ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ଲଢ଼ିବେ ନାହିଁ ପଶୁପତି ପାରସ, ଏନଡିଏ ପ୍ରାର୍ଥୀଙ୍କ ଲାଗି କରିବେ ପ୍ରଚାର

Image Courtesy: amarujala

ପାଟନା: ବିହାରରେ ବିଜେପି ଲାଗି ଆଶ୍ବସ୍ତିର ଖବର ଆସିଛି । ଏନଡିଏ ନେତାଙ୍କ ସହ ଆଲୋଚନା ପରେ ନାରାଜ ଥିବା ଆରଏଲଜେପି ସୁପ୍ରିମୋ ପଶୁପତି ପାରସ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ବିହାରର ୪୦ଟି ଲୋକସଭା ଆସନରେ ଏନଡିଏ ପ୍ରାର୍ଥୀଙ୍କ ଲାଗି ପଶୁପତି ପ୍ରଚାର କରିବେ । କିଛି ଦିନ ପୂର୍ବରୁ ପଶୁପତି ପାରସ ହାଜିପୁରରୁ ନିର୍ବାଚନ ଲଢ଼ିବେ ବୋଲି ଜିଦ ଧରିଥିଲେ କିନ୍ତୁ ଏବେ ସବୁକିଛି ଠିକ୍‌ ହୋଇଯାଇଛି । ପଶୁପତି ପାରସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୋଦିଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି, ଏଲଜେପି ଏନଡିଏର ଅଭିନ୍ନ ଅଙ୍ଗ । 

ପ୍ରଧାନମନ୍ତ୍ରୀ ମୋଦି ଆମର ବି ନେତା । ତାଙ୍କର ନିର୍ଣ୍ଣୟ ସର୍ବୋପରି । ମୋଦିଙ୍କ ନେତୃତ୍ବରେ ଏନଡିଏ ଦେଶରେ ୪୦୦ରୁ ଅଧିକ ଆସନରେ ବିଜୟୀ ହୋଇ ତୃତୀୟ ଥର ସରକାର କରିବ । ଏହା ସହ ପାରସ୍‌ ନିଜ ଏକ୍ସ ବାୟୋରେ ମୋଦି କା ପରିବାର ଟ୍ୟାଗ ବି ଆଡ୍‌ କରିଛନ୍ତି । ତେବେ ଚିରାଗ ପାସଓ୍ବାନଙ୍କ ପାର୍ଟିକୁ ୫ଟି ଲୋକସଭା ଆସନ ମିଳିଥିବା ବେଳେ ତାଙ୍କୁ ଗୋଟିଏ ବି ଆସନ ନମିଳିବାରୁ ନାରାଜ ଥିଲେ ପଶୁପତି ପାରସ । ଏହାକୁ ନେଇ ସେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଆସନ ବୁଝାମଣା ସମୟରେ ତାଙ୍କ ସହ ଆଲୋଚନା କରାଯାଇ ନଥିଲା ବୋଲି ମଧ୍ୟ ଅଭିଯୋଗ କରିଥିଲେ ପଶୁପତି ପାରସ । 

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପଶୁପତି ପାରସ ଇଣ୍ଡି ମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ବିହାରରେ ବିଜେପି ୧୭ଟି ଆସନରେ ନିର୍ବାଚନ ଲଢ଼ିବାକୁ ଥିବା ବେଳେ ଜେଡିୟୁ ୧୬, ଚିରାଗ ପାସଓ୍ବାନ ୫ଟି ଆସନରେ ନିର୍ବାଚନ ଲଢ଼ିବ । ସେହିଭଳି ଜୀତନ ରାମ ମାଞ୍ଝୀଙ୍କ ଦଳର ଗୋଟିଏ ଏବଂ ଉପେନ୍ଦ୍ର କୁଣବାହଙ୍କ ରାଷ୍ଟ୍ରୀୟ ଲୋକ ଜନତା ଦଳ ଗୋଟିଏ ସିଟ୍‌ରେ ପ୍ରାର୍ଥୀ ଦେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.