍ପାନି ୧୫୦ କୋଟି ଟଙ୍କା ନିବେଶ କରିବ । ୨୦୦ ନିଯୁକ୍ତି ସୁଯୋଗ ସହ ୫୦ ହଜାର କିଲୋ ଲିଟରର ପେଣ୍ଟସ ଏବଂ ଆନୁଷଙ୍ଗିକ ଉତ୍ପାଦ ଏହି ୟୁନିଟ ଉତ୍ପାଦନ କରିବା ଲକ୍ଷ୍ୟ ରହିଛି । ଏହି ସବୁ କମ୍ପାନିଗୁଡିକର ଆଗମନ ରାଜ୍ୟକୁ ପେଣ୍ଟସ ନିବେଶର ଏକ ହବ୍‌ ଭାବେ ରୁପାନ୍ତରିତ କରୁଛି ବୋଲି ବିଶେଷଜ୍ଞ କହିଛନ୍ତି । ଏଭଳି ଗୋଟିଏ ପରେ ଗୋଟିଏ ପ୍ରକଳ୍ପକୁ ରାଜ୍ୟକୁ ଭିଡ଼ିବାକୁ ସକ୍ଷମ ହୋଇଛନ୍ତି ରାଜ୍ୟ ସରକାର । ଏହି ଶିଳ୍ପଗୁଡିକ ରାଜ୍ୟର ଅଭିବୃଦ୍ଧି ଓ ନିଯୁକ୍ତିକୁ ଯୋଗଦାନ ଜାରି ରଖିବେ ବୋଲି କୁହାଯାଉଛି । 

ରାଜ୍ୟ ସରକାରଙ୍କ ଶିଳ୍ପ ପ୍ରୋତ୍ସାହନ ଏଜେନ୍ସି ଇପିକଲର ଏମ୍‌ଡି ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି, ନୀତିଗତ ପଦକ୍ଷେପ ଦ୍ୱାରା ନିଯୁକ୍ତି ସୃଷ୍ଟି ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । କେମିକାଲ ଶିଳ୍ପକୁ ପ୍ରାଥମିକତା କ୍ଷେତ୍ର ଭାବେ ବିବେଚିତ କରାଯାଇଛି । ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସକୁ ସର୍ବୋଚ୍ଚ ପ୍ରାଥମିକତା ମିଳିଛି  । ଏଭଳି ପଦକ୍ଷେପ ଦ୍ୱାରା ପେଣ୍ଟସ କମ୍ପାନି ରାଜ୍ୟରେ ନିବେଶ ଲାଗି ଆଗେଇ ଆସିବେ ବୋଲି ଆଶା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.