ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ମହିଳା ସାମ୍ବାଦିକଙ୍କୁ ମାଡ଼ ଘଟଣା: ଜେଲ୍‌ରେ ରାତି କାଟିଲେ ପ୍ରଯୋଜକ ଟୁଟୁ ନାୟକ, ସୋମବାର ଜାମିନ ଆବେଦନ ଶୁଣାଣି

ଭୁବନେଶ୍ୱର,୦୫/୧୧: ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଅଭିଯୋଗରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ । ଶନିବାର ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ୍‌)କୁ ପଠାଇ ଦିଆଯାଇଥିଲା । ସେ ଜେଲ୍‌ରେ ଗୋଟିଏ ରାତି କାଟିଛନ୍ତି। ତାଙ୍କ ବିରୋଧରେ ପୁଲିସ ଦଫା ୩୫୪ (ମହିଳାଙ୍କୁ ଅସଦାଚରଣ), ୩୪୧ (ବେଆଇନ ଭାବେ ଅଟକ), ୩୨୩ (ଶରୀରକୁ ଆଘାତ) ଓ ୨୯୪ (ଅଶ୍ଳୀଳ ଭାଷାରେ ଗାଳି) ଆଦି ଲଗାଇଛି ।  

ଗତ ଶୁକ୍ରବାର ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା' ମୁକ୍ତିଲାଭ କରିଥିଲା ।  ଏହି ଫିଲ୍ମର ପ୍ରିମିୟର ଶୋ' ଦେଖିବା ପାଇଁ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦେବସ୍ମିତା ସେଠାକୁ ଯାଇଥିଲେ । ସେଠାରେ ଟୁଟୁ ତାଙ୍କୁ ଠେଲି ଦେବା ସହ ଗାଲକୁ ଚାପୁଡ଼ାଏ ମାରିଥିଲେ ବୋଲି ଦେବସ୍ମିତା ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ଶନିବାର ଓଡ଼ିଶା ୱିମେନ୍‌ ଇନ୍‌ ମିଡିଆର ଏକ ପ୍ରତିନିଧି ଦଳ ଭୁବନେଶ୍ୱରର ଡିସିପି ପ୍ରତୀକ ସିଂଙ୍କୁ ଭେଟିଥିଲେ । ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଥିଲେ । ଶନିବାର ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଆସନ୍ତା ସୋମବାର ଦିନ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବ ।

ସେପଟେ ଟୁଟୁଙ୍କ ବିରୋଧରେ ନିଜ ଆଡୁ ମାମଲା ରୁଜୁ କରି ମହିଳା କମିଶନ ପୁଲିସ କମିଶନରଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ କମିଶନ ଅଧ୍ୟକ୍ଷା ମିନତୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.