ପ୍ରମୁଖ ଖବର
  • ପ୍ରକାଶ ପାଇଲା ୟୁପିଏସ୍‌ସି ରେଜଲ୍ଟ, ୧୮୦ ଆଇଏଏସ୍., ୨୦୦ ଏଇପିଏସ୍‌, ୩୭ ଆଇଏଫଏସ କୃତ୍ତକାର୍ଯ୍ୟ
  • ||
  • କେନ୍ଦୁଝର ଅଦାଲତ ସଂଲଗ୍ନ ଔଷଧ ଦୋକାନରେ ପଶିଲା ବାରାହା
  • ||
  • ଆକାଶରୁ ନିଆଁ ବର୍ଷା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁ ଉତ୍ତପ୍ତ ସହର ପାଲଟିଲା ବାଲେଶ୍ୱର
  • ||
  • ବାରିପଦା: ପୋଖରୀ ରେ ଗାଧୋଉଥିବା ବେଳେ ଦୁଇ ଭଉଣୀଙ୍କ ମୃତ୍ୟୁ
  • ||
  • ଆସିଲା ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୨୧ ବିଧାନସଭା ପ୍ରାର୍ଥୀଙ୍କ ନା ଘୋଷଣା, ୧୪ ଆସନ ପାଇଁ ଛାଣ୍ଡିନି ଅଙ୍କ
  • ||
  • ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ସଂଶୋଧନ, ଶେଷ ସୁଯୋଗ ଆଜି
  • ||
  • ମଙ୍ଗଳବାର ରଥଯାତ୍ରା ଦ୍ୱିତୀୟ ପ୍ରସ୍ତୁତି ବୈଠକ: ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା ଚାଲେଞ୍ଜ ହେବ
  • ||
  • IPL 2024: ଇଡେନ୍‌ରେ କୋଲକାତା-ରାଜସ୍ଥାନ ମୁକାବିଲା, ଶୀର୍ଷ ସ୍ଥାନ ପାଇଁ ହେବ ଲଢ଼େଇ
  • ||
  • ପବିତ୍ର ଅଶୋକାଷ୍ଟମୀ: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ର, ମଧ୍ୟାହ୍ନ ସାଢ଼େ ୧୨ଟାରେ ପହଣ୍ଡି, ସାଢ଼େ ୩ଟାରେ ରଥ ଟଣା
  • ||
  • ଆଗକୁ ଭୟାନକ ଅଗ୍ନି ବର୍ଷା, ୪୫ ଛୁଇଁବ ତାପମାତ୍ରା: ସପ୍ତାହ ଯାଏ କମିବନି ତାତି
  • ||

ମରି ବି ଅମର କୁନିପୁଅ, ୮ ଜୀବନରେ ବଞ୍ଚି ରହିବେ ୮ବର୍ଷର ଶୁଭ..

ଭୁବନେଶ୍ୱର, ୦୪/୦୩: ହସଖୁସି, ନାଚଗୀତ ଓ ବାଳୁତ ବେଳର ଦୁଷ୍ଟାମିରେ ଘର ପୂରି ଉଠୁଥିଲା । ଜୀବନ କ’ଣ ଜାଣିବା ଆଗରୁ ଦାରୁଣ ଦଇବ ସହିପାରିଲାନି । ୮ବର୍ଷ ବୟସରେ ‘ରେଇ ସିଣ୍ଡ୍ରୋମ୍‌’ ପରି ପ୍ରାଣଘାତୀ ରୋଗରେ ପୀଡ଼ିତ ହେଲେ ଭୁବନେଶ୍ୱର କଳ୍ପନା ଅଞ୍ଚଳ ବିଶ୍ୱଜିତ୍‌ ସାହୁଙ୍କ ପୁଅ ଶୁଭଜିତ ଓରଫ୍‌ ଶୁଭ । ପରୀକ୍ଷା ହଲ୍‌ରେ ବସି ପରୀକ୍ଷା ଦେଉଥିବା ବେଳେ ସଜ୍ଞାହୀନ ହୋଇ ଟଳିପଡ଼ିଲେ । ଆଉ ସେଇଦିନଠୁ ଚିକିତ୍ସାଧୀନ ଥିବା ଶୁଭକୁ ଡାକ୍ତର ଶେଷରେ ବ୍ରେନ୍‌ ଡେଡ୍‌ ଘୋଷଣା କଲେ । ଆଉ ତା’ପରେ ତାଙ୍କ ବାପା, ମା ଯେଉଁ ନିଷ୍ପତ୍ତି ନେଲେ ତାହା ଶୁଭଙ୍କୁ ଚିର ଅମର କରିଦେଲା । ଇହଜଗତରେ ସିନା ସେ ମୃତ ବୋଲି ବିବେଚିତ ହେଲେ ହେଲେ ତା’ଙ୍କ ଅଙ୍ଗଦାନରେ ୮ଜଣଙ୍କ ଜୀବନ ବଞ୍ଚିବାର ଯେଉଁ ନୂଆ ଆଶା ସଞ୍ଚାର ହେଲା ତାହା ଶୁଭଙ୍କୁ ଚିରଦିନ ଅମର କରିଦେଲା । 

