ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ମାନସିକ ଚାପମୁକ୍ତ ହେବେ ଯୁକ୍ତ ୨ ଛାତ୍ରଛାତ୍ରୀ, ବିଭାଜିତ ପାଠ୍ୟକ୍ରମ ଅନୁଯାୟୀ ହେବ ପାଠପଢ଼ା

ଭୁବନେଶ୍ଵର, ୨୦/୦୯ : ଯୁକ୍ତ ୨ ପାଠ୍ୟକ୍ରମକୁ କରାଯିବ ବିଭାଜନ (ସ୍ଲିଟ୍‌-ଅପ୍‌) । କେଉଁ ସମୟ ମଧ୍ୟରେ କେତେ ପାଠପଢ଼ା ହେବ ତାହା ଧାର୍ଯ୍ୟ ହେବ । ଉଭୟ ଇଣ୍ଟରନାଲ୍‌ ଏବଂ ବାର୍ଷିକ ପରୀକ୍ଷା ପାଇଁ ପାଠ୍ୟକ୍ରମକୁ ବିଭାଜନ କରାଯିବ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ଏହାକୁ ଲାଗୁ କରାଯିବ । ଏ ନେଇ ସ୍ୱତନ୍ତ୍ର ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଏ ସଂକ୍ରାନ୍ତରେ ଚିଠି କରାଯାଇଛି।

ଏହାଦ୍ୱାରା ଛାତ୍ରଛାତ୍ରୀ ମାନସିକ ଚାପମୁକ୍ତ ହେବେ ବୋଲି ନିର୍ଦ୍ଦେଶାଳୟ ଆଶା କରୁଛି। ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନ ଅନୁଯାୟୀ ପିଲାଙ୍କୁ ପାଠପଢ଼ା ଯିବ। ଯେତିକି ଆବଶ୍ୟକ ସେତିକି ପଢ଼ାଯିବ। କୋର୍ସକୁ ଠିକ୍‌ ସମୟରେ ଶେଷ କରାଯିବ। ନିୟମିତ ଭାବେ ପାଠ୍ୟକ୍ରମ ରିଭାଇଜ୍‌ କରାଯିବ । ଯେପରି ପିଲାମାନେ ପରୀକ୍ଷାରେ ଭଲ ସ୍କୋର୍‌ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯିବ । ପିଲାଙ୍କ ମାନସିକ ଚାପ ହ୍ରାସ କରିବା ସହ ଭଲ ରେଜଲ୍ଟ ପାଇଁ ଏପରି ପଦକ୍ଷେପ ନିଆଯାଇଛି । ଚଳିତବର୍ଷ ମେ ମାସରେ ସିଲାବସ ବିଭାଜନ ନେଇ ଏକ ବୈଠକ ବସିଥିଲା । ଏଥିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ସିଲାବସ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଏଥିରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବିଷୟ ବିଶେଷଜ୍ଞଙ୍କୁ ନେଇ ସିଲାବସ ବିଭାଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । 

୨୦୨୪-୨୫ ଶିକ୍ଷାବର୍ଷରେ ସମସ୍ତ ସିଲାବସକୁ ବିଭାଜନ କରାଯିବ । ଠିକ୍‌ ସମୟରେ ସମସ୍ତ ଚାପ୍ଟରକୁ ଶେଷ କରାଯିବ । ପ୍ରତ୍ୟେକ ୟୁନିଟ୍‌କୁ ଏଥିରେ ରଖାଯିବ । ଧାର୍ଯ୍ୟ ସମୟ ମଧ୍ୟରେ ସମସ୍ତ ବିଷୟର ପଢ଼ା ଶେଷ ହେବ । ଏପରିକି ଏହାକୁ ନିରୀକ୍ଷଣ କରାଯିବ । ଚଳିତ ମାସରେ ଏହାକୁ ଆଗେଇ ନେବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ବାଣିଜ୍ୟ ଷ୍ଟ୍ରିମ୍‌ର ଆକାଉଣ୍ଟାନ୍‌ସି, ବିଜିନେସ୍‌ ଷ୍ଟଡିଜ୍‌ ଆଣ୍ଡ ମ୍ୟାନେଜ୍‌ମେଣ୍ଟ(ବିଏସ୍‌ଏମ୍‌), ବିଜିନେସ୍‌ ମ୍ୟାଥ୍‌ମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍‌ସ (ବିଏମ୍‌ଏସ୍‌), ବ୍ୟାଙ୍କିଙ୍ଗ ଆଣ୍ଡ ଇନ୍‌ସୁରାନ୍ସ, କଷ୍ଟ ଆକାଉଣ୍ଟିଂ, ଫଣ୍ଡାମେଣ୍ଟାଲ୍‌ ଅଫ୍‌ ଇଣ୍ଟରପ୍ରେନରସିପ୍‌- ଫଣ୍ଡାମେଣ୍ଟାଲ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆକାଉଣ୍ଟିଂ, ସେଲ୍‌ସମାନସିପ୍‌-ବିଜିନେସ୍‌ ଇକୋନୋମିକ୍ସ, ଇନ୍‌ଫରମେସନ୍‌ ଆପ୍ଲିକେସନ ଅଫ୍‌ କମର୍ସ ଆଦି ପାଠ୍ୟକ୍ରମକୁ ବିଭାଜନ କରାଯାଇଛି । 

ସେହିପରି ସମସ୍ତ ଷ୍ଟ୍ରିମ୍‌ର ଇଂରାଜୀ, ଏମ୍‌ଆଇଏଲ୍‌, ଅଲ୍‌ଟରନେଟିଭ୍‌ ଇଂରାଜୀକୁ ମଧ୍ୟ ବିଭାଜନ କରାଯାଇଛି । ଏସବୁକୁ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଛି । ତେବେ କଳା ଓ ବିଜ୍ଞାନର ବିଭାଜିତ ସିଲାବସକୁ ଖୁବ୍‌ ଶୀଘ୍ର ଦିଆଯିବ ବୋଲି କୁହାଯାଇଛି । ବିଭାଜିତ ସିଲାବସ ଅନୁଯାୟୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠପଢ଼ା ହେବ । ଶିକ୍ଷକ ପିଲାଙ୍କର ଦ୍ୱନ୍ଦ୍ୱକୁ ଦୂର କରିବେ । ଏସବୁକୁ ଏକ ନିର୍ଦ୍ଦିଷ୍ଟ ପ୍ଲାନ୍‌ ଅନୁଯାୟା କରାଇବେ । କର୍ତ୍ତୃପକ୍ଷ ଜଣେ ମେଣ୍ଟର ଚିହ୍ନଟ କରିବେ ଯିଏ ଏହାକୁ ତଦାରଖ କରିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.