ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରକାଶ ପାଇଲା +୨ କଳା, ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ , ଏଥର ବି ବାଜିମାତ୍ କଲେ ଝିଅ

ଭୁବନେଶ୍ଵର, ୨୬/୫ : ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରେଜଲ୍ଟ ପ୍ରକାଶ ପାଇଛି। ଏକା ସାଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ବାହାରିଛି। ଚଳିତ ବର୍ଷ କଳାରେ ପାସ୍ ହାର ୮୦.୯୫ ପ୍ରତିଶତ ରହିଥିବା ବେଳେ ବିଜ୍ଞାନରେ ପାସ୍ ହାର ୮୬.୯୩ ପ୍ରତିଶତ ରହିଛି। ସେହିପରି ବାଣିଜ୍ୟରେ ପାସ୍ ହାର ୮୨.୨୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୬୮.୦୨ ପ୍ରତିଶତ ରହିଛି। ଛାତ୍ରଛାତ୍ରୀମାନେ www.orissaresults.nic.inରେ ଯାଇ ରେଜଲ୍ଟ ଦେଖିପାରିବେ। 

ସୂଚନାନୁଯାୟୀ, କଳାରେ ପୁଅଙ୍କୁ ଟପିଲେ ଝିଅ। କଳାରେ ପୁଅଙ୍କ ପାସ୍ ହାର ୭୨.୬୮ ପ୍ରତିଶତ ରହିଛି। ସେହିପରି ଝିଅଙ୍କ ପାସ୍ ହାର ୮୭.୫୬ ପ୍ରତିଶତ ରହିଛି। ମୋଟ ୨ ଲକ୍ଷ ୩୫ ହଜାର ୨୧୮ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୦ ହଜାର ୪୨୯ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧,୩୦,୭୭୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୧୪,୫୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି। 

ଯୁକ୍ତ ୨ ବିଜ୍ଞାନରେ ବି ଝିଅ ବାଜିମାତ୍ କରିଛନ୍ତି। ୬୦,୯୭୩ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୨,୫୬୭ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିଜ୍ଞାନରେ ପୁଅଙ୍କ ପାସ୍ ହାର ୮୬.୨୧ ପ୍ରତିଶତ ରହିଛି। ସେହିପରି ଝିଅଙ୍କ ପାସ୍ ହାର ୮୭.୭୪ ପ୍ରତିଶତ ରହିଛି। ୫୪,୯୨୨ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୧୯୦ ପାସ୍ କରିଛନ୍ତି।  

ଯୁକ୍ତ ଦୁଇ ବାଣିଜ୍ୟରେ ମୋଟ୍ ପାସ୍  ହାର ୮୨.୨୭% ରହିଛି। ଏଥର ମଧ୍ୟ କମାଲ ଦେଖାଇଛନ୍ତି ଝିଅ। ବାଣିଜ୍ୟରେ ୯୪୩୧ ଝିଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୮୦୬୯ ପାସ୍ କରିଛନ୍ତି। ଝିଅଙ୍କ ପାସ୍ ହାର ୮୫.୫୫ % ରହିଛି। ୧୬,୪୬୬ ପୁଅ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩,୨୩୯ ପାସ୍ କରିଛନ୍ତି। ପୁଅଙ୍କ ପାସ୍ ହାର ୮୦.୪୦% ରହିଛି।

ଚଳିତ ବର୍ଷ ଫେବୃଆରୀ ୧୬ରୁ ମାର୍ଚ୍ଚ ୨୦ ଯାଏଁ ଯୁକ୍ତ ୨ ପରୀକ୍ଷା ହୋଇଥିଲା।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.