ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱର ସର୍ବବୃହତ୍‌ ଲୋକସଭା ନିର୍ବାଚନ ଦେଖିବେ ୨୩ ଦେଶର ୭୫ ପ୍ରତିନିଧି, ଆଜି ଇସିଆଇ କରିବେ ସମ୍ବୋଧନ

ନୂଆଦିଲ୍ଲୀ,୦୫/୦୫: ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଲୋକସଭା ନିର୍ବାଚନ ଦେଖିବା ପାଇଁ ୨୩ ଦେଶର ୭୫  ପ୍ରତିନିଧି ଭାରତ ଆସିଛନ୍ତି । ଏମାନେ ସମସ୍ତେ ନିଜ ଦେଶର ନିର୍ବାଚନ ପରିଚାଳନା କ୍ଷେତ୍ର  ସହ ଜଡ଼ିତ । ଭାରତର ନିର୍ବାଚନ କମିଶନଙ୍କ  ନିମନ୍ତ୍ରଣକ୍ରମେ ଏହି ବିଦେଶୀ ପ୍ରତିନିଧିମାନେ  ଆସିଛନ୍ତି । 

ଆସନ୍ତା ୭ ତାରିଖରେ ଦେଶରେ  ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ  ହେବ । ଏଥିପାଇଁ ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ତୃତୀୟ ପର୍ଯ୍ୟାୟ ନିମନ୍ତେ ରବିବାର  ପ୍ରଚାର ଶେଷ ହେବ । ଭାରତରେ ଉଚ୍ଚତମ  ମାନକରେ କିଭଳି ସାଧାରଣ ନିର୍ବାଚନ କରାଯାଉଛି  ଏବଂ ଏ ନେଇ ନିଜର ପ୍ରତିବଦ୍ଧତାର ଦୃଷ୍ଟାନ୍ତ  ଦେବା ଲାଗି ନିର୍ବାଚନ କମିଶନ ବିଦେଶୀ ରାଷ୍ଟ୍ରର  ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ୨୩ ଦେଶ  ମଧ୍ୟରେ ଭୁଟାନ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ,  ମାଡାଗାସ୍କର, ଫିଜି, କିର୍ଗିଜ ଗଣରାଜ୍ୟ, ରୁଷ୍‌,  ମୋଲଡୋଭା, ଟ୍ୟୁନିସିଆ, ସେସେଲ୍ସ, କାମ୍ବୋଡିଆ,  ଫିଲିପାଇନ୍ସ, ଶ୍ରୀଲଙ୍କା, ଜିମ୍ବାୱେ, ବାଂଲାଦେଶ,  କାଜାଖସ୍ତାନ, ଜର୍ଜିଆ, ଚିଲି, ଉଜବେକିସ୍ତାନ, ମାଳଦ୍ୱୀପ, ପାପୁଆ ନ୍ୟୁ ଗିନି ଏବଂ ନାମ୍ବିଆ  ରହିଛି । ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର୍‌  ଇଲେକ୍ଟୋରାଲ୍‌ ସିଷ୍ଟମ୍‌ (ଆଇଏଫ୍‌ଇଏସ୍‌) ର ସଦସ୍ୟ ବି ଭାରତର ନିର୍ବାଚନ ଦେଖିବାକୁ  ଆସିଛନ୍ତି । 

ରବିବାର ଭାରତର  ମୁଖ୍ୟ ନିର୍ବାଚନ କମିଶନର (ଇସିଆଇ) ନିଜ  ସହଯୋଗୀ ଜ୍ଞାନେଶ କୁମାର ଏବଂ ଡ. ସୁଖବୀର  ସିଂହ ସାନ୍ଧୁଙ୍କ ସହ ମିଶି ବିଦେଶୀ ପ୍ରତିନିଧିମାନଙ୍କୁ  ସମ୍ବୋଧନ କରିବେ । ଏହାପରେ ପ୍ରତିନିଧିମାନେ  ଛୋଟ ଛୋଟ ଗୋଷ୍ଠୀରେ ଭାଗ ହୋଇ ୬ ରାଜ୍ୟ  ଯଥା ମହାରାଷ୍ଟ୍ର, ଗୋଆ, ଗୁଜରାଟ, କର୍ଣ୍ଣାଟକ,  ମଧ୍ୟ ପ୍ରଦେଶ ଓ ଉତ୍ତର ପ୍ରଦେଶ ଯାତ୍ରା କରିବେ ।  ସେମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ମତଦାନ ଏବଂ ତତ୍‌ସଂକ୍ରାନ୍ତ ପ୍ରସ୍ତୁତିକୁ ଦେଖିବେ । ମେ ୯  ତାରିଖରେ ଏହି କାର୍ଯ୍ୟକ୍ରମ ଶେଷ ହେବ ।

  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.