ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିନାବାଦାମ ଓ ମୁଗ ମଣ୍ଡି ଉଦଘାଟିତ : ୧୬୧୬ ମେଟ୍ରିକ ଟନ ଚିନାବାଦାମ ଓ ୧୪୪ ମେଟ୍ରିକ ଟନ ମୁଗ କ୍ରୟ ଧାର୍ଯ୍ୟ

ମାଲକାନଗିରି,୧୦/୬ : ମାଲକାନଗିରି ଜିଲ୍ଲାର ବାଦାମ ଓ ମୁଗ ଚାଷୀମାନେ ଯେପରି ଅସୁବିଧା ଭୋଗ ନକରି ଉପଯୁକ୍ତ ମୂଲ୍ୟରେ ଉତ୍ପାଦିତ ବାଦାମ ଓ ମୁଗ ବିକ୍ରୟ କରିବେ ସେନେଇ ମାଲକାନଗିର ଜିଲ୍ଲାରେ ଜିଲ୍ଲାପ୍ରଶାସନ ପକ୍ଷରୁ ୧୭ଟି ମଣ୍ଡି ଖୋଲାଯାଇଛି । ଆଜି ନିୟନ୍ତ୍ରିତ ବଜାର କମିଟି ପରିସରରେ ବାଦମ ଓ ମୁଗ ମଣ୍ଡି କୁ ଜିଲ୍ଲାପାଳ ସଚିନ ପାୱାର ଉଦଘାଟନ କରିଛନ୍ତି । 

ମାଲକାନଗିରି ଜିଲ୍ଲାରେ କାଲିମେଳା, ମାଲକାନଗିରି, ଏମପିଭି୮୧,ପଡିଆ, କୋରକୁଣ୍ଡା, ପଦ୍ମଗିରି, ଏଭି୭୯, ବେଜାଙ୍ଗିଡା, ଗୋବିନ୍ଦପାଲି, ମାଥିଲି, ଉଣ୍ଡୁରକୋଣ୍ଡା, ସୋମନାଥପୁର, ପୁଷୁଗୁଡା, ଚିତ୍ରାଙ୍ଗପାଲି, ପିଟାକଟା, ଖଇରପୁଟ, କୁଡୁମୁଲୁଗୁମା ଠାରେ ବାଦାମ ଓ ମୁଗ ମଣ୍ଡି ଖୋଲା ଯାଇଛି। ଚାଷୀ ମାନଙ୍କ ଠାରୁ ଏଫକ୍ୟୁ ମାନର ବାଦାମ କୁଇଣ୍ଟାଲ ପ୍ରତି ୬୩୭୭ ଟଙ୍କା ଓ ମୁଗ କୁଇଣ୍ଟାଲ ପିଛା ୮୫୫୮ଟଙ୍କାରେ କିଣାଯିବାର ବ୍ୟବସ୍ଥା ହୋଇଛି । ଜିଲ୍ଲାରେ ପାଇଁ ଲକ୍ଷ ଧାର୍ଯ୍ୟ ରହିଥିବାର କୃଷିବିଭାଗ ପକ୍ଷରୁ ସୁଚନା ମିଳିଛି । ଚଳିତ ବର୍ଷ ଚାଷିଙ୍କ ଠାରୁ ୧୬୧୬ ମେଟ୍ରିକ ଟନ ଚିନାବାଦାମ, ୧୪୪ ମେଟ୍ରିକ ଟନ ମୁଗ ଓ ୮୫ ମେଟ୍ରିକ ଟନ ବିରି ମଣ୍ଡିରେ କ୍ରୟହେବାପାଇଁ ନିଷ୍ପତ୍ତି ନିଆଯାଇଛି ।

 ଆଜି ସକାଳେ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସରରେ ମୁଖ୍ୟ ଜିଲ୍ଲାକୃଷିଅଧିକାରୀ ଜେ.ସୂର୍ଯ୍ୟରାଓ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସଚିନ ପାୱାର ,ସମ୍ମାନିତ ଅତିଥିଭାବେ ଡିଆରସିଏସ ବିକାଶଚନ୍ଦ୍ର ନାୟକ, ମାର୍କଫେଡ ଜିଲ୍ଲା ପରିଚାଳକ ପ୍ରଦିପ ଭଟ ମିଶ୍ର ଉପସ୍ଥିତ ରହି ବାଦାମ ଓ ମୁଗ ମଣ୍ଡିକୁ ଲୋକାର୍ପିତ କରିଥିଲେ । ପ୍ରତ୍ୟେକ ଚାଷୀ ଏକର ପିଛା ୬କୁଇଂଟାଲ ହିସାବରେ ଗୋଟିଏ ଦିନରେ୨୫କୁଇଂଟାଲ ପର୍ଯ୍ୟନ୍ତ ଚିନାବାଦମ ଓ ଏକର ପିଛା୨କୁଇଂଟାଲ ହିସାବରେ ଗୋଟିଏ ଦିନରେ୨୫କୁଇଂଟାଲ ପର୍ଯ୍ୟତ ମୁଗ ମଣ୍ଡିରେ ବିକ୍ରୀ କରିପାରିବେ ବୋଲି ମୁଖ୍ୟଜିଲ୍ଲାକୃଷି ଅଧିକାରୀ ଶ୍ରୀ ରାଓ ସୁଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.