ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଧାନମନ୍ତ୍ରୀ ହେବା ମାତ୍ରେ କାଶ୍ଜୀର ଉପରେ ରାଗ ଦେଖାଇଲେ ଶେହବାଜ ସରିଫ; କହିଲେ,'ସ୍ବାଧିନତା ପାଇଁ ଆଣିବୁ ପ୍ରସ୍ତାବ'

Image source:

ନୂଆଦିଲ୍ଲୀ,୦୩/୦୩: ଦୀର୍ଘ ଦିନ ଧରି ଚାଲିଆସୁଥିବା ରାଜନୈତିକ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପାକିସ୍ତାନ ଶେଷରେ ଏହାର ପ୍ରଧାନମନ୍ତ୍ରୀ ପାଇଲା। ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନଭାଇ ଶେହବାଜ ସରିଫଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ କରାଯାଇଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ହେବା ପରେ ଶେହାବାଜ ସରିଫ କାଶ୍ମୀର ପ୍ରସଙ୍ଗକୁ ନିଜର ପ୍ରଥମ ସମ୍ବୋଧନରେ ଉଠାଇଥିଲେ। ଶେହାବାଜ ତାଙ୍କର ପ୍ରଥମ ଭାଷଣରେ କାଶ୍ମୀର ପ୍ରସଙ୍ଗ ଉଠାଇ ଏହାକୁ ପାଲେଷ୍ଟାଇନ ସହିତ ତୁଳନା କରିଥିଲେ। ସେ କହିଥିଲେ, ଆସନ୍ତୁ ସମସ୍ତେ ଏକାଠି ହେବା। କାଶ୍ମୀର ଏବଂ ପାଲେଷ୍ଟାଇନୀୟମାନଙ୍କ ସ୍ୱାଧୀନତା ପାଇଁ ଜାତୀୟ ସଭା ଏକ ସଂକଳ୍ପ ପାରିତ କରିବା ଉଚିତ୍। ସେ କହିଛନ୍ତି ଯେ ଗାଜାର ପରିସ୍ଥିତିକୁ ନେଇ ବିଶ୍ୱସ୍ତରୀୟ ନିରବତା ଦେଖିବାକୁ ମିଳିପାରେ।

ଶେହାବାଜ ପାକିସ୍ତାନର ଋଣ ପରିଶୋଧ ଭାର ବିଷୟରେ କହିଥିଲେ ଏବଂ କହିଛନ୍ତି ଯେ ଦେଶକୁ କେବଳ ସୁଧ ହିସାବରେ କୋଟି କୋଟି ଟଙ୍କା ଦେବାକୁ ପଡ଼ିବ। ସରିଫ କହିଛନ୍ତି ଯେ ବିଦ୍ୟୁତ୍ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଉପରେ ଋଣ ବୃଦ୍ଧି ହେତୁ ଦେଶର ଶକ୍ତି କ୍ଷେତ୍ର ଭୁଶୁଡି ପଡୁଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ଭଳି ସରକାରୀ ମାଲିକାନା ସଂସ୍ଥା କୋଟି କୋଟି ଟଙ୍କାର କ୍ଷତିରେ ଚାଲିଛନ୍ତି। ସରିଫ ଦେଶକୁ ବିକାଶ ପଥରେ ନେବାକୁ ପ୍ରତିଶୃତି ଦେଇଛନ୍ତି। 

ସରିଫ କହିଛନ୍ତି ଯେ ମୁଁ ସମୟ କହି ପାରିବି ନାହିଁ କିନ୍ତୁ ଆମେ ଗ୍ରହଣ କରୁଥିବା ବିଭିନ୍ନ ପଦକ୍ଷେପର ସକରାତ୍ମକ ଫଳାଫଳ ଗୋଟିଏ ବର୍ଷ ପରେ ଆସିବା ଆରମ୍ଭ କରିବ। ସେ ପାକିସ୍ତାନକୁ ଆତ୍ମନିର୍ଭରଶୀଳ କରିବେ ବୋଲି କହିଛନ୍ତି। ସରିଫ 'ନୱାଜଙ୍କ ଦର୍ଶନ ଏବଂ ଶେହାବାଜଙ୍କ ମିଶନ' ସ୍ଲୋଗାନ ଦେଇଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.