ପ୍ରମୂଖ ଖବର
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ ଉପରେ ବାଜିଲା ମୋହର
  • ||
  • ବାଂଲାଦେଶକକୁ ୮ରନ୍‌ରେ ପରାସ୍ତ କଲା ଆଫଗାନିସ୍ତାନ, ସେମିରେ ଦକ୍ଷିଣ ଆଫ୍ରିକାକୁ ଭେଟିବ
  • ||
  • ଶୌଚ ପାଇଁ ଯାଇଥିବା ବେଳେ ମହିଳାଙ୍କୁ ଦଂଶନ କଲା ସାପ, ଚାଲିଗଲା ଜୀବନ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ହାର୍ଡକୋର ମାଓବାଦୀ ନିହତ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ: ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ମଧ୍ୟାହ୍ନ ୧୨ଟାରେ ସୁଦ୍ଧା ନାମାଙ୍କନ
  • ||
  • ଲୋକସଭା ବାଚସ୍ପତି ନିର୍ବାଚନ,ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ NDA, ୧୨ଟାରେ ନାମାଙ୍କନ
  • ||
  • ରାଜ୍ୟରେ ଜୁଲାଇ ୧୫ ଯାଏ ନିଅଣ୍ଟିଆ ବର୍ଷା: ଦୁର୍ବଳ ହେବ ଘୂର୍ଣ୍ଣିବଳୟ, ସକ୍ରିୟ ହେଉନି ମୌସୁମୀ
  • ||

ସୋଆକୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ପକ୍ଷରୁ ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ ପ୍ରଦାନ

ଭୁବନେଶ୍ୱର, ୧୦/୬ :ଉତ୍କର୍ଷତା ହାସଲ କରିବା ନିମନ୍ତେ ଅବିରତ ପ୍ରଚେଷ୍ଟା ଜାରୀ ରଖିଥିବାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁସନ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ (ଆଇଆଇଆଇଇ) ପକ୍ଷରୁ ପର୍ଫମାନ୍ସ ଏକ୍ସିଲେନ୍ସ ଆୱାର୍ଡ  ପ୍ରଦାନ କରାଯାଇଛି । 

ଆଇଆଇଆଇଇର ଜାତୀୟ ସଭାପତି ଡକ୍ଟର ଅମୀୟ ବେହେରା ନିକଟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଏଠାରେ ସାକ୍ଷାତ କରି ଏହି ସମ୍ମାନ ପ୍ରଦାନ କରିଥିଲେ । ଭାରତରେ ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ କ୍ଷେତ୍ରରେ ବିକଶିତ କରିବା ଓ ଆଗକୁ ନେବା ନିମନ୍ତେ ଆଇଆଇଆଇଇ ଭଳି ବୃତ୍ତିଗତ ଅନୁଷ୍ଠାନ ଦୀର୍ଘ ୬ ଦଶନ୍ଧି ହେବ ଜାତୀୟ ସ୍ତରରେ କାର୍ଯ୍ୟ କରିଆସୁଅଛି । 

ଗତ ମେ ମାସ ୩୧ ରୁ ଜୁନ ୨ ତାରିଖ ପର୍ଯ୍ୟନ୍ତ ମସୌରୀ ଠାରେ ଆଇଆଇଆଇଇ ପକ୍ଷରୁ ୨୪ ତମ ସିଇଓ କନ୍‌ଫରେନ୍ସ ଆୟୋଜିତ ହୋଇଥିଲା । ଏହି ଅବସରରେ ସୋଆକୁ ସମ୍ମାନିତ କରାଯାଇଥିଲା । ଏହି ସମ୍ମିଳନୀର ପ୍ରସଙ୍ଗ ରହିଥିଲା “ବିଲ୍ଡିଂ ରେସିଲିଏନ୍ସ: ଆଡାପ୍ଟିଂ ଟୁ ରାପିଡ୍‌ଲି ଚେଞ୍ଜିଂ ଗ୍ଲୋବାଲ୍ ମାର୍କେଟ” । ସମ୍ମିଳନୀରେ ଅନେକ ନେତୃସ୍ତରୀୟ ବ୍ୟକ୍ତିବିଶେଷ, ମ୍ୟାନେଜମେଂଟ ଗୁରୁ, ରାଷ୍ଟ୍ରଦୂତ, ଶିକ୍ଷାବିତ୍ ଓ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହିତ କର୍ପୋରେଟ ଜଗତର ୧୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିବିଶେଷ ଯୋଗ ଦେଇ ସେମାନଙ୍କର ବିଚାରଧାରା ବ୍ୟକ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.