ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଟୟଲେଟ୍‌ ପ୍ୟାନ୍‌ ନେଇ ପଲାଇଲେ ବୟଫ୍ରେଣ୍ଡ, ସୋସିଆଲ ମିଡିଆରେ ମହିଳା ସେୟାର କଲେ ବ୍ରେକଅପ୍‌ କାହାଣୀ

ନୂଆଦିଲ୍ଲୀ ୩୦/୦୩: ବେଳେବେଳେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହେବାରୁ ଦମ୍ପତିଙ୍କ ମଧ୍ୟରେ  ସଂପର୍କ ତୁଟିଯାଇଥାଏ ।  ଏହି ବ୍ରେକଅପ୍‌ ଉଭୟ ପକ୍ଷ ପାଇଁ କଷ୍ଟଦାୟକ । କେହି କେହି ଦମ୍ପତି ବ୍ରେକ୍‌ଅପ୍‌  ପରେ ପରସ୍ପରଠାରୁ ଦୂରତା ବଜାୟ ରଖୁଥିବାବେଳେ  କିଛି ପ୍ରତିଶୋଧ ପରାୟଣ ମଧ୍ୟ ହୋଇପଡ଼ିଥାନ୍ତି ।  ଏହି କ୍ରମରେ ନିକଟରେ ଜଣେ ମହିଳା ନିଜ ବ୍ରେକଅପ୍‌ ପରର ଅନୁଭୂତିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯାହା ଭାଇରାଲ୍‌ ହେଉଛି । ମହିଳାଙ୍କ ବୟଫ୍ରେଣ୍ଡ ଜଣେ ଲାଇସେନ୍ସପ୍ରାପ୍ତ ପାଣିପାଇପ୍‌ ମିସ୍ତ୍ରୀ । ବ୍ରେକଅପ୍‌ ପରେ ତାଙ୍କ ଶୌଚାଳୟ ପ୍ୟାନ୍‌ଟିକୁ ନେଇ ପଳାଇଥିବା ମହିଳା ଜଣକ ଉଲ୍ଲେଖ କରିଛନ୍ତି ।  

ସୋସିଆଲ ମିଡିଆରେ ମହିଳା କରିଥିବା ପୋଷ୍ଟ ଅନୁସାରେ, ତାଙ୍କର ବୟଫ୍ରେଣ୍ଡ ଖାଇବାକୁ ଗଲେ କଦାପି ନିଜ ଭାଗର ବିଲ୍‌ ପଇଠ କରୁନଥିଲେ । ହୋଟେଲ୍‌ ବା ରେସ୍ତୋରାଁର କୌଣସି କର୍ମଚାରୀଙ୍କୁ ଟିପ୍ସ ବି ଦେଉନଥିଲେ । ବୟଫ୍ରେଣ୍ଡଙ୍କର ଆଉ କିଛି ଗୁଣ ବି ତାଙ୍କର ପସନ୍ଦ ନଥିଲା । ଏଭଳିସ୍ଥଳରେ  ନିକଟରେ ଦିନେ ଏକ ବଡ଼ ଧରଣର ଝଗଡ଼ା ପରେ ଉଭୟଙ୍କର ବ୍ରେକଅପ୍‌ ହୋଇଗଲା । ଏହାପରେ ମହିଳା ରାଗି ଯାଇ ନିଜ ବେଡରୁମ୍‌ରେ ଶୋଇପଡ଼ିଲେ । ସେପଟେ ତାଙ୍କ ବୟଫ୍ରେଣ୍ଡ ନିଜ ଜିନିଷପତ୍ର ବନ୍ଧାବନ୍ଧି କରି ସେଠାରୁ ବାହାରିଯିବାକୁ ପ୍ରସ୍ତୁତ ହେଉଥିଲେ । ଇତିମଧ୍ୟରେ ମହିଳାଙ୍କୁ ନିଦ ହୋଇଗଲା । ତେବେ ସେ ଉଠିବାବେଳକୁ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ବୟଫ୍ରେଣ୍ଡ ଘରର  ଶୌଚାଳୟରୁ ପ୍ୟାନ୍‌ ଉଠାଇ  ନେଇ ଚାଲିଯାଇଥିଲେ । ପାଣିପାଇପ୍‌ ମିସ୍ତ୍ରୀ  ହୋଇଥିବାରୁ ସେ  ନିଜର ଦକ୍ଷତାକୁ ପ୍ରଦର୍ଶନ କରିଥି‌ଲେ। ଘରେ ଆଉ ଶୌଚାଳୟ ନ ଥିବାରୁ  ମହିଳାଜଣକ ବାଧ୍ୟହୋଇ ନିକଟବର୍ତ୍ତୀ ଦୋକାନକୁ ଗଲେ । ଅବଶ୍ୟ ପରେ ସେ  ଏକ ନୂଆ ପ୍ୟାନ୍‌ ଲଗାଇଛନ୍ତି । ମହିଳାଙ୍କର ଏହି ବ୍ରେକଅପ୍‌ କାହାଣୀକୁ ଅନେକ ମଜାଦାର ଆଖ୍ୟା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.