ଭୁବନେଶ୍ୱର,୧୮/୦୩: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ ଅନ୍ଲାଇନ୍ ଆବେଦନର ତାରିଖ ବୃଦ୍ଧି ହୋଇଛି । ପରୀକ୍ଷାର୍ଥୀମାନେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଆବେଦନକାରୀମାନଙ୍କୁ ୨୩ରୁ ୨୫ ତାରିଖ ମଧ୍ୟରେ ଫର୍ମ ସଂଶୋଧନ କରିବାର ସୁଯୋଗ ମିଳିବ ।
ସୂଚନା ଯେ, ଜାନୁଆରୀ ୨୫ରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ଏହାର ଶେଷ ତାରିଖ ମାର୍ଚ୍ଚ ୧୫ ଥିଲା । ତେବେ ଆବେଦନକାରୀଙ୍କ ଆଗ୍ରହକୁ ଆଖିରେ ରଖି ୨୨ ତାରିଖ ପର୍ଯ୍ୟନ୍ତ ଆବେଦନର ସୁଯୋଗ ଦିଆଯାଇଛି । ଏପ୍ରିଲ୍ ୩୦ରେ ଆଡମିଟ୍ କାର୍ଡ ପ୍ରକାଶ ପାଇବ । ମେ ପ୍ରଥମ ସପ୍ତାହରେ ପରୀକ୍ଷା କରିବାକୁ ଯୋଜନା ରଖାଯାଇଛି । ଏସଂପର୍କିତ ସମସ୍ତ ସୂଚନା ଓଜେଇଇ ୱେବ୍ସାଇଟ୍ www.ojee.nic.in ରେ ରହିଛି ।