ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଗୋରୁ ବୋଝେଇ ପିକଅପ୍ ଜବତ, ବେପାରୀ ଓ ଡ୍ରାଇଭର ଫେରାର୍

ନୀଳଗିରି, ୨୩/୩ : ବାଲେଶ୍ଵର ଜିଲ୍ଲା ନୀଳଗିରି ପୋଲିସ ଗତକାଲି ମଧ୍ୟରାତ୍ରିରେ ଚଢ଼ାଉ କରି ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଛି। ପିକଅପ୍ ଭ୍ୟାନ୍‌ରୁ ୧୧ଟି ଗୋରୁ ଉଦ୍ଧାର ହୋଇଛନ୍ତି। ଘଟଣା ସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଫେରାର୍ ହୋଇଯାଇଛନ୍ତି।

ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରି ପୋଲିସ ପୂର୍ବରୁ ଜଗି ରହିଥିଲା। ଏକ ପିକଅପ୍‌ ଭ୍ୟାନ୍ ଦ୍ରୁତ ଗତିରେ ଯାଉଥିବା ବେଳେ ପୋଲିସ ଗାଡିଟିକୁ ଅଟକାଇଥିଲା। ଗାଡିଟିକୁ ଯାଞ୍ଚ୍ କରିବାରୁ ୧୧ଟି ଗୋରୁ ବୋଝେଇ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା। ତେବେ ଘଟଣା ସ୍ଥଳରୁ ଗୋରୁ ବେପାରୀ ଓ ଡ୍ରାଇଭର ଖସି ପଳାଇଥିଲେ। ପୋଲିସ ଗାଡିଟିକୁ ଜବତ କରି ଥାନାରେ ରଖିବା ସହ ଗୋରୁଗୁଡିକୁ ପାଖ ଗୋଶାଳାକୁ ପାଠାଇ ଦିଆଯିବ ବୋଲି ଜଣାପଡିଛି। ଖାଲି ନୀଳଗିରି ନୁହଁ ବିଭିନ୍ନ ଅଞ୍ଚଳରେ ଏବେ ବେଆଇନ ଗୋଚାଲାଣ କରାଯାଉଥିବା ଜଣାପଡିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.