ଶୁଭ ସ୍ଥାନୀୟ ବିଜେବି ଇଲିଂଶ ମିଡିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲେ । ଗତ ବୁଧବାର ତାଙ୍କ ପରୀକ୍ଷା ଥିଲା । ସମସ୍ତଙ୍କୁ ପ୍ରଣାମ କରି ଘରୁ ବାହାରିଥିଲେ । ହେଲେ ସେ ଜାଣିନଥିଲେ ଏହା ତାଙ୍କର ଶେଷ ପ୍ରଣାମ ଓ ଶେଷ ପରୀକ୍ଷା । ପରୀକ୍ଷା ଖାତାରେ ଲେଖିବା ପୂର୍ବରୁ ଶ୍ରେଣୀ ଗୃହରେ ଟଳି ପଡ଼ିଲେ । ପରୀକ୍ଷା ନିୟନ୍ତ୍ରକ ଆସି ଦେଖନ୍ତି ତ ଶୁଭ ଚେତା ହରାଇଛନ୍ତି । ଏନେଇ ତାଙ୍କ ପରିବାରକୁ ଖବର ଦିଆଯିବାରେ ତୁରନ୍ତ ତାଙ୍କୁ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ଥାନାନ୍ତରିତ କରାଯାଇଥିଲା । କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଇସିୟୁ ଖୋଲି ନ ଥିବାରୁ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । 

ସେଠାରେ ଗୁରୁବାର ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କଲେ । ଏହି ଖବର ଶୁଣି ପରିବାର ଲୋକଙ୍କ ମୁଣ୍ଡରେ ସତେ ଯେମିତି ବଜ୍ର ଛିଣ୍ଡି ପଡ଼ିଥିଲା । କାନ୍ଦବୋବାଳିରେ ଘର ଫାଟି ପଡ଼ିଥିଲା । ମେଡିକାଲରେ ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଭିଡ଼ ଲାଗିଗଲା । ହେଲେ ଏତେ ବଡ଼ ଦାରୁଣ ଦୁଃଖ ଆଗରେ ପିତାମାତା ଯେଉଁ ନିଷ୍ପତ୍ତି ନେଲେ ତାହା ଥିଲା ପ୍ରଶଂସନୀୟ ।  ପୁଅର ଅଙ୍ଗଦାନ କରିବାକୁ ପିତାମାତା ନିଷ୍ପତ୍ତି ନେଇଥିଲେ । ମେଡିକାଲ୍‌ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଥିଲେ । ମେଡିକାଲ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି । ଜଣାପଡିଛି ଯେ ତାଙ୍କଠାରୁ ଗ୍ରହଣ କରାଯିବାକୁ ଥିବା ଅଙ୍ଗରେ ୮ଜଣ  ନୂଆ ଜୀବନ ପାଇବେ । ତାଙ୍କ ଶରୀରରୁ ହାଟ୍‌ର୍, କିଡ୍‌ନୀ, ଦୁଇ ଚକ୍ଷୁ, ପାନକ୍ରିୟାସ୍‌, ଲିଭର ପ୍ରମୁଖ ପୃଥକ୍‌ କରାଯିବ ବୋଲି ଡାକ୍ତରୀ ଟିମ୍‌ କହିଛନ୍ତି ।

