ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

'ହଙ୍ଗାମା କରି ଲୋକତନ୍ତ୍ରର ଚିରହରଣ କରିବା କିଛି ଲୋକଙ୍କ ଅଭ୍ୟାସ', ବଜେଟ ଅଧିବେଶନ ପୂର୍ବରୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ

Published By : Prameya | January 31, 2024 11:32 AM

ନୂଆଦିଲ୍ଲୀ, ୩୧/୦୧ : ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ କଟାକ୍ଷ କରିଛନ୍ତି। ସଂସଦରେ ହଙ୍ଗାମା କରୁଥିବା ବିରୋଧୀ ଦଳକୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଯାହାର ଯେମିତି ଇଚ୍ଛା ସେ ସେମିତି ଭାବରେ ସଂସଦରେ କାର୍ଯ୍ୟ କରିଛନ୍ତି। ସଂସଦରେ ହଙ୍ଗାମା କରିବା କିଛି ଲୋକଙ୍କ ଅଭ୍ୟାସ ପାଲଟିଛି। ଯେଉଁମାନେ ଏଭଳି ଅଭ୍ୟାସଗତ ଭାବରେ ଲୋକତାନ୍ତ୍ରିକ ମୂଲ୍ୟବୋଧର ଚିରହରଣ କରନ୍ତି ସେମାନେ ଆତ୍ମନିରୀକ୍ଷଣ କରନ୍ତୁ। ୧୦ ବର୍ଷ ମଧ୍ୟରେ ସେମାନେ ନିଜ ସଂସଦୀୟ କ୍ଷେତ୍ର ପାଇଁ ଯେଉଁ କାର୍ଯ୍ୟ କରିଛନ୍ତି ତାହା ୧୦୦ ଲୋକଙ୍କୁ ପଚାରି ବୁଝନ୍ତୁ, କେହି ମନେ ରଖି ନଥିବେ। କିନ୍ତୁ ଯେଉଁମାନେ ଉତ୍ତମ ବିଚାର ସହ ସଂସଦକୁ ଲାଭାନ୍ଵିତ କରିଛନ୍ତି, ସେମାନଙ୍କୁ ଲୋକ ଆଜି ବି ମନେ ପକାଉଛନ୍ତି। ପ୍ରଶଂସା କରୁଛନ୍ତି। ଏ ବଜେଟ୍ ଅଧିବେଶନ ସେମାନଙ୍କ ପଶ୍ଚାତାପର ସମୟ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନ ସମୟ ନିକଟ ହେଲେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହୁଏ ନାହିଁ। ଆମେ ବି ସେହି ନିୟମ ପାଳନ କରିବୁ। ସରକାର ଆସିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ବଜେଟ୍ ଉପସ୍ଥାପନ କରିବେ। ଦେଶ ନିତ୍ୟ ପ୍ରଗତିର ଶିଖର ଛୁଇଁ ଆଗକୁ ବଢିବ ବୋଲି ମୋର ଆଶା ରହିଛି। 

ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ, ନୂଆ ସଂସଦ ଭବନରେ ପ୍ରଥମ ଅଧିବେଶନରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ହୋଇଥିଲା। ଏହାପରେ ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ନାରୀ ଶକ୍ତିର ସାମର୍ଥୟ ଏବଂ ଶୌର୍ଯ୍ୟ ଦେଖିବାକୁ ମିଳିବ। ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗ ଦର୍ଶନରେ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଆସନ୍ତାକାଲି ନିର୍ମଳା ସୀତାରମଣଙ୍କ ଦ୍ଵାରା ବଜେଟ ଉପସ୍ଥାପନ ହେବ। ଏହା ଏକ ପ୍ରକାରର ନାରୀ ଶକ୍ତିର ସାକ୍ଷାତକାରର ପର୍ବ।




 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.