ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଅଫିସ୍‌ରେ ପଶି ସ୍ତ୍ରୀକୁ ଛୁରି ଭୁସିବା ଘଟଣା: ଅଭିଯୁକ୍ତ ସ୍ୱାମୀ ଗିରଫ, ଏମସ୍‌ରେ ଗୁରୁତର ପତ୍ନୀଙ୍କ ଚାଲିଛି ଚିକିତ୍ସା

ଭୁବନେଶ୍ୱର,୨୧/୧୧: ସ୍ତ୍ରୀକୁ ଭେଟିବାକୁ  ଅଫିସକୁ ଗଲେ । କୌଣସି ଘଟଣାକୁ ଉଭୟଙ୍କ ମଧ୍ୟରେ ନେଇ ଯୁକ୍ତିତର୍କ ଚାଲିଲା । ଏହି ସମୟରେ  ସ୍ୱାମୀ ଉତ୍‌କ୍ଷିପ୍ତ ହୋଇ ବ୍ୟାଗ୍‌ରୁ ଏକ ଛୁରି ବାହାର କରି ସ୍ତ୍ରୀଙ୍କ ବେକ, ମୁଣ୍ଡ, ପେଟକୁ ଭୁସି ପକାଇଲେ । 

ବରମୁଣ୍ଡା ବସ୍‌ଷ୍ଟାଣ୍ଡ କଡ଼ ଏକ ବିଲ୍ଡର ଅଫିସ୍‌  ଭିତରେ ସୋମବାର ଅପରାହ୍ଣରେ ଜଣେ ମହିଳାଙ୍କୁ  ତାଙ୍କ ସ୍ୱାମୀ ଏଭଳି ବୀଭତ୍ସ ଭାବେ ଆକ୍ରମଣ  କରିଛନ୍ତି । ମହିଳାଜଣକ ହେଲେ, ବାଲେଶ୍ୱର  ଖଇରା ଥାନା ଅଧୀନ ଅସୁରିଆ ଅଞ୍ଚଳର ମଧୁସ୍ମିତା  ଦାସ । ସେ ଗୁରୁତର ଅବସ୍ଥାରେ ଏମସ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାମୀ ସପନ କୁମାର  କରଙ୍କୁ ଭରତପୁର ଥାନା ପୁଲିସ ଗିରଫ କରିଛି ।  ପାରିବାରିକ କଳହ ଆକ୍ରମଣର କାରଣ ବୋଲି  ପୁଲିସ ସୁରାକ୍‌ ପାଇଛି ।  

ବରମୁଣ୍ଡା ବସ୍‌ଷ୍ଟାଣ୍ଡ କଡ଼ କୃତ୍ତିବନ୍ଧୁ  ଆପାର୍ଟମେଣ୍ଟ ଦ୍ୱିତୀୟ ମହଲାରେ ‘ଶୁଭ ଶାନ୍ତି’  ବିଲ୍ଡର ସଂସ୍ଥାରେ ମଧୁସ୍ମିତା ଆକାଉଣ୍ଟାଣ୍ଟ ଭାବେ  ଚାକିରି କରୁଛନ୍ତି । ସବୁଦିନ ଭଳି ସୋମବାର ପୂର୍ବାହ୍ନ  ୧୧ଟାରେ ମଧୁସ୍ମିତା ଉକ୍ତ ଅଫିସକୁ ଯାଇଥିଲେ ।  ସପନ ଅପରାହ୍ଣ ସାଢ଼େ ୧ଟାରେ ଉକ୍ତ ଅଫିସ୍‌ରେ ପହଞ୍ଚିଲେ । କାନ୍ଧରେ ଏକ ବ୍ୟାଗ୍‌ ପକାଇଥିଲେ ।  ପୂର୍ବ ଝଗଡ଼ାକୁ ସେଠାରେ ଯୁକ୍ତିତର୍କ ହୋଇଥିଲା ।  ସପନ ପ୍ରଥମେ ମଧୁସ୍ମିତାଙ୍କୁ ୨ଟି ଚାପୁଡ଼ା  ମାରିଥିଲେ । ମଧୁସ୍ମିତା ଠେଲିଦେବାରୁ ସପନ  ଉତ୍‌କ୍ଷିପ୍ତ ହୋଇ ବ୍ୟାଗ୍‌ରୁ ଏକ ଛୁରି କାଢ଼ି ତାଙ୍କୁ  ଭୁସି ଚାଲିଲେ । ମଧୁସ୍ମିତାଙ୍କ ଚିତ୍କାରରେ ଅଫିସର  ଅନ୍ୟ କର୍ମଚାରୀମାନେ ସେଠାରେ ପହଞ୍ଚି ସପନଙ୍କୁ  ବହୁ କଷ୍ଟରେ କାବୁ କରିଥିଲେ । ଆକ୍ରମଣର ପୂରା  ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଛି । ପୁଲିସ ଏହି  ଫୁଟେଜ୍‌କୁ ଜବତ କରିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ମଧୁସ୍ମିତାଙ୍କୁ  ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।  ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଏମ୍ସ  ପଠାଇ ଦିଆଯାଇଛି । ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା  ଉଦ୍‌ବେଗଜନକ ରହିଛି । ପୁଲିସ ଓ ସାଇଣ୍ଟିଫିକ୍‌  ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଆଜି ସପନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି ।  

ପୁଲିସ ସୂତ୍ରରୁ ପ୍ରକାଶ, ବାଲେଶ୍ୱର ସୋରୋ  ଥାନା ଅଧୀନ ଖରିଡ଼ା ଅଞ୍ଚଳର ସପନଙ୍କୁ ୨୦୧୮  ମସିହାରେ ମଧୁସ୍ମିତା ବାହା ହୋଇଥିଲେ । ଉଭୟଙ୍କ  ୫ ବର୍ଷର ପୁତ୍ର ଅଛି । ୨୦୧୮ରୁ  ୨୦୨୧ ଯାଏଁ ଉଭୟଙ୍କ ବୈବାହିକ ଜୀବନ ଠିକ୍‌ଠାକ୍‌  ଚାଲିଥିଲା । କୌଣସି କାରଣରୁ ଉଭୟଙ୍କ ସମ୍ପର୍କରେ  ଫାଟ ସୃଷ୍ଟି ହେଲା । ମଧୁସ୍ମିତା ସୋରୋ ଥାନାରେ  ସପନଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ  ଆଣିଥିଲେ । ସେବେଠୁ ସେ ପ୍ରିୟାଂଶୁକୁ ଧରି ବାପା  ଘରେ ରହୁଛନ୍ତି । ସପନ ମହାରାଷ୍ଟ୍ରର ପୁନେରେ ଥିବା  ‘ସ ଅଲ୍‌ ଡେ ବାର୍‌’ରେ ରୋଷେୟା ଭାବେ ଚାକିରି  କରୁଥିଲେ । ଗତ ୭ ତାରିଖରେ ତାଙ୍କ ବଡ଼ବାପାଙ୍କ  ଦଶାହ କାର୍ଯ୍ୟ ପାଇଁ ସେ ବାଲେଶ୍ୱର ଯାଇଥିଲେ। ଦଶାହରେ ମଧୁସ୍ମିତା ଯୋଗ ନଦେବାରୁ ସେ ରାଗି  ଯାଇଥିଲେ ବୋଲି ସପନ ଜେରା ବେଳେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.