ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ମୁମ୍ବାଇରେ ଲାଇଭ୍‌ ସିଙ୍ଗିଙ୍ଗ୍‌ ପର୍ଫମାନ୍ସ କଲେ ପରିଣୀତି, ଫଟୋ ସେୟାର କରି ଲେଖିଲେ ଇମୋସନାଲ୍‌ ନୋଟ୍‌

ମୁମ୍ବାଇ ୩୦/୦୧ : ବଲିଉଡ୍‌ର ଚୁଲବୁଲି ନାୟିକା ପରିଣୀତି ଚୋପ୍ରା ନିଜର ଚମତ୍କାର ଅଭିନୟ ପାଇଁ ବେଶ୍‌ ଲୋକପ୍ରିୟ। ଅଭିନୟ ବ୍ୟତୀତ ପରିଣୀତି ଗୀତ ଗାଇବା ପାଇଁ ମଧ୍ୟ ଜଣାଶୁଣା । ଅନେକ ଚଳଚ୍ଚିତ୍ରର ଗୀତରେ ସେ ତାଙ୍କ ସ୍ୱରର ଯାଦୁ ଦେଖାଛନ୍ତି। ଗତ ରାତିରେ ପରୀ ମୁମ୍ବାଇ ଫିଲ୍ମ ମହୋତ୍ସବ ୨୦୨୪ ରେ ତାଙ୍କର ପ୍ରଥମ ଲାଇଭ୍‌ ସିଙ୍ଗିଙ୍ଗ୍‌ ପର୍ଫମାନ୍ସ ଦେଇଛନ୍ତି। ଏଥିସହିତ ତାଙ୍କର ବହୁ ବର୍ଷର ସ୍ୱପ୍ନକୁ ପୂରଣ କରିଛନ୍ତି।

ମୁମ୍ବାଇରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ ଆଗରେ ପରୀ ତାଙ୍କର ସିଙ୍ଗିଙ୍ଗ୍‌ ଟ୍ୟାଲେଣ୍ଟ ଦେଖାଇଛନ୍ତି।  ଅଭିନେତ୍ରୀ ମୁମ୍ବାଇରେ ଆୟୋଜିତ 'ମୁମ୍ବାଇ ଫେଷ୍ଟିଭାଲ୍ ୨୦୨୪'ରେ ତାଙ୍କର ଲାଇଭ୍ ସିଙ୍ଗିଙ୍ଗ୍‌ ଆରମ୍ଭ କରିଛନ୍ତି। ଯାହାର ଫଟୋ ଏବଂ ଭିଡିଓ ଅଭିନେତ୍ରୀ ନିଜେ ସେୟାର କରିଛନ୍ତି। ଫଟୋରେ ପରୀ ବ୍ଲାକ୍‌ ଆଉଟଫିଟ୍‌ ପିନ୍ଧି ମଞ୍ଚରେ ଗୀତ ଗାଉଥିବାର ନଜର ଆସିଛନ୍ତି। ଏଥିରେ ସେ ଷ୍ଟାଇଲିସ୍ ଦେଖାଯାଉଛନ୍ତି।




ତାଙ୍କର ପ୍ରଥମ ଲାଇଭ୍ ଗୀତ ପ୍ରଦର୍ଶନର ଫଟୋ ସେୟାର କରି ପରୀ ଏକ ସ୍ୱତନ୍ତ୍ର ନୋଟ୍ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଭାବପ୍ରବଣ ହୋଇଥିବାର ଦେଖାଯାଇଛି। ଏଥିସହିତ ଏକ ଇମୋସନାଲ୍‌ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି “ଏହା ଘଟିଲା। ଏହାକୁ ଟାଇପ୍ କରିବା ସମୟରେ ମୋ ଆଖିରେ ଖୁସିର ଲୁହ ଥିଲା। ମୋର ପ୍ରଥମ ଲାଇଭ୍ ପ୍ରଦର୍ଶନ ଗତକାଲି ରାତିରେ ଥିଲା ଯାହାକୁ  ମୁଁ ବହୁତ ଚାହୁଁଥିଲି । ଆପଣ ଦେଇଥିବା ଭଲପାଇବା ପାଇଁ ସମସ୍ତଙ୍କୁ ଧନ୍ୟବାଦ, ଏହା ମୋ ପାଇଁ ବହୁତ ମୂଲ୍ୟବାନ।"

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.