ନୂଆଦିଲ୍ଲୀ: କ୍ୟାପିଟାଲ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଇସଲାମାବାଦରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) କେନ୍ଦ୍ରୀୟ ସଚିବାଳୟର ଏକ ଅଂଶ ଭାଙ୍ଗି ଦେଇଛି । ଏହା ପରେ ଇମ୍ରାନ ଖାନଙ୍କ ପାର୍ଟି ଏହି ଅଭିଯାନକୁ ବିରୋଧ କରିବା ଆରମ୍ଭ କରିଛନ୍ତି । କହିଛନ୍ତି ଯେ ବର୍ତ୍ତମାନର ସରକାର ରାଜନୈତିକ ଦଳ କାର୍ଯ୍ୟାଳୟର ସମ୍ମାନର ଉଲ୍ଲଂଘନ କରୁଛନ୍ତି।
ଗୁରୁବାର ଦିନ, ସିଡିଏର ଅତିକ୍ରମଣ ବିରୋଧି ଟିମ୍ ବେଆଇନ ନିର୍ମାଣ ଏବଂ ଅତିକ୍ରମଣ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିଛି । ପିଟିଆଇ ମୁଖ୍ୟାଳୟର ଏକ ଅଂଶ ଭାଙ୍ଗି ଦିଆଯାଇଛି । ସୂଚନାନୁସାରେ, ଜିଲ୍ଲା ପ୍ରଶାସନ ସହିତ ଅତିକ୍ରମଣ ବିରୋଧୀ ଟିମ୍ ପିଟିଆଇ ମୁଖ୍ୟାଳୟକୁ ସିଲ୍ କରିଛନ୍ତି।
ଇମ୍ରାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଇ-ଇନସାଫ ବର୍ତ୍ତମାନର ସରକାରଙ୍କୁ ନିନ୍ଦା କରିଛି। ସୂଚନାଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ଜେଲରେ ଅଛନ୍ତି । ପିଟିଆଇ ଅଧ୍ୟକ୍ଷ ବାରିଷ୍ଟର ଗୌହର ଅଲି କହିଛନ୍ତି ଯେ, ଏହି ଅପରେସନ୍ ପାଇଁ ସିଡିଏର ଅନୁମତି ନାହିଁ । ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କୌଣସି ନୋଟିସ ପଠାଯାଇ ନାହିଁ । ସେ କହିଛନ୍ତି ଯେ ସଂସଦ ପରେ ଏହା ସବୁଠାରୁ ପ୍ରତିଷ୍ଠିତ ଗୃହ ହେବା ସତ୍ତ୍ୱେ ସରକାର ଏକ ରାଜନୈତିକ ଦଳ କାର୍ଯ୍ୟାଳୟର ପବିତ୍ରତା ଏବଂ ନିୟମକୁ ଉଲ୍ଲଂଘନ କରିଛନ୍ତି। ପରିସରରେ କୌଣସି ବେଆଇନ ନିର୍ମାଣ ହୋଇନାହିଁ ବୋଲି ପିଟିଆଇ ଅଧ୍ୟକ୍ଷ ଦାବି କରିଛନ୍ତି ।