ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ୟାରିସ ଅଲିମ୍ପିକ୍ସରେ ତ୍ରିରଙ୍ଗା ଧରିବେ ଶରତ କମଲ, ମେରୀକମ୍‌ ଚିଫ୍‌ ଡି ମିଶନ

ନୂଆଦିଲ୍ଲୀ,୨୨/୦୩: ଆସନ୍ତା ଜୁଲାଇ  ୨୬ ତାରିଖରୁ ଆରମ୍ଭ ହେବ ପ୍ୟାରିସ ଅଲିମ୍ପିକ୍ସ । ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ପକ୍ଷରୁ ୨ଟି ବଡ଼ ଘୋଷଣା ହୋଇଛି । ୪୧  ବର୍ଷୀୟ ଭେଟେରାନ ଟେବୁଲ ଟେନିସ ଖେଳାଳି ଶରତ କମଲ ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ ଦଳର ନେତୃତ୍ୱ ନେଇ ତ୍ରିରଙ୍ଗା ଧାରଣ କରିବେ । ସେହିପରି କିମ୍ବଦନ୍ତୀ  ମହିଳା ବକ୍ସର ଏମ୍‌ସି ମେରୀକମ୍‌ ଚିଫ୍‌ ଡି ମିଶନ ନିଯୁକ୍ତ ହୋଇଛନ୍ତି । ଅଲିମ୍ପିକ୍ସ ଜୁଲାଇ  ୨୬ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୧୧  ତାରିଖରେ ଉଦ୍‌ଯାପିତ ହେବ । କେତେ ଜଣିଆ ଭାରତୀୟ ଦଳ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିବେ  ତାହା ଏ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନି । ଆଇଓଏ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଶରତଙ୍କୁ ଭାରତୀୟ ଅଲିମ୍ପିକ୍ସ ଦଳର ‘ଏକତା  ଓ ଉତ୍ସାହ’ ରୂପେ ଅବିହିତ କରାଯାଇଛି ।  ମେରୀକମଙ୍କ ସହ ଶିବ କେଶବନଙ୍କୁ ଡେପୁଟି ଚିଫ୍‌ ଡି ମିଶନ ନିଯୁକ୍ତ କରାଯାଇଛି । 

ଅଲିମ୍ପିକ୍ସରେ ଭାରତୀୟ ସୁଟିଂ ଦଳ  ଉପରେ ନଜର ରଖିବେ ଅଲିମ୍ପିଆନ ଗଗନ  ନାରଙ୍ଗ । ଏଥର ସୁଟିଂରେ ଭାରତ ଏକ ବଡ଼  ଦଳ ପଠାଇବ । ଏ ପର୍ଯ୍ୟନ୍ତ ୧୯ଟି କୋଟା  ମିଳି ସାରିଛି । ହୁଏତ ଆଗକୁ ଏ ସଂଖ୍ୟା  ବୃଦ୍ଧି ପାଇବ । ଆଇଓଏ ସଭାପତି ପିଟି ଉଷା  କହିଛନ୍ତି, ‘ଆମେ ବହୁତ ଖୁସି ଯେ ପ୍ୟାରିସ  ଅଲିମ୍ପିକ୍ସ ପାଇଁ ଏଭଳି ଅଫିସିଆଲ ଆମେ  ଚୟନ କରିଛୁ, ଯେଉଁମାନଙ୍କର କ୍ରୀଡ଼ାପ୍ରତି  ଗଭୀର ଅନୁରାଗ ରହିଛି ଏବଂ ସେମାନଙ୍କ  ଦ୍ୱାରା କ୍ରୀଡ଼ାବିତ ଅନୁପ୍ରାଣିତ ହେବେ  ଏବଂ ଦେଶକୁ ଗୌରବାନ୍ୱିତ କରିବେ ।’  ପ୍ୟାରିସ କ୍ରୀଡ଼ାରେ ୧୦,୫୦୦ ଜଣ  କ୍ରୀଡ଼ାବିତ ଅଂଶ ଗ୍ରହଣ କରିବେ । 

ଗତ ଥର  ୧୨୨ ଜଣ କ୍ରୀଡ଼ାବିତ ଭାରତୀୟ ଦଳରେ ସାମିଲ  ରହିଥିଲେ । ଆଶା ଏଥର ଏ ସଂଖ୍ୟା ବୃଦ୍ଧି ପାଇବ ।  ଏ ପର୍ଯ୍ୟନ୍ତ ତୀରନ୍ଦାଜୀ, ବକ୍ସିଂ, ଆଥଲେଟିକ୍ସ,  ଅଶ୍ୱାରୋହଣ, ହକି, ସେଲିଂ, ସୁଟିଂ, ଟେବୁଲ  ଟେନିସ ଓ କୁସ୍ତିରେ ୫୮ ଜଣ (୩୯ ପୁରୁଷ,  ୧୯ ମହିଳା) ଖେଳାଳି ଅଲିମ୍ପିକ୍ସ ଟିକେଟ୍‌ ହାସଲ  କରିଛନ୍ତି । ଗତ ସଂସ୍କରଣରେ ଗୋଟିଏ ସ୍ୱର୍ଣ୍ଣ ସହ  ମୋଟ୍‌ ୭ଟି ପଦକ ମିଳିଥିଲା । ଏଥର ପଦକ  ସଂଖ୍ୟା ଦୁଇ ଅଙ୍କ ଛୁଇଁବ ବୋଲି ଆଶା ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.