ଏକ ଘରୋଇ ହସ୍ପିଟାଲରେ ଶୁଭଙ୍କ ଅଙ୍ଗ କାଢ଼ିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ରବିବାର ରାତ୍ରି ୧୧ଟା ପରେ ହସ୍ପିଟାଲରେ ଶରୀରରୁ ଅଙ୍ଗ ବାହାର କରାଯାଇ । ହାର୍ଟ କୋଲକାତା ଯିବାକୁ ଥିଲା ବେଳେ ୨ଟି କିଡ୍‌ନୀ ସେହି ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯିବ । ନ୍ୟାସ୍‌ନାଲ ଅର୍ଗାନ୍‌ ଆଣ୍ଡ ଟିସୁ ଟ୍ରାନ୍ସପ୍ଳାଣ୍ଟ ଅର୍ଗାନାଇଜେସନ୍‌(ରୋଟୋ) ଏବଂ ଷ୍ଟେଟ୍‌ ଅର୍ଗାନ୍‌ ଆଣ୍ଡ ଟିସୁ ଟ୍ରାନ୍ସପ୍ଳାଣ୍ଟ ଅର୍ଗାନାଇଜେସନ୍‌(ସୋଟୋ) ଏଥିପାଇଁ ଅନୁମତି ଦେଇଛି । ଓଡ଼ିଶାରେ ବ୍ରେନ୍‌ ଡେଡ୍‌ ମୃତକଙ୍କ ଅଙ୍ଗଦାନ କ୍ଷେତ୍ରରେ ଏକ ସଂସ୍କାର ସୃଷ୍ଟି ହୋଇଛି । 

ଶୁଭଙ୍କ ବାପା ବିଶ୍ୱଜିତ୍‌ କହିଛନ୍ତି, ପୁଅର ଏପରି ଅବସ୍ଥା ଆମକୁ ବିଚଳିତ କରିଛି ସତ । ମାତ୍ର ଆମ ପୁଅ ଏଦୁନିଆରେ ନରହିଲେ ବି ତା’ର ସତ୍ତାକୁ ଆମେ ୮ ଜଣଙ୍କ ଦେହରେ ବଞ୍ଚିଥିବା ପର୍ଯ୍ୟନ୍ତ ଅନୁଭବ କରିବୁ ।  

‘ରେଇ ସିଣ୍ଡ୍ରୋମ’ କ’ଣ?    

ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି, ‘ରେଇ ସିଣ୍ଡ୍ରୋମ’ ରୋଗ ହେଉଛି, ଏକ ଭୂତାଣୁ ସଂକ୍ରମଣ ଜନିତ ରୋଗ । ଏହି ରୋଗ ହେଲେ ମସ୍ତିଷ୍କର ଆଭ୍ୟନ୍ତରୀଣ ଭାଗ ଫୁଲି ଯାଏ ଓ ଯକୃତ ନଷ୍ଟ ହୋଇଯାଏ । ଆସ୍ପ୍ରିନ୍‌ ଭଳି ସାଧାରଣ ଔଷଧରେ ଏହାର ଚିକିତ୍ସା ହୋଇଥାଏ । ଏହି ରୋଗ ୫ରୁ ୧୫ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ବିଶେଷ ଭାବରେ ଦେଖାଦିଏ । 

ଯେଉଁମାନେ ଭଇରାଲ୍‌ କିମ୍ବା ହାଡ଼ଫୁଟିରୁ ଭଲ ହୋଇଥାନ୍ତି, ସେହି କ୍ଷେତ୍ରରେ ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି । ଯଦି ଭାଇରାଲରୁ ଭଲ ହେବା ପରେ ପିଲା ବାଉଳି ଚାଉଳି ହୁଏ, ଝାଡ଼ା ପରିସ୍ରା ଆପେ ଆପେ ହୋଇଯାଏ ଓ ବାତ ବି ମାରେ ।  ତେବେ ଏହି ରୋଗ ହୋଇଥିବା ସନ୍ଦେହ କରାଯାଇଥାଏ । ପ୍ରଥମ କିଛି ଦିନ ରୋଗୀ ଗୁରୁତର ହେବାର ଆଶଙ୍କା ରହିଥାଏ । ଠିକ୍‌ ସମୟରେ ଚିକିତ୍ସା ହେଲେ ପିଲାମାନେ ଭଲ ହୋଇ ଯାଆନ୍ତି ବୋଲି ଡାକ୍ତର ପଣ୍ଡା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.