ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ପପୁଆ ନ୍ୟୁ ଗିନ୍ନିରେ ଭୁସ୍ଖଳନ: ଜାତିସଂଘର ଦାବି, ଭଗ୍ନାବଶେଷ ତଳେ ଚାପି ହୋଇଛନ୍ତି ୬୭୦ ରୁ ଅଧିକ ଲୋକ

Image source:

ନୂଆଦିଲ୍ଲୀ,୨୬/୦୫: ପପୁଆ ନ୍ୟୁ ଗିନ୍ନିରେ ଏକ ବଡ଼ ଧରଣର ଭୂସ୍ଖଳନରେ ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୬୭୦ ରୁ ଅଧିକ ଲୋକଙ୍କ ଭଗ୍ନାବଶେଷ ତଳେ ପୋତି ହୋଇ ରହିଥିବା କୁହାଯାଉଛି।ମିଳିତ ଜାତିସଂଘ ରବିବାର ଏହି ସୂଚନା ଦେଇଛି। ଜରୁରୀକାଳୀନ ଦଳ ପପୁଆ ନ୍ୟୁ ଗିନିରେ ହୋଇଥିବା ବଡ଼ ଧରଣର ଭୂସ୍ଖଳନରେ ତିନୋଟି ମୃତଦେହ ଉଦ୍ଧାର କରିଥିବା ବେଳେ ଜାତିସଂଘ କହିଛି ଯେ ତମାମ ଅଘଟଣରେ ମୃତ୍ୟୁ ସଂଖ୍ୟା ପାଞ୍ଚରେ ପହଞ୍ଚିଛି ଏବଂ ଶହ ଶହ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି।

ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜରେ ମିଳିତ ଜାତିସଂଘର ସ୍ଥାନାନ୍ତରଣ ଏଜେନ୍ସିର ମିଶନର ମୁଖ୍ୟ ସେରହାନ ଆପଟ୍ରାକ କହିଛନ୍ତି ଯେ ଶୁକ୍ରବାର ଦିନ ଭୂସ୍ଖଳନ ହେତୁ ୧୫୦ ରୁ ଅଧିକ ଘର ପୋତି ହୋଇରହିଛି। ୟାମବାଲି ଗାଁ ଏବଂ ଏଙ୍ଗା ପ୍ରାଦେଶିକ ଅଧିକାରୀଙ୍କ ଗଣନା ଆଧାରରେ ପୂର୍ବରୁ ଏହି ଆକଳନ ୬୦୧ ଥିଲା। ବର୍ତ୍ତମାନ ସୁଦ୍ଧା ଏବେ ବି ୬୭୦ରୁ ଅଧିକ ଲୋକ ମାଟିତଳେ ପୋତି ହୋଇ ରହିଥିବା କୁହାଯାଉଛି। 

ସ୍ଥାନୀୟ ଅଧିକାରୀମାନେ ପ୍ରଥମେ ଶୁକ୍ରବାର ଦିନ ୧୦୦ ରୁ ଅଧିକ ମୃତଦେହ ଉଦ୍ଧାର କରିଥିଲେ। ରବିବାର ସୁଦ୍ଧା କେବଳ ପାଞ୍ଚଟି ମୃତଦେହ ଏବଂ ଷଷ୍ଠ ମୃତକଙ୍କ ଗୋଡ ଉଦ୍ଧାର କରାଯାଇଛି। ଆକ୍ଟୋପ୍ରାକ୍‌ ପକ୍ଷରୁ କୁହାଯାଇଛି ଯେ, ଉଦ୍ଧାରକାରୀ ଦଳ ୨୦ ରୁ ୨୬ ଫୁଟ ମାଟି ଓ ଭଗ୍ନାବଶେଷ ତଳେ ଚାପି ହୋଇଥିବା ଖୋଜିବାର ଆଶା ଛାଡିଛନ୍ତି। ଅଷ୍ଟ୍ରେଲିଆର ଉତ୍ତରରେ ଥିବା ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଗଣମାଧ୍ୟମ କହିଛି ଯେ ଶୁକ୍ରବାରର ଭୂସ୍ଖଳନରେ ୩୦୦ ରୁ ଅଧିକ ଲୋକ ଏବଂ ୧୧୦୦ ରୁ ଅଧିକ ଘରକୁ ପୋତି ହୋଇ ରହିଛି। ରାଜଧାନୀ ପୋର୍ଟ ମୋରେସ୍ବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କୋକଲାମ ଗାଁ ମଟିରେ ଲିନ ହୋଇଯାଇଛି। 






News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.