ଭୁବନେଶ୍ଵର, ୨୪/୦୮ : OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଆଜି ବିଜୟଙ୍କୁ କୋର୍ଟ ଚାଲାଣ କରାଯିବ।
ସୂଚନାନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ରେଡ୍ କରିଥିଲା। ଚଢାଉ ବେଳେ ବିଜୟ ମଙ୍ଗରାଜଙ୍କ କେରଳ ଏର୍ଣ୍ଣାକୁଲମ୍ରେ ୨ ମହଲା କୋଠା, ଭୁବନେଶ୍ଵରରେ ୨ଟି କୋଠା ଓ ୨ଟି ପ୍ଲଟ ଠାବ ହୋଇଛି। ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୫୦୦ ଗ୍ରାମର ସୁନା, ୨ଟି ଚାରି ଚକିଆ ଯାନ ଜବତ ହୋଇଛି।