ପ୍ରମୁଖ ଖବର
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ସଂସଦର ଶୀତକାଳୀନ ଅଧିବେଶନରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ, ସର୍ବଦଳୀୟ ବୈଠକରେ ନେଲେ ପରାମର୍ଶ…

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଆଜି (ଶନିବାର) କେନ୍ଦ୍ର ସରକାର କହିଛନ୍ତି। ସରକାର କହିଛନ୍ତି ଯେ ଆମେ ବିରୋଧୀଙ୍କୁ ଗଠନମୂଳକ ଆଲୋଚନା କରିବାକୁ କହିଛୁ ।

ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ, ସରକାର ଗଠନମୂଳକ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚଲାଇବାକୁ ଆମେ ବିରୋଧୀଙ୍କୁ ଅନୁରୋଧ କରିଛୁ । ଆମେ ବିରୋଧୀଙ୍କ ପରାମର୍ଶକୁ ସକରାତ୍ମକ ଭାବେ ଗ୍ରହଣ କରିଛୁ । ୧୯ ଟି ବିଲ୍ ଏବଂ ଦୁଇଟି ଆର୍ଥିକ ପ୍ରସଙ୍ଗ ଉପରେ ବିଚାର ଚାଲିଛି।

 ପ୍ରହ୍ଲାଦ ଯୋଶୀ ଆହୁରି କହିଛନ୍ତି, ସଂସଦର ଶୀତ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏହି ୧୯ ଦିନରେ ୧୫ ଟି ବୈଠକ ହେବ । ଅଧିବେଶନକୁ ଧ୍ୟାନରେ ରଖି ଲୋକସଭାରେ ଉପନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୩ ଟି ଦଳର ୩୦ ଜଣ ସଦସ୍ୟ ଯୋଗ ଦେଇଥିଲେ । ଆମ ପାଖକୁ ଅନେକ ପରାମର୍ଶ ଆସିଛି । 

 ବାସ୍ତବରେ, ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ, ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କଂଗ୍ରେସ ନେତା ଜୟରାମ ରମେଶ, ଗୌରବ ଗୋଗୋଇ, ପ୍ରମୋଦ ତିୱାରୀ, ତୃଣମୁଳ କଂଗ୍ରେସ ନେତା ସୁଦୀପ ବନ୍ଦୋପାଧ୍ୟାୟ, ଏନସିପି ନେତା ଫୌଜିଆ ଖାନ ଏବଂ ଆରଏସପି ନେତା ଏନ.କେ ପ୍ରେମଚନ୍ଦ୍ରନଙ୍କ ସମେତ ଅନ୍ୟ ନେତାମାନେ ଅଂଶଗ୍ରହଣ କରିଥିଲେ।

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.