ପ୍ରମୂଖ ଖବର
  • ଭୁବନେଶ୍ୱର : ଗଣେଶ ପୂଜା ମଣ୍ଡପରେ ବୁଲିଲା ଖଣ୍ଡା, ଅଭିଯୁକ୍ତ ଗିରଫ
  • ||
  • ଲମତାପୁଟ : ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ
  • ||
  • ଭୁବନେଶ୍ଵର : 'ମୋ ସ୍କୁଲ୍‌ ଅଭିଯାନ' ଏବେ ‘ପଞ୍ଚଶଖା ଶିକ୍ଷା ସେତୁ’, ନାଁ ବଦଳାଇଲେ ସରକାର
  • ||
  • ପାରାଦ୍ଵୀପ : ସଭାଗୃହରେ ଠେଲାପେଲା, ଘଟଣାକୁ ନେଇ କୁଜଙ୍ଗ ଥାନାରେ ୩ ଏତଲା
  • ||
  • ପାଟଣା : ପୋଖରୀରେ ଭାସୁଛି ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କାଠଯୋଡ଼ି ନଦୀରେ ଭାସିଗଲେ ବୃଦ୍ଧ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୁଷ ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ଲଢ଼େଇ
  • ||
  • ସୁବର୍ଣ୍ଣପୁର : ନାଳରେ ଭାସୁଛି ମଲା କୁକୁଡ଼ା, କିଏ ପକାଇଲା ତାକୁ ନେଇ ଚର୍ଚ୍ଚା
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||
  • କରଞ୍ଜିଆ : ଜେଲ୍ ମାନୁଆଲକୁ ଉଲଙ୍ଘନ କରିବା ପଡ଼ିଲା ମହଙ୍ଗା, ଜେଲ୍ ୱାର୍ଡର ସ୍ୱାଗତ ରଥ ସସ୍‌ପେଣ୍ଡ
  • ||
  • ପ୍ରଥମ ମଙ୍କିପକ୍ସ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରି, ୪ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ନେବେ ୧୮ ବର୍ଷରୁ ଊଦ୍ଧ୍ୱର୍
  • ||
  • ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା: କଂସକୁ ମାରିଲେ ଶ୍ରୀକୃଷ୍ଣ, ରାଜା ହେଲେ ଉଗ୍ରସେନ
  • ||
  • ଭଞ୍ଜନଗର : ଗଣେଶ ଭସାଣି ବେଳେ ଗଣ୍ଡଗୋଳ, ଦୁଇ ଗୋଷ୍ଠୀ ମଧ୍ୟରେ ଟେକାପଥର ମାଡ଼
  • ||
  • ଏ ବର୍ଷ ହାଡ଼ଭଙ୍ଗା ଶୀତ, ଡିସେମ୍ବର-ଜାନୁଆରୀରେ ଥଣ୍ଡା ପ୍ରକୋପ ଅଧିକ: IMD
  • ||
  • ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ ! ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ମୟୂରଭଞ୍ଜକୁ ରେଡ୍ ଆଲର୍ଟ
  • ||

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪: ସେମି ଫାଇନାଲରେ ଜର୍ମାନୀ- ଭାରତ ଲଢ଼େଇ, ଜିତିଲେ ପଦକ ପକ୍କା

ପ୍ୟାରିସ,୦୬/୦୮: ଗ୍ରେଟ୍‌  ବ୍ରିଟେନକୁ ସୁଟ୍‌ଆଉଟ୍‌ କରି ଭାରତ ରବିବାର ସେମି ଫାଇନାଲରେ ପ୍ରବେଶ କରିଥିଲା । ମଙ୍ଗଳବାର ସେମି ଫାଇନାଲ ଲଢ଼େଇରେ ଜର୍ମାନୀକୁ ଭେଟିବ । ଏହି ମ୍ୟାଚ୍‌ରେ  ନିର୍ଣ୍ଣୟ ହେବ ଭାରତର ପଦକର  ରଙ୍ଗ । ଯଦି ବିଜୟୀ ହେଉଛି ସ୍ୱର୍ଣ୍ଣ ଓ ରୌପ୍ୟ ଏବଂ ଯଦି ପରାଜିତ ହେଉଛି  ତେବେ ବ୍ରୋଞ୍ଜ ଦୌଡ଼ରେ ରହିବ । ଭାରତୀୟ ସମୟ ରାତି ୧୦.୩୦  ମିନିଟରେ ମ୍ୟାଚ୍‌ ଆରମ୍ଭ ହେବ ।  

ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ୧୭  ମିନିଟରେ ଦଳର ପ୍ରମୁଖ ଡିଫେଣ୍ଡର  ଅମିତ ରୋହିଦାସଙ୍କୁ ମିଳିଥିଲା ରେଡ୍‌ କାର୍ଡ । ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ତାଙ୍କୁ ଗୋଟିଏ ମ୍ୟାଚ୍‌ ବାସନ୍ଦ କରିଛନ୍ତି । ଯଦିଓ ହକି ଇଣ୍ଡିଆ ଏନେଇ ଅପିଲ କମିଟି ନିକଟରେ ଆବେଦନ କରିଥିଲା, ତାହା ବି ଖାରଜ ହୋଇଛି । ଅର୍ଥାତ ଅମିତ ସେମି ଫାଇନାଲ ଖେଳି ପାରିବେ ନାହିଁ । ଯାହା ଏବେ ଭାରତ  ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ବଡ଼ ମ୍ୟାଚ୍‌ରେ ଦଳର ପ୍ରମୁଖ ଡିଫେଣ୍ଡର ଅମିତ ରହିବେ ନାହିଁ, ତାହା ଦଳର ସନ୍ତୁଳନକୁ ନିଶ୍ଚିତ ବିଗାଡ଼ି ଦେବ । ଗୋଲକିପର ପିଆର ଶ୍ରୀଜେଶଙ୍କ ସହ ସେ ଗୋଲପୋଷ୍ଟକୁ  ପ୍ରାଚୀର ଭଳି ସୁରକ୍ଷା ଦେଇଥାନ୍ତି ।  ଜର୍ମାନୀ ବିପକ୍ଷରେ ତାଙ୍କ ଉପସ୍ଥିତି  ଏକାନ୍ତ ଆବଶ୍ୟକ ରହିଥିଲା। 

ଅମିତଙ୍କ ଅନୁପସ୍ଥିତିରେ  ଗତକାଲି ବ୍ରିଟେନ ବିପକ୍ଷରେ ଶ୍ରୀଜେଶ  ହିଁ ଦଳକୁ ମ୍ୟାଚ୍‌ ଜିତାଇବାରେ ମୁଖ୍ୟଭୂମିକା ନିର୍ବାହ କରିଥିଲେ ।  ୧୦ ଜଣ ଖେଳାଳି ୪୩ ମିନିଟ ମ୍ୟାଚ୍‌  ଖେଳିବା ଏବଂ ବ୍ରିଟେନ ବିପକ୍ଷରେ  ଅଲିମ୍ପିକ୍ସ କ୍ୱାର୍ଟର ଫାଇନାଲ ଜିତିବା ଥିଲା  ଅତି ଅବିଶ୍ୱସନୀୟ ଓ ଅବର୍ଣ୍ଣନୀୟ । ଜର୍ମାନୀ ବିପକ୍ଷରେ ମଧ୍ୟ ସେଭଳି  ପ୍ରଦର୍ଶନର ଆବଶ୍ୟକତା ରହିଛି । ଜର୍ମାନୀ ଭଲ ଫର୍ମରେ ଅଛି ।  ଗ୍ରୁପ୍‌-ଏରେ ୪ଟି ମ୍ୟାଚ୍‌ ଜିତି ଟପ୍ପର ହୋଇଥିଲା । କ୍ୱାର୍ଟର ଫାଇନାଲରେ  ଆର୍ଜେଣ୍ଟିନାକୁ ୩-୨ ଗୋଲରେ  ହରାଇଥିଲା । ଯଦିଓ ମ୍ୟାଚ୍‌ ବେଶ  ସଂଘର୍ଷପୂର୍ଣ୍ଣ ରହିଥିଲା । ଭାରତର  ଦୁର୍ବଳ ଦିଗ ସଂପର୍କରେ ଅବଗତ  ହେବା ପରେ ସେମାନେ ନିଶ୍ଚିତ ଭାବେ  ଦୃଢ଼ ରଣନୀତି ପ୍ରସ୍ତୁତ କରି ସାରିଥିବେ ।  

ଏପର୍ଯ୍ୟନ୍ତ ଅଧିନାୟକ  ହର୍ମନପ୍ରୀତ ସିଂଙ୍କ ପ୍ରଦର୍ଶନ ଅତି  ଉନ୍ନତ ରହିଛି । ୭ଟି ଗୋଲ୍‌ ସେ ଦେଇ  ସାରିଲେଣି । ସେମିତି ଦଳର ଅନ୍ୟ  ଖେଳାଳିମାନେ ନିଜ ସାମର୍ଥ୍ୟ ଠାରୁ  ଅଧିକ ପ୍ରଦର୍ଶନ ଦେଇ ଚାଲିଛନ୍ତି ।  ଆଶା ଜର୍ମାନୀ ବିପକ୍ଷରେ ଦଳ  ଶ୍ରେଷ୍ଠ ପ୍ରଦର୍ଶନ ଦେବ ଏବଂ ୪୪  ବର୍ଷ ପରେ ଅଲିମ୍ପିକ୍ସ ଫାଇନାଲ ଖେଳିବାର ସ୍ୱପ୍ନ ପୂରଣ କରିବ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.