ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଇଲେକ୍ସନ୍ କିଙ୍ଗ ପଦ୍ମରାଜନ: ୨୩୮ ଥର ହାରିଛନ୍ତି ନିର୍ବାଚନ, ଲିମ୍‌କା ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ

ନୂଆଦିଲ୍ଲୀ ୨୯/୦୩: ଦେଶରେ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି । ତାମିଲନାଡୁ ବାସିନ୍ଦା ପଦ୍ମରାଜନ ନିର୍ବାଚନ ଲଢ଼ିବେ । ସେ ନିଜ ଜୀବନରେ ସ୍ଥାନୀୟ ନିର୍ବାଚନଠୁ ଆରମ୍ଭ କରି ରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ୨୩୮ ଥର ନିର୍ବାଚନ ଲଢ଼ିଛନ୍ତି । କିନ୍ତୁ ପ୍ରତି ଥର ହାରିଛନ୍ତି । ସେଥିପାଇଁ ପଦ୍ମରାଜନଙ୍କୁ ଇଲେକ୍ସନ୍‌ କିଙ୍ଗ୍‌ ଓ ୱର୍ଲଡ୍‌ ବିଗେଷ୍ଟ୍‌ ଇଲେକ୍ସନ୍‌ ଲୁଜର୍‌ ଉପାଧି ମିଳିଛି । ୬୫ ବର୍ଷୀୟ ପଦ୍ମରାଜନ ଭାରତର ସବୁଠୁ ଅସଫଳ ନିର୍ବାଚନ ପ୍ରାର୍ଥୀ ରୂପେ ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ହାସଲ କରିଛନ୍ତି । ସେ ଏକ ଟାୟାର ଦୋକାନ ମାଲିକ । ୧୯୮୮ ମସିହାରେ ତାମିଲନାଡୁର ନିଜ ହୋମ୍‌ ଟାଉନ୍‌ ମେଟ୍ଟୁରରୁ ସେ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ପିଭି ନରସିଂହ ରାଓ, ଅଟଳ ବିହାରୀ ବାଜପେୟୀଙ୍କ ଭଳି ବଡ଼ ନେତାଙ୍କ ବିପକ୍ଷରେ ସେ ନିର୍ବାଚନ ଲଢ଼ିଛନ୍ତି । ଏଥର ସେ ତାମିଲନାଡୁର ଧର୍ମପୁରୀରୁ ନିର୍ବାଚନ ଲଢୁଛନ୍ତି । 

କାନ୍ଧରେ ଚିକ୍‌ମିକ୍‌ ସାଲ୍‌ ପକାଇ, ନିଶକୁ ମୋଡ଼ି ପଦ୍ମରାଜନ କହନ୍ତି, ମୁଁ ଯେତେବେଳେ ପ୍ରଥମ ଥର ନିର୍ବାଚନ ପାଇଁ ନାମାଙ୍କନ ଭରିଥିଲି, ଲୋକେ ମୋତେ ଥଟ୍ଟା କରୁଥିଲେ । କିନ୍ତୁ ନିର୍ବାଚନ ଲଢ଼ି ମୁଁ ପ୍ରମାଣ କରିବାକୁ ଚାହୁଁଥିଲି ଯେ ସାଧାରଣ ଲୋକ ମଧ୍ୟ ନିର୍ବାଚନ ଲଢ଼ିପାରେ ।ନିର୍ବାଚନରେ ସମସ୍ତେ ଜିତିବାକୁ ଚାହାନ୍ତି । କିନ୍ତୁ ମୋତେ ହାରିବାରେ ଖୁସି ମିଳେ ।

ସେ କହନ୍ତି, ନିର୍ବାଚନରେ ମୋର ପ୍ରତିପକ୍ଷ କିଏ ସେଥିରେ ମୋତେ କୌଣସି ଫରକ ପଡ଼େ ନାହିଁ ।ମୁଁ କେବଳ ନିଜ ପରାଜୟ ଯାତ୍ରାକୁ ଆଗକୁ ବଢ଼ାଇବାକୁ ଚାହୁଁଛି । ତେବେ ଏହା ଏତେ ସହଜ ନୁହେଁ । ନାମାଙ୍କନ ଭରିବାରେ ଗତ ୩୦ ବର୍ଷରେ ତାଙ୍କର ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବା ପଦ୍ମରାଜନ କହିଛନ୍ତି । ନିର୍ବାଚନ ଲଢ଼ିବା ପାଇଁ ୨୫ ହଜାର ଟଙ୍କା ଜମା କରିବାକୁ ପଡ଼େ । ଅତିକମ୍‌ରେ ୧୬ ପ୍ରତିଶତରୁ ଅଧିକ ଭୋଟ୍‌ ପାଇବା ପରେ ହିଁ ଏହି ରାଶି ଫେରସ୍ତ ମିଳେ । ପଦ୍ମରାଜନ ହୋମିଓପ୍ୟାଥି ଚିକିତ୍ସା କରନ୍ତି । ଏଥିସହିତ ସ୍ଥାନୀୟ ଗଣମାଧ୍ୟମ ପାଇଁ ସମ୍ପାଦକ ଭାବେ ମଧ୍ୟ କାମ କରୁଛନ୍ତି । ସେ କହନ୍ତି, ଲୋକେ ନାମାଙ୍କନ ପାଇଁ ପଛଘୁଞ୍ଚା ଦିଅନ୍ତି । ତେଣୁ ସେମାନଙ୍କୁ ସଚେତନ କରିବା ପାଇଁ ମୁଁ ରୋଲ୍‌ ମଡେଲ ହେବାକୁ ଚାହୁଁଛି । ପ୍ରତ୍ୟେକ ନିର୍ବାଚନ ସମୟର ନାମାଙ୍କନ ପତ୍ରର ରେକର୍ଡ ପଦ୍ମରାଜନ ସାଇତି ରଖିଛନ୍ତି । ନିର୍ବାଚନରେ ତାଙ୍କୁ ମାଛ, ଟେଲିଫୋନ୍‌, ଟୋପି, ମୁଦି ଆଦି ନିର୍ବାଚନ ଚିହ୍ନ ମିଳିଛି । ଚଳିତ ନିର୍ବାଚନରେ ତାଙ୍କ ନିର୍ବାଚନ ଚିହ୍ନ ଟାୟାର ।

୨୦୧୧ ମସିହା ଥିଲା ତାଙ୍କ ନିର୍ବାଚନ କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ପ୍ରଦର୍ଶନର ବର୍ଷ । ସେ ଥର ମେଟ୍ଟୁର ବିଧାନସଭାରୁ ସେ ନିର୍ବାଚନ ଲଢ଼ିଥିଲେ । ତାଙ୍କୁ ୬,୨୭୩ ଭୋଟ୍‌ ଏବଂ ବିଜେତାଙ୍କୁ ୭୫ ହଜାରରୁ ଅଧିକ ଭୋଟ୍‌ ମିଳିଥିଲା । ଗୋଟିଏ ଭୋଟ୍‌ ପାଇବେ ବୋଲି ସେ ଆଶା କରିନଥିଲେ । କିନ୍ତୁ ଲୋକେ ତାଙ୍କୁ ସ୍ୱୀକାର କରୁଛନ୍ତି ବୋଲି ଏଥିରୁ ସେ ଜାଣିପାରିଲେ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ସେ କହିଛନ୍ତି । ଯଦି ଜିତନ୍ତି, ହୃଦ୍‌ଘାତ ମଧ୍ୟ ହୋଇପାରେ ବୋଲି ପଦ୍ମରାଜନ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.