ନୂଆଦିଲ୍ଲୀ: କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫାକୁ ରାସ୍ତା ନିର୍ମାଣକୁ ନେଇ ଆପତ୍ତି ଜଣାଇଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ଏନେଇ ସେ କହିଛନ୍ତି ଯେ, ଏହା ପ୍ରାକୃତିକ ବିପର୍ଯ୍ୟୟ ଆଣିବ ଏବଂ ଏହାକୁ ତୁରନ୍ତ ପୁନର୍ବିଚାର କରାଯିବା ଆବଶ୍ୟକ । ଓମାର ଅବଦୁଲ୍ଲା କହିଛନ୍ତି ଯେ, ଗ୍ରୀନ୍ ବେଲ୍ଟକୁ ବଚାଇବା ପାଇଁ ଯେତେବେଳେ ଯେତେବେଳେ ସରକାର ଏବଂ ଅଦାଲତ ଡାଲ ହ୍ରଦ, ଶ୍ରୀନଗର, ପହଲଗାମରେ ଆବାସିକ ଗୃହର ନବୀକରଣ ଉପରେ ପ୍ରତିବନ୍ଧକ ଲଗାଇଦେଲେ, ଗୁଲମର୍ଗରେ ନିର୍ମାଣ ଅଟକାଇଦେଲେ, ସେତେବଳେ ପବିତ୍ର ଗୁମ୍ଫା ଏବଂ ଏହାର ଆଖପାଖ ପରିବେଶ କଣ ହେବ ?
ବାସ୍ତବରେ, ଓମାର କହିଛନ୍ତି ଯେ ଅମରନାଥ ଯାତ୍ରା ସ୍ୱାଗତଯୋଗ୍ୟ ଏବଂ ଅତୀତ ପରି, ଏହି ଯାତ୍ରା ହେଉଛି ଆମର ଦାୟିତ୍ବ ଏବଂ ଭବିଷ୍ୟତରେ ମଧ୍ୟ ଆମେ ହୃଦୟରୁ ସେବା ଦେବୁ କିନ୍ତୁ ପବିତ୍ର ଗୁମ୍ଫାକୁ ଯାନବାହନ ନେବା ଏକ ସମ୍ପୂର୍ଣ୍ଣ ପରିବେଶ ବିପର୍ଯ୍ୟୟ । ସେ କହିଛନ୍ତି ଯେ ଏହି ଯାତ୍ରା ଆମ କାନ୍ଧରେ ଅଛି କିନ୍ତୁ ଯେତେବେଳେ ଆମକୁ ଡାଲ ହ୍ରଦ, ଗୁଲମର୍ଗ, ପହଲଗାମ, ସୋନମର୍ଗ ଏବଂ ଅନ୍ୟାନ୍ୟ ସ୍ଥାନ ବଞ୍ଚାଇବାକୁ ପଡୁଛି, ସେତେବେଳେ ଅମରନାଥ ପବିତ୍ର ଗୁମ୍ଫାର ଆଖପାଖ କ୍ଷେତ୍ରକୁ କେମିତି ଛାଡି ଦେବା ।
ସୁବିଧା ଯୋଗାଇବା ଗୋଟିଏ କଥା କିନ୍ତୁ ସୁବିଧା ନାମରେ ପରିବେଶକୁ ନଷ୍ଟ କରିବା ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ । ଓମାର ଅବଦୁଲ୍ଲା ଏହା ମଧ୍ୟ କହିଛନ୍ତି ଯେ ମାତା ବୈଷ୍ଣୋ ଦେବୀଙ୍କ ତୀର୍ଥଯାତ୍ରୀ ମାନେ ଯଦି ପାଦରେ ନ ଯାଆନ୍ତି ତେବେ ସେମାନଙ୍କର ତୀର୍ଥଯାତ୍ରା ସମ୍ପୂର୍ଣ୍ଣ ବିବେଚନା ହୁଏ ନାହିଁ। ମୁସଲମାନ ମାନେ ମଧ୍ୟ ମକ୍କାରେ ପାଦରେ ତୱାଫ୍ କରନ୍ତି ଏବଂ ଅମରନାଥ ଯାତ୍ରରେ ମଧ୍ୟ ସମାନ ଘଟଣା ଯେଉଁଠାରେ ଲୋକମାନେ ଧାର୍ମିକ ଢଙ୍ଗରେ ପାଦରେ ତୀର୍ଥଯାତ୍ରା କରିବାକୁ ପସନ୍ଦ କରନ୍ତି ।