ପ୍ରମୁଖ ଖବର
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଚୋରି ସମ୍ପତ୍ତି ଜବତ କରିବାରେ ୩୪ ତମ ସ୍ଥାନରେ ଓଡ଼ିଶା; ୨୭୧ କୋଟି ଚୋରି, ଉଦ୍ଧାର ୧୭.୭%

ଭୁବନେଶ୍ୱର, ୬।୧୨: ଓଡ଼ିଶା ପୁଲିସର ଦକ୍ଷତା ନେଇ ଏବେ ଜୋରଦାର ପ୍ରଶ୍ନ  । ରାଜ୍ୟରେ ଗତବର୍ଷ ଅର୍ଥାତ୍‌ ୨୦୨୨ରେ ହୋଇଥିବା ଚୋରି ମାମଲାରେ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ପୁଲିସ ଅକ୍ଷମତା ଦେଖାଇଛି । ନା’ ଚୋରକୁ ଗିରଫ କରିପାରିଛି ନା ଚୋରି ଜିନିଷ ଜବତ କରିପାରିଛି । ଏନ୍‌ସିଆରବି ରିପୋର୍ଟ ମୁତାବକ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପୁଲିସ ନଗଣ୍ୟ ମାମଲାରେ ସଫଳତା ପାଇଛି । ଚୋରି ଜିନିଷର ମାତ୍ର ୧୭.୭% ଜବତ କରିବାରେ ସଫଳ ହୋଇଛି । ଓଡିଶାରେ ୨୦୨୨ରେ ମୋଟ ୨୭୧.୪ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ରେକର୍ଡ କହୁଛି । ସେଥିରୁ ମାତ୍ର ୪୮.୧କୋଟି ଟଙ୍କାର ସମ୍ପତ୍ତି ଜବତ କରିବାରେ ପୁଲିସ୍‌ ସଫଳ ହୋଇଛି । 

ବଡ଼ କଥା ହେଲା ଓଡ଼ିଶା ପୁଲିସ୍‌ ଯେତେ ସ୍ମାର୍ଟ ହେଉଛି କାର୍ଯ୍ୟଦକ୍ଷତା ସେତେ ନିମ୍ନମାନର ହେଉଛି । ଏହା ଏନ୍‌ସିଆରବି ରିପୋର୍ଟ ହିଁ ପ୍ରମାଣ କରୁଛି । ଚୋର ଧରିବାରେ ଓ ଚୋରି ଜିନିଷ ଜବତ କରିବାରେ ଉତ୍ତରାଖଣ୍ଡ ପୁଲିସ୍‌ ପ୍ରଥମ ସ୍ଥାନରେ ରହିଛି । ଉତ୍ତରାଖଣ୍ଡରେ ୨୬.୧ କୋଟିର ସମ୍ପତ୍ତି ଚୋରି ହୋଇଥିଲା । ପୁଲିସ୍‌ ୨୨.୫ କୋଟିର ସମ୍ପତ୍ତି ଉଦ୍ଧାର କରିଛି । ଅର୍ଥାତ ୮୬.୩ ପ୍ରତିଶତ ଉଦ୍ଧାର ହୋଇଛି । ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡୁ ପୁଲିସ । ଉକ୍ତ ରାଜ୍ୟରେ ୧୯୩.୫କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ତାମିଲନାଡ଼ୁ ପୁଲିସ୍‌ ଚୋରି ଜିନିଷର ୫୭.୨ ଧ ଜବତ କରିବାରେ ସଫଳ ହୋଇଛି । ଅର୍ଥାତ୍‌ ୧୧୦.୭ କୋଟି ଟଙ୍କାର ସମ୍ପତ୍ତି ତାମିଲନାଡୁ ପୁଲିସ ଜବତ କରିଛି । ତୃତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ ପୁଲିସ୍‌ । ଚୋରି ହୋଇଥିବା ସମ୍ପତ୍ତି ମଧ୍ୟରୁ ୫୬ ପ୍ରତିଶତ ଉଦ୍ଧାର କରିପାରିଛି । 

ପଶ୍ଚିମବଙ୍ଗରେ ୧୦୧.୮ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୁଲିସ୍‌ ୫୦.୪ କୋଟି ଅର୍ଥାତ ୪୯.୫% ସମ୍ପତ୍ତି ଜବତ କରିବାରେ ସକ୍ଷମ ହୋଇଛି । ଆନ୍ଧ୍ର-ପ୍ରଦେଶରେ ୨୦୨୨ରେ ୧୭୯.୮ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୁଲିସ୍‌ ୫୪.୪% ଅର୍ଥାତ ୯୭.୮ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାରେ ସକ୍ଷମ ହୋଇଛି । ଛତିଶଗଡ଼ରୁ ୧୧୩ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା । ପୁଲିସ୍‌ ୫୪.୮% ସମ୍ପତ୍ତି ଜବତ କରିବାରେ ସକ୍ଷମ ହୋଇଛି । ଓଡିଶା ପୁଲିସ ପାଖରେ ଅତ୍ୟାଧୁନିକ ସାମଗ୍ରୀ ରହିଛି । ହେଲେ ଚୋରକୁ ଧରିବାରେ ବିଫଳ ହେବା ନେଇ ଏବେ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି । ସାରା ରାଜ୍ୟର ହିସାବ ଅନୁସାରେ ଯଦି ପ୍ରମୁଖ ସହର, ବ୍ରହ୍ମପୁର, କଟକ, ଭୁବନେଶ୍ୱର, ସମ୍ୱଲପୁର, ଅନୁଗୁଳ, ରାଉରକେଲା ପୁଲିସର କାର୍ଯ୍ୟଶୈଳୀ ଦେଖାଯାଏ